ନୂଆଦିଲ୍ଲୀ: ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ଆୟର୍ଲାଣ୍ଡ ଖେଳାଳି | ବାସ୍ତବରେ ଆୟର୍ଲାଣ୍ଡ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର ସିମରଞ୍ଜିତ ସିଂ ଓରଫ ସିମି ସିଂଙ୍କ ଅବସ୍ଥା ଗୁରୁତର ରହିଛି । ବର୍ତ୍ତମାନ ସେ ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଯୁଦ୍ଧ କରୁଛନ୍ତି। ତାଙ୍କ ଶରୀରରେ ଆକ୍ୟୁଟ ଲିଭର ଫେଲୁୟର ସମସ୍ୟା ଦେଖାଦେଇଥିବାବେଳେ ବର୍ତ୍ତମାନ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଯକୃତ ପ୍ରତିରୋପଣ ପାଇଁ ଅପେକ୍ଷା କରାଯାଇଛି  |

Advertisment

ଏହି ସୂଚନା ମିଳିବା ପରେ କ୍ରିକେଟ୍ ଜଗତରେ ଶୋକର ଲହରୀ ଖେଳିଯାଇଛି। କ୍ରିକେଟ୍ ପ୍ରଶଂସକମାନେ ଯଥାଶୀଘ୍ର ସିମି ସିଂ କିଭଳି ଭଲ ହୋଇଯିବେ ସେନେଇ କାମନା କରୁଛନ୍ତି। ସିମି ସିଂ ପ୍ରାୟ ୭ ବର୍ଷ ପୂର୍ବେ ୨୦୧୭ରେ ଆନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସିମି ସିଂ ଆୟର୍ଲାଣ୍ଡ ପାଇଁ ତିନୋଟି ଫର୍ମାଟ୍, ଟେଷ୍ଟ, ଦିନିକିଆ ଏବଂ ଟି -୨୦ ରେ ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ଖେଳିଥିଲେ, କିନ୍ତୁ ବର୍ତ୍ତମାନ ଏହି ଖେଳାଳି ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଯୁଦ୍ଧ କରୁଛନ୍ତି।

 ସୂଚନା ଥାଉ କି ଯେ ସିମି ପଞ୍ଜାବର ମୋହାଲିରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ପଞ୍ଜାବକୁ ଅଣ୍ଡର -୧୪ ଏବଂ ଅଣ୍ଡର -୧୭ ସ୍ତରରେ ପ୍ରତିନିଧିତ୍ୱ କରିଥିଲେ, କିନ୍ତୁ ଅଣ୍ଡର -୧୯ ସ୍ତରରେ ସଫଳତା ପାଇନଥିଲେ। ଅଣ୍ଡର -୧୯ ସ୍ତରରେ ବିଫଳ ହେବା ପରେ ସିମି ସିଂ ୨୦୦୫ରେ ଆୟର୍ଲାଣ୍ଡ ଯାଇ ହୋଟେଲ ମ୍ୟାନେଜମେଣ୍ଟ ପଢିଥିଲେ । ସିମି ସିଂ ଆୟର୍ଲାଣ୍ଡରେ ପେସାଦାର କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ।

ଏହା ପରେ, ୨୦୦୬ ମସିହାରେ, ସେ ଡବଲିନରେ ମାଲାହିଡ୍ କ୍ରିକେଟ୍ କ୍ଲବରେ ଯୋଗ ଦେଇଥିଲେ ଏବଂ ପରେ ଖୁବ୍ ଶୀଘ୍ର ତାଙ୍କୁ ଆୟର୍ଲାଣ୍ଡ ଦଳରେ ଅନ୍ତର୍ଭୁକ୍ତ କରାଯାଇଥିଲା | ସିମିଙ୍କ ଶ୍ୱଶୁର ପରବିନ୍ଦର ସିଂଙ୍କ ଅନୁଯାୟୀ, ପ୍ରାୟ ୬ ମାସ ପୂର୍ବରୁ ଡବଲିନରେ ସିମି ଏକ ଅଦ୍ଭୁତ ପ୍ରକାରର ଜ୍ୱରରେ ପୀଡିତ ହୋଇଥିଲେ ଯାହା ବାରମ୍ବାର ଆସୁଥିଲା। ସେ ସେଠାରେ ତାଙ୍କର ଅନୁସନ୍ଧାନ କରିଥିଲେ, କିନ୍ତୁ ଅନୁସନ୍ଧାନରେ କୌଣସି ଠୋସ୍ ତଥ୍ୟ ସାମ୍ନାକୁ ଆସି ନଥିଲା। ଏହାପରେ ସେ ଭାରତ ଆସିଥିଲେ ଓ ପରୀକ୍ଷା କରାଇଥିଲେ | ତାଙ୍କ ଶରୀରରେ ଆକ୍ୟୁଟ ଲିଭର ଫେଲୁୟର ସମସ୍ୟା ଥିବାର ଜଣାପଡିଥିଲା |