ଯାଜପୁର: ମାସକ ତଳେ ଯାଜପୁରର ଏନସି ସ୍ବୟଂଶାସିତ ମହାବିଦ୍ୟାଳୟରୁ ଜଣେ ଲୁଟେରା ସ୍ପଷ୍ଟ ଦିବାଲୋକରେ ୪ ମହଲା କୋଠାର ଝରକାରେ ଓହଳି ଏସି କପର ତାର ଚୋରି କରୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହି ଘଟଣାରେ ପୁଲିସ ତଦନ୍ତ କରୁଥିବାବେଳେ ଏକ ବଡ଼ ଡକାୟତି ଗ୍ୟାଙ୍ଗକୁ ଠାବ କରିଛି।
ଯାଜପୁର ଟାଉନ ପୁଲିସ ସେମାନଙ୍କ ଠାରୁ କଟୁରୀ, ୨୦ଟି ପାଣି ମଟର, ୧୦କେଜିର ଏସି କପର ପାଇପ,୫ କେଜିର କପର ତାର ଆଦି ଜବତ କରିବା ସହ ଘଟଣାରେ ୫ ଜଣ ଲୁଟେରା ଓ ଜଣେ ଲୁଟ ଜିନିଷ କିଣୁଥିବା ଦୋକାନର କର୍ମଚାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘ ମାସ ହେଲା ଏନସି କଲେଜରେ ଲାଗିଥିବା ପାଣି ମଟର,ପାଣି ଟ୍ୟାପ ସହ ସବୁ ଏସି ଗୁଡିକର କପର ତାର ଚୋରି ହୋଇ ଆସୁଥିଲା। ଏହି ଘଟଣାରେ ଟାଉନ ପୁଲିସ ଅଧୀନ ତଦନ୍ତ ଜାରି ରଖିଥିବା ଏସଡିପିଓ ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି।