ସୁନ୍ଦରଗଡ଼: ତାଙ୍କର କୌଣସି ସୋରୁମ୍ କି ଦୋକାନ ନାହିଁ। ପାଖରେ କାରିଗର ବି ନାହାନ୍ତି। ସେ ତାଲିମପ୍ରାପ୍ତ ଶିଳ୍ପୀ ବି ନୁହନ୍ତି, ଜଣେ ସାଧାରଣ ଗୃହିଣୀ। କିନ୍ତୁ ତାଙ୍କ ହାତର ଚମକ ଏତେ ଯେ ଦେଶ-ବିଦେଶରୁ ଆସୁଛି ଅର୍ଡର। ଘରେ ଚିତ୍ରକଳା ଓ ହସ୍ତଶିଳ୍ପର ଅପୂର୍ବ କାରିଗରୀର ଗହଣା କୁଟୀର। ତାକୁ ନେଇ ଚର୍ଚ୍ଚାରେ ସୁନ୍ଦରଗଡ଼ର ସ୍ମିତାରାଣୀ। ଘର କାମ ସରିବା ପରେ ମିଳୁଥିବା ଅବସର ବା ବିଶ୍ରାମ ସମୟରେ ଗଢ଼ିଥିବା ଏହି ଗହଣା କୁଟୀର ତାଙ୍କୁ ଯେ କେବଳ ନୂଆ ପରିଚୟ ଦେଇଛି ତାହା ନୁହେଁ, ତାଙ୍କୁ କରିଛି ରୋଜଗାରକ୍ଷମ। ନିଶାରେ ଆରମ୍ଭ ହୋଇଥିବା ଚିତ୍ରକଳା ଓ ହସ୍ତଶିଳ୍ପ ଏବେ ପେସାରେ ପରିଣତ ହୋଇଥିବା ବେଳେ ଘରେ ବସି ସେ ହୋଇଛନ୍ତି ଆର୍ଥିକ ସ୍ବାବଲମ୍ବୀ।
ସୁନ୍ଦରଗଡ଼ ସାଇବିହାର କଲୋନିର ଗୃହିଣୀ ସ୍ମିତାରାଣୀ ମିଶ୍ର। ପିଲାଦିନୁ ଚିତ୍ରାଙ୍କନ ସହ ଚିତ୍ରକଳା ଓ ହସ୍ତଶିଳ୍ପ ପ୍ରତି ତାଙ୍କ ଦୁର୍ବଳତା ଥିଲା। ସେଥିରେ ସେ ଭଳିକି ଭଳି ଘରସଜ୍ଜା ସାମଗ୍ରୀ ତିଆରି କରୁଥିଲେ। ସେ ସବୁ ଆକର୍ଷଣୀୟ ଥିବାରୁ ଘର ସଦସ୍ୟ ସମେତ ଅନ୍ୟମାନେ ମଧ୍ୟ ପସନ୍ଦ ଓ ପ୍ରଶଂସା କରୁଥିଲେ। ଏହା ପରେ ତାଙ୍କ ମୁଣ୍ଡକୁ ଢୁକିଥିଲା ଚିତ୍ରକଳା ଓ ହସ୍ତଶିଳ୍ପରୁ ମହିଳାମାନଙ୍କ ପାଇଁ ଗହଣା ତିଆରି କରିବାର ନୂଆ ବିଚାର । ମାତ୍ର ୫ ହଜାର ଟଙ୍କା ପୁଞ୍ଜିରେ ଆରମ୍ଭ କରିଥିଲେ ଗହଣା କୁଟୀର। କ୍ଲେ ଓ ବିଭିନ୍ନ ସାମଗ୍ରୀରୁ ମହିଳାମାନଙ୍କ ବିଭିନ୍ନ ଡିଜାଇନର ଗହଣା ତିଆରି କଲେ। କାନଫୁଲଠାରୁ ଆରମ୍ଭ କରି ଚୁଡ଼ି, ନେକଲେସ୍ ତିଆରି କଲେ। ଯାହା ତାଙ୍କ ସାଙ୍ଗସାଥୀ ଓ ସ୍ଥାନୀୟ ଅଞ୍ଚଳରେ ବେଶ୍ ପସନ୍ଦ ହେଲା। ଏହାପରେ ସେ ଆଉ ପାଦେ ଆଗେଇ ଯାଇ ସମ୍ବଲପୁରୀ ଗହଣା ତିଆରି କରିବା ଆରମ୍ଭ କରିଥିଲେ । ଫେସବୁକ ଓ ଇନଷ୍ଟାଗ୍ରାମରେ ‘ମାଇ କ୍ରିଏସନ’ ନାଁରେ ନିଜର ଏକ ପେଜ୍ ଖୋଲି ସେ ତିଆରି କରିଥିବା ବା କରୁଥିବା ନୂଆ ରୂପର ଗହଣାଗୁଡ଼ିକୁ ଛାଡ଼ିଥିଲେ। ଲୋକେ ଗହଣାଗୁଡ଼ିକୁ ପସନ୍ଦ କଲେ। ଏହା ପରେ ତାଙ୍କ ପାଖକୁ ଅର୍ଡର ଆସିବାକୁ ଲାଗିଲା। ଯେଉଁଭଳି ଅର୍ଡର ଆସିଲା, ସେହି ହିସାବରେ ରାଜ୍ୟ ଓ ରାଜ୍ୟ ବାହାରର ପାରମ୍ପରିକ ଗହଣା ମଧ୍ୟ ତିଆରି କଲେ। ତେବେ ସମସ୍ତଙ୍କ ପ୍ରଥମ ପସନ୍ଦ ଥିଲା ସମ୍ବଲପୁରୀ ସାମଗ୍ରୀରେ ତିଆରି ଗହଣା। ଏଥିପାଇଁ ସ୍ଥାନୀୟ ବଜାର ସହ ଦେଶବିଦେଶରୁ ଅର୍ଡର ଆସିବାରେ ଲାଗିଛି। ଆଉ ଏଥିରେ ବେଶ୍ ଲାଭବାନ ହୋଇଛନ୍ତି ସ୍ମିତାରାଣୀ। ନିଶା ଯେତେବେଳେ ପେସା ପାଲଟିଯାଏ, ସେତେବେଳେ ମଣିଷ ଆଉ ପଛକୁ ଚାହିଁ ନଥାଏ । ଠିକ୍ ସେହିଭଳି ସ୍ମିତା ମଧ୍ୟ ଆଉ ପଛକୁ ଚାହିଁ ନଥିଲେ । ତାଙ୍କ ଗ୍ରାହକ ବଢିବା ସହ ଅଧିକ ଅର୍ଡର ମଧ୍ୟ ଆସିଲା। ଏବେ ସେ ବାର୍ଷିକ ୨ ଲକ୍ଷ ଟଙ୍କାର ରୋଗଜଗାର କଲେଣି। ଏଥିରେ ତାଙ୍କୁ ପରିବାର ମଧ୍ୟ ଉତ୍ସାହିତ କରିଛନ୍ତି।

ତାଙ୍କ ସ୍ୱାମୀ ବାଳଗୋପାଳ ମିଶ୍ର କହନ୍ତି, ଗୃହିଣୀମାନେ ଘର କାମ ସରିବା ପରେ କିଛି ସମୟ ବାହାର କରି ନିଜ ରୁଚି ଅନୁସାରେ ଏଭଳି ଛୋଟଛୋଟ ଜିନିଷ ତିଆରି କଲେ ରୋଜଗାର ତ ପାଇବେ, ସମାଜରେ ନିଜର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ସୃଷ୍ଟି ହୋଇପାରିବ। ଗୃହିଣୀ କେବଳ ଚୁଲି ମୁଣ୍ଡରେ ଅଟକି ଯାଇ ନାହାନ୍ତି, ଘରେ ହେଉ ବା ବାହାରେ ନିଜ ଦମ୍ଭରେ ନିଜ ବାଗରେ ବହୁ ବାଟ ଆଗେଇ ଗଲେଣି। ବାପା କି ସ୍ବାମୀଙ୍କ ପରିଚୟରେ ନୁହେଁ, ନିଜେ ନିଜର ପରିଚୟ ତିଆରି କଲେଣି। ସ୍ମିତାରାଣୀ ତାର ଜ୍ବଳନ୍ତ ଉଦାହରଣ।