ଗୋଆ ନିର୍ବାଚନ ମୈଦାନରେ ଓହ୍ଲାଇଲେ ଶିବସେନା-ଏନସିପି

ପାନାଜୀ : ରୋଚକ ହେବାକୁ ଯାଉଛି ଗୋଆ ବିଧାନସଭା ନିର୍ବାଚନ । ଆଜି ଆମ ଆଦମୀ ପାର୍ଟି ପକ୍ଷରୁ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଶିବସେନା ଓ ଏନସିପି ।

ଉଭୟ ଦଳ ମିଳିତଭାବେ ଗୋଆ ବିଧାନସଭା ନିର୍ବାଚନ ଲଢିବା ବିଷୟରେ ଘୋଷଣା କରିଛନ୍ତି । ତେବେ ମହାରାଷ୍ଟ୍ରରେ ଶାସନ କରୁଥିବା ମହାବିକାଶ ଅଗାଢି ମେଣ୍ଟ ଅଧିନରେ ନିର୍ବାଚନ ଲଢିବାକୁ ଶିବସେନା ପ୍ରସ୍ତାବ ଦେଇଥିଲେ ବି କଂଗ୍ରେସ ଏହି ମେଣ୍ଟରେ ଭାଗ ନେବାକୁ ରାଜି ହୋଇନଥିଲା । ଗୋଆ ନିର୍ବାଚନରେ ଏକାକୀ ଲଢିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି ।

ବୁଧବାରଦିନ ଶିବସେନା ନେତା ସଂଜୟ ରାଉତ ଗୋଆ ଗସ୍ତରେ ଯାଇ ଏନସିପି ନେତା ପ୍ରଫୁଲ୍ଲ ପଟେଲଙ୍କ ସହ ଆସନ ବୁଝାମଣା ସଂପର୍କରେ ଆଲୋଚନା କରିଛନ୍ତି । ଉଭୟ ଦଳ ୧୦ ଟି ଲେଖାଏଁ ଆସନରେ ଲଢିବାରୁ ରାଜି ହୋଇଛନ୍ତି । ଗୋଆ ବିଧାନସଭାରେ ମୋଟ ୪୦ଟି ଆସନ ଥିଲେ ବି କଂଗ୍ରେସକୁ ସହାୟତା କରିବାକୁ ଉଭୟ ଦଳ ଅଳ୍ପ ସଂଖ୍ୟକ ଆସନରେ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ।

ଆଜି ଆମ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅମିତ ପାଲକରଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ।

 

 

ସମ୍ବନ୍ଧିତ ଖବର