ବ୍ରହ୍ମଗିରି: ଆଜି ସକାଳୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସାଢେ଼ ୫ ଫୁଟର ନାଗ ସାପ ପାଖାପାଖି ସକାଳ ୯ ଘଟିକା ପର୍ଯ୍ୟନ୍ତ ଫିଜିଓଥେରାପୀ ସେଣ୍ଟର୍ ଘର ପାଖରେ ରାସ୍ତା ଉପରେ ବୁଲୁଥିଲା। ପରେ ଶିଶୁ ଉଦ୍ୟାନ ପରିସରରେ ଦୀର୍ଘ ସମୟ ବୁଲାବୁଲି କରିବାପରେ, ସେଠାରେ ରହୁଥିବା କର୍ମଚାରୀମାନେ ସ୍ନେକ୍ ହେଲ୍ପ ଲାଇନଙ୍କୁ ଫୋନ୍ କରି ଜଣାଇବା ପରେ ସେ ତୁରନ୍ତ ଆସି ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଶିଶୁ ଉଦ୍ୟାନ ପରିସରରୁ ନାଗ ସାପଟିକୁ କବୁ କରି ନେଇଥିଲେ।ସାପଟି ଧରା ହେବା ପରେ ସମସ୍ତ କର୍ମଚାରୀ ନିଜକୁ ସୁରକ୍ଷିତ ମନେ କରିଛନ୍ତି ।
ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଏକ ସାଢେ଼ ୫ ଫୁଟର ନାଗ ସାପ ପାଖାପାଖି ସକାଳ ୯ ଘଟିକା ପର୍ଯ୍ୟନ୍ତ ଫିଜିଓଥେରାପୀ ସେଣ୍ଟର୍ ଘର ପାଖରେ ରାସ୍ତା ଉପରେ ବୁଲୁଥିଲା। ପରେ ଶିଶୁ ଉଦ୍ୟାନ ପରିସରରେ ଦୀର୍ଘ ସମୟ ବୁଲାବୁଲି କରିବାପରେ, ସେଠାରେ ରହୁଥିବା କର୍ମଚାରୀମାନେ ସ୍ନେକ୍ ହେଲ୍ପ ଲାଇନଙ୍କୁ ଫୋନ୍ କରି ଜଣାଇବା ପରେ ସେ ତୁରନ୍ତ ଆସି ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ଶିଶୁ ଉଦ୍ୟାନ ପରିସରରୁ ନାଗ ସାପଟିକୁ କବୁ କରି ନେଇଥିଲେ।ସାପଟି ଧରା ହେବା ପରେ ସମସ୍ତ କର୍ମଚାରୀ ନିଜକୁ ସୁରକ୍ଷିତ ମନେ କରିଛନ୍ତି ।
ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ଚାରିପଟ ଜଙ୍ଗଲ ହୋଇ ପଡ଼ିଥିବାରୁ ଅନେକ ଜନ୍ତୁ, ସାପ ରହୁଥିବା ସେଠାରେ ଥିବା ସଫେଇ କର୍ମଚାରୀମାନେ କୁହନ୍ତି । ଏବେ ପ୍ରତେକ ଦିନ ସାପ କାମୁଡ଼ା ଲୋକେ ଡାକ୍ତରଖାନା ଆସୁଥିବା ବେଳେ, ଡାକ୍ତରଖାନା ପରିସରର ଚାରିପଟେ ଓ କର୍ମଚାରୀ ଆବାସ ଚାରିପଟ ହୋଇଥିବା ଘଞ୍ଚ ଜଙ୍ଗଲକୁ ସଫା କରିବା ପାଇଁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଦାବି କରିଛନ୍ତି ।