ବ୍ରାଜିଲରେ ବ୍ୟାଙ୍କ ଡକାୟତ-ପୁଲିସ ଗୁଳିବିନିମୟ, ୬ ଡକାୟତଙ୍କ ସହ ମୋଟ ୧୧ ମୃତ

ରିଓ ଡି ଜେନିରୋ : ଉତ୍ତରପୂର୍ବ ବ୍ରାଜିଲରେ ଆଜି ଏକ ସଶସ୍ତ୍ର ବ୍ୟାଙ୍କ ଡକାୟତି ବେଳେ ପୁଲିସ ଓ ଡକାୟତଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ମୋଟ ୧୧ ଜଣ ମୃତ୍ୟୁବରଣ କରିଛନ୍ତି । ମୃତକଙ୍କ ମଧ୍ୟରେ ୬ଜଣ ଡକାୟତ, ସେମାନେ ପଣବନ୍ଦୀ ରଖିଥିବା ଜଣେ ଶିଶୁ ସମେତ ୫ ଜଣ ସାଧାରଣ ଲୋକ ଅନ୍ତର୍ଭୁକ୍ତ । ଏହି ୫ ଜଣଙ୍କ ମଧ୍ୟରୁ ୪ ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ଘଟଣାଟି ବ୍ରାଜିଲର ସିଏରା ରାଜ୍ୟର ମିଲାଗ୍ରେ ସହରରେ ଘଟିଛି ।

ସମ୍ବନ୍ଧିତ ଖବର