ଭୁବନେଶ୍ବର : ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଆପ୍‌। ଏହାକୁ ନେଇ ଦଳର କାର୍ଯ୍ୟକାରୀ ବୈଠକରେ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଦଳୀୟ ସଙ୍ଗଠନ ଏବଂ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏହି ଅବସରରେ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ଦେବା ପାଇଁ ଦଳ ଦାବି କରିଛି। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ ଦସ୍ତଖତ ଅଭିଯାନ କରାଯିବା ନେଇ ଘୋଷଣା କରାଯାଇଥିଲା। ଓଡ଼ିଶାରେ ପିଛିଲା ତାରିଖରୁ ପାଣି ମିଟର ବିଲ୍‌ ଦେୟ ଆଦାୟକୁ ବିରୋଧ କରାଯାଇଥିଲା। ଏଥିସହ ପ୍ରତ୍ୟେକ ପରିବାରକୁ ଦେୟମୁକ୍ତ ଜଳ ଯୋଗାଣ ପାଇଁ ଦାବି ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ରଙ୍କ ସହିତ ଦଳର ସୁନ୍ଦରଗଡ଼ ଜିଲ୍ଲା ଆବାହକ ବିନୟ ତିୱାରୀ, ପୁରୀ ଜିଲ୍ଲା ଆବାହକ ସଂଜୀବ ମହାନ୍ତି ଉପସ୍ଥିତ ଥିଲେ।