ଲକ୍ଷ୍ମୀପୁର: କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ସଦର ମହକୁମାର ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତର ବିରିଗୁଡା ଗାଁରେ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତା ପରିବାରକୁ ବିଜେଡି ମହିଳା ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଭେଟିଛନ୍ତି।
ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା। ଏହି ଅବସରରେ ଗାଁରେ ନାଟକ ମଞ୍ଚସ୍ଥ କରାଯାଇଥିଲା। ନାଟକ ଦେଖିବା ସକାଶେ ଆଖପାଖ ଗାଁର ହଜାର ହାଜର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତ୍ରିରେ ନାଟକ ଚାଲିଥିବା ବେଳେ ପରଡ଼ି ଗୁଡା ଗାଁର ଜଣେ ନାବାଳିକା ଝିଅ ନିଜ ସାଙ୍ଗଙ୍କ ସହ ନାଟକ ମଞ୍ଚସ୍ଥ ହେଉଥିବା ସ୍ଥାନରୁ ଅଳ୍ପ ଦୂରରେ ଯାଇ କଥା ହେଉଥିଲା। ନାବାଳିକା ଝିଅ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନେ ଜେଲ ଯାଇଥିଲେ।
ସୂଚନାଯୋଗ୍ୟ, ଶନିବାର ରାତ୍ରିରେ ବିରିଗୁଡା ଗାଁରେ ଚାଲିଥିଲା ବୁଢୀ ଠାକୁରାଣୀ ଯାତ୍ରା। ଏହି ଅବସରରେ ଗାଁରେ ନାଟକ ମଞ୍ଚସ୍ଥ କରାଯାଇଥିଲା। ନାଟକ ଦେଖିବା ସକାଶେ ଆଖପାଖ ଗାଁର ହଜାର ହାଜର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତ୍ରିରେ ନାଟକ ଚାଲିଥିବା ବେଳେ ପରଡ଼ି ଗୁଡା ଗାଁର ଜଣେ ନାବାଳିକା ଝିଅ ନିଜ ସାଙ୍ଗଙ୍କ ସହ ନାଟକ ମଞ୍ଚସ୍ଥ ହେଉଥିବା ସ୍ଥାନରୁ ଅଳ୍ପ ଦୂରରେ ଯାଇ କଥା ହେଉଥିଲା। ନାବାଳିକା ଝିଅ କଥା ହେଉଥିବା ସମୟରେ ୪ ଜଣ ଯୁବକ ସାଙ୍ଗଙ୍କୁ ଅତର୍କିତ ଆକ୍ରମଣ କରି ଝିଅକୁ ପାହାଡ଼ ଉପରକୁ ନେଇ ଗଣଦୁଷ୍କର୍ମ କରିଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଥିଲା।
ଏପରି ସମ୍ବେଦନଶୀଳ ଘଟଣା କୋରାପୁଟ ଏସପି ରୋହିତ ବର୍ମାଙ୍କ ଦୃଷ୍ଟିଗୋଚର ହେବା ପରେ କୋରାପୁଟର ଅତିରିକ୍ତ ଏସପି ମନୋଜ ପୂଜାରୀଙ୍କ ସହ ଲକ୍ଷ୍ମୀପୁର ଆଇଆଇସି ସୁଜ୍ଞାନୀ ସାହୁ ଓ କାକିରିଗୁମା ଆଇଆଇସି ଡ଼ିଡ଼ି ବାତ୍ରିଆଙ୍କୁ ତୁରନ୍ତ ଘଟଣାର ତଦନ୍ତ ସହ ଯୁବକମାନଙ୍କୁ ଚି଼ହ୍ନଟ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ। ସନ୍ଧ୍ୟା ସମୟରେ ଏହି ଘଟଣାରେ ସମ୍ପୃକ୍ତ ଥିବା ୪ଜଣ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ସେମାନଙ୍କ ଜାମିନ ନାମଞ୍ଜୁର ହେବା ପରେ ଅଭିଯୁକ୍ତମାନେ ଜେଲ ଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/13/Y7LlBKccKbmfyGqFKBWE.jpg)