ନୂଆଦିଲ୍ଲୀ: ଦେଶରେ ୬ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ଶେଷ ହୋଇଛି। ଭୋଟର ତାଲିକାରେ ଅତି ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ସହ ୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏସ୍ଆଇଆର ଶେଷ ହୋଇଛି। ନିର୍ବାଚନ କମିସନ୍ଙ୍କ ଦ୍ବାରା ଆଜି ଔପଚାରିକ ଭାବେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ ଅନେକ ସଂଖ୍ୟାରେ ଅଯୋଗ୍ୟ ଭୋଟରଙ୍କୁ ତାଲିକାରୁ କଟାଯାଇଛି। ସମସ୍ତ ଅଞ୍ଚଳ ଗୁଡ଼ିକରୁ ଗୁଜରାଟରେ ସର୍ବାଧିକ ୬୮ ଲକ୍ଷ ୧୨ ହଜାର ୭୧୧ ଭୋଟରଙ୍କ ନାଁ ତାଲିକାରୁ କଟାଯାଇଛି। ଗୁଜରାଟରେ ଭୋଟର ତାଲିକାରେ ଏସ୍ଆଇଆର୍ ପ୍ରକ୍ରିୟା ପୂର୍ବରୁ ୫,୦୮,୪୩,୪୩୬ ଜଣଙ୍କ ନାଁ ଥିବାବେଳେ ଏସ୍ଆଇଆର୍ ପରେ ୪,୪୦,୩୦,୭୨୫ ଜଣଙ୍କ ନାଁ ରହିଛି।
ଗୁଜରାଟ ପଛକୁ ମଧ୍ୟପ୍ରଦେଶରେ ୩୪,୨୫, ୦୭୮ ଭୋଟରଙ୍କ ନାଁ କଟାଯାଇଛି। ମଧ୍ୟପ୍ରଦେଶରେ ଭୋଟରଙ୍କ ସଂଖ୍ୟା ୫,୭୪,୦୬,୧୪୩ରୁ ୫,୩୯,୮୧,୦୬୫କୁ ହ୍ରାସ ପାଇଛି। ମଧ୍ୟପ୍ରଦେଶରେ ୩୪,୨୫,୦୭୮ ଭୋଟର ତାଲିକାରୁ ବାଦ୍ ପଡ଼ିଛନ୍ତି। ରାଜସ୍ଥାନରେ ଏସ୍ଆଇଆର ପ୍ରକ୍ରିୟା ଶେଷ ହେବାପରେ ଭୋଟରଙ୍କ ସଂଖ୍ୟା ୫,୪୬,୫୬,୨୧୫ରୁ ୫,୧୫,୧୯,୯୨୯କୁ ହ୍ରାସ ପାଇଛି। ଅର୍ଥାତ ରାଜସ୍ଥାନରେ ମୋଟ୍ ୩୧,୩୬,୨୮୬ ଭୋଟର ତାଲିକାରୁ କଟିଛନ୍ତି। ଛତିଶଗଡ଼ରେ ଭୋଟରଙ୍କ ସଂଖ୍ୟା ୨,୧୨,୩୦,୭୩୭ରୁ ୧,୮୭,୩୦,୯୧୪କୁ ହ୍ରାସ ପାଇଛି। ଛତିଶଗଡ଼ରେ ତାଲିକାରୁ ୨୪ ଲକ୍ଷ ୯୯ହଜାର ୮୨୩ ଭୋଟର ବାଦ୍ ପଡ଼ିଛନ୍ତି। କେରଳରେ ଭୋଟରଙ୍କ ସଂଖ୍ୟା ୨,୭୮,୫୦,୮୫୫ରୁ ୨,୬୯,୫୩,୬୪୪କୁ ହ୍ରାସ ପାଇଛି। ଅର୍ଥାତ ୮ ଲକ୍ଷ ୯୭ ହଜାର ୨୧୧ ଭୋଟର ତାଲିକାରୁ କଟିଛନ୍ତି। ଗୋଆରେ ଭୋଟରଙ୍କ ସଂଖ୍ୟା ୧୧,୮୫,୦୩୪ରୁ ୧୦,୫୭,୫୬୬କୁ ହ୍ରାସ ପାଇଛି। ମୋଟ୍ ୧ ଲକ୍ଷ ୨୭ ହଜାର ୪୬୮ ଭୋଟର ଏଠାରେ ତାଲିକାରୁ କଟିଛନ୍ତି।
କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ ଆଣ୍ଡାମାନ ନିକୋବରରେ ଭୋଟରଙ୍କ ସଂଖ୍ୟା ୩,୧୦,୪୦୪ରୁ ୨,୫୮,୦୪୦କୁ ହ୍ରାସ ପାଇଛି। ପୁଡ଼ୁଚେରୀରେ ଭୋଟରଙ୍କ ସଂଖ୍ୟା ୧୦,୨୧,୫୭୮ରୁ ୯,୪୪,୨୧୧କୁ ହ୍ରାସ ପାଇଛି। ନିର୍ବାଚନ କମିସନ୍ ଆଣ୍ଡାମାନ ଏବଂ ନିକୋବର ଆଇଲାଣ୍ଡ, ଛତିଶଗଡ଼, ଗୋଆ, କେରଳ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପାଇଁ ଚୁଡ଼ାନ୍ତ ତାଲିକା ଔପଚାରିକ ଭାବେ ପ୍ରକାଶ କରିଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ଏସ୍ଆଇଆର୍ର ୧୨ଟି ରାଜ୍ୟରୁ ଆଉ ମାତ୍ର ୩ଟି ରାଜ୍ୟରେ ପ୍ରକ୍ରିୟା ଜାରି ରହିଛି। ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଏବଂ ତାମିଲନାଡ଼ୁ ପାଇଁ ଏସ୍ଆଇଆର ତଥ୍ୟ ଚଳିତ ମାସ ପରେ ଜାରି ହେବ ବୋଲି ଜଣାପଡ଼ିଛି। । କମିସନ୍ କହିଛନ୍ତି, ପରବର୍ତ୍ତୀ ପର୍ଯ୍ୟାୟରେ ବାକି ରାଜ୍ୟ ଗୁଡ଼ିକରେ ଏପ୍ରିଲରୁ ଏସ୍ଆଇଆର ପ୍ରକ୍ରିୟା ଆରମ୍ଭ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/26/sir-2025-12-26-22-29-57.png)