ଭଞ୍ଜନଗର: ଜଙ୍ଗଲରୁ ଉଦ୍ଧାର ହେଲା କଙ୍କାଳ । ଭଞ୍ଜନଗର-କନ୍ଧମାଳ ସୀମାନ୍ତ ଗସମା ଜଙ୍ଗଲରୁ ଗଳିତ ନରକଙ୍କାଳ ଉଦ୍ଧାର ହୋଇଛି । ପାରିପାର୍ଶ୍ବିକ ସ୍ଥିତିରୁ ଏହା ଜଣେ ଯୁବତୀର କଙ୍କାଳ ହୋଇଥିବା ଅନୁମାନ କରାଯାଉଛି । ଏପରିକି ଅପହରଣ ପରେ ହତ୍ୟା ସନ୍ଦେହ କରୁଛି ପୁଲିସ । ତେବେ ଭଞ୍ଜନଗର ଥାନାରେ ରୁଜୁ ହୋଇଥିବା ଏକ ଅପହରଣ ମାମଲା ସହ ସମ୍ପୃକ୍ତ ଥିବାନେଇ ପୁଲିସ ସେ ଦିଗରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି । ଖବର ପାଇ ଘଟଣାସ୍ଥଳରେ ଭଞ୍ଜନଗର ଏସଡିପିଓ , ଥାନାଧିକାରୀଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି ।
ଏକ ଗଛରେ କପଡା ସହ ଚୁଟି ଲାଗି ଝୁଲୁଥିବା ବେଳେ ତଳେ ଶରୀରର ବିଭିନ୍ନ ହାଡ଼ ଓ କଙ୍କାଳ ପଡିରହିଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ କଙ୍କାଳକୁ ବ୍ରହ୍ମପୁର ଏଫଏମଟିକୁ ପଠାଯାଇଛି । ମାସକ ପୂର୍ବରୁ ଭଞ୍ଜନଗର ଥାନା ଭାଲୁଗୁଡାର ଜଣେ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିବା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଏନେଇ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା । ଏବେ କଙ୍କାଳ ଉଦ୍ଧାର ପରେ ପୁଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି । ଘଟଣା ସନ୍ଦେହରେ କିଛି ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/06/30/c56cc02f-89d9-40c2-88ef-0c4b5bb5ad83-2025-06-30-14-13-04.jpg)