ସୁନ୍ଦରଗଡ଼: ମରିଗଲା ମାନବିକତା, ଜାତିପ୍ରଥା  ଆଗରେ ହାର ମାନିଲା ରକ୍ତର ସମ୍ପର୍କ। ଜୁଇ ଜଳୁଥାଏ। ପାଖରେ ନଥାନ୍ତି କେହି ଆତ୍ମୀୟ ସ୍ୱଜନ। ଥିଲେ କେବଳ ଦୁଇ ସନ୍ତାନ ଏବଂ ଚାରି ଶ୍ମଶାନ ବନ୍ଧୁ। ଜାତିରୁ ବାସନ୍ଦ କରିଥିଲେ ବୋଲି କେହି ସମ୍ପର୍କୀୟ କି ପରିଜନ ଆସିଲେ ନାହିଁ। ସୁନ୍ଦରଗଡ଼ ଟାଉନ ଥାନା ଅଞ୍ଚଳର ସବିତା ନାଏକ ପ୍ରଥମ ସ୍ୱାମୀକୁ ଛାଡ଼ି ତଳସରା ଥାନା କୁକୁରିଡିହିର ଜଣେ ଅନ୍ୟ ଜାତିର ଲୋକ ସହିତ ଦ୍ୱିତୀୟ ବିବାହ କରିଥିଲେ। ଯାହାକୁ ନେଇ ପ୍ରଥମ ସ୍ୱାମୀଙ୍କ ପରିବାରକୁ ଜାତିରୁ ବାସନ୍ଦ କରି ଦିଆଯାଇଛି।

Advertisment

କିଛି ଦିନ ତଳେ ଦ୍ୱିତୀୟ ସ୍ୱାମୀର ମାଡ଼ରେ ଗୁରୁତର ହୋଇପଡ଼ିଥିଲେ ସବିତା। ଦ୍ୱିତୀୟ ସ୍ୱାମୀ ମାଡ଼ ମାରି ଫେରାର ହୋଇଯାଇଥିଲେ। ଗୁରୁତର ସବିତାଙ୍କୁ ମେଡିକାଲ ନେବା ପାଇଁ ମଧ୍ୟ ପାଖରେ କେହିନଥିଲେ। ଖବର ପାଇ ଚେନ୍ନାଇରେ ରହୁଥିବା ପ୍ରଥମ ସ୍ୱାମୀ ପଟର ଝିଅ ଆସି ପ୍ରଥମେ ସୁନ୍ଦରଗଡ଼ ଏବଂ ପରେ ବୁର୍ଲା ଭିମସାରକୁ ନେଇ ଚିକିତ୍ସା କରାଉଥିଲୋ ହେଲେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସବିତାଙ୍କ ମୃତ୍ୟୁ ହେଲା ପରେ ଶବ ନେବାକୁ କେହିନଥିଲେ। ଝିଅ ଜାତି ସମାଜ ଲୋକଙ୍କୁ , ବାପାଙ୍କୁ କହିଲେ କିନ୍ତୁ କେହି ଆସିଲେ ନାହିଁ। କାହିଁକି ନା ତାଙ୍କୁ ବାସନ୍ଦ କରାଯାଇଥିଲେ।

ଅନ୍ୟ  ଉପାୟ ନପାଇ ଶେଷରେ ସୁନ୍ଦରଗଡ଼ର ଚାରି ଶ୍ମଶାନ ବନ୍ଧୁଙ୍କୁ ଯୋଗାଯୋଗ କରି ରାତି ପ୍ରାୟ ୧୨ଟାରେ ଶେଷକୃତ୍ୟ ସମ୍ପନ୍ନ ହେଲା l କେବଳ ସବିତା ନୁହନ୍ତି, ଅନେକ ଏପରି ଜାତିପ୍ରଥାର ଶିକାର ହେଉଛନ୍ତି। ବିଶେଷ ଭାବରେ ଅନ୍ୟ ଜାତି ସହିତ ବିବାହ ହେଲେ ଜିଲ୍ଲାର ଆଦିବାସୀ ସମାଜର ରିତି ଅନୁସାରେ ଶୁଦ୍ଧି କରାଇ ଜାତିରେ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି କିନ୍ତୁ ତାହା ନ କରି ସିଧା ବାସନ୍ଦ କରିଦିଆଯାଉଛି। ମଣିଷପଣିଆ ମାରି ଦେଇ ଜୀବନର ଅନ୍ତିମ ସମୟରେ ମଧ୍ୟ ସାଥ୍ ଦେଉନାହାନ୍ତି। ତେବେ ଏପରି ସମୟରେ ସାହା ହୋଇ ଛିଡ଼ା ହେଉଛନ୍ତି ସୁନ୍ଦରଗଡ଼ର ଶ୍ମଶାନ ବନ୍ଧୁ। କୋଭିଡ ସମୟରୁ ଏପରି ଅନେକ ଜଣା ଅଜଣା ଶବର ବନ୍ଧୁ ସାଜି ମଣିଷ ଜୀବନ ଶେଷ କାର୍ଯ୍ୟକୁ ନିସ୍ୱାର୍ଥ ଭାବରେ ସମ୍ପନ୍ନ କରୁଛନ୍ତି ଏମାନେ।