ରାଉରକେଲା: ପ୍ରୟାଗରାଜ ମହାକୁମ୍ଭରେ ପରିବାର ସହ ସ୍ନାନସାରି ଘରକୁ ଫେରୁଥିବାବେଳେ ଚଳନ୍ତା ଟ୍ରେନ୍ରେ ଡାକ୍ତର ବାପାଙ୍କ ଆଗରେ ଚାଲିଗଲା ପୁଅର ଜୀବନ। ମୃତକ ହେଲେ ସିଭିଲଟାଉନ୍ସିପ୍ର ଡାକ୍ତର ସଜ୍ଜନ ଅଗ୍ରୱାଲଙ୍କ ପୁଅ ଅଙ୍କିତ ଅଗ୍ରୱାଲ (୪୨)। ଏହି ଦୁଃଖଦ ଖବରକୁ ନେଇ ସିଭିଲଟାଉନ୍ସିପ୍ରେ ଶୋକର ଛାୟା ଖେଳିଯାଇଛି।
‘ଲାଇଫ୍ ଲାଇନ୍ ହସ୍ପିଟାଲ’ର ମାଲିକ ଡାକ୍ତର ସଜ୍ଜନ ଅଗ୍ରୱାଲ ପରିବାର ସହ ସିଭିଲଟାଉନସିପ୍ରେ ରହନ୍ତି। ଗତ କିଛି ଦିନ ତଳେ ଡାକ୍ତର ଅଗ୍ରୱାଲ ଓ ତାଙ୍କ ପତ୍ନୀ, ପୁଅ ଅଙ୍କିତ ଅଗ୍ରୱାଲ, ବୋହୂ ଓ ତାଙ୍କ ୧୧ ବର୍ଷର ନାତୁଣୀ ରାଉରକେଲାରୁ ଟ୍ରେନ୍ରେ ପ୍ରୟାଗରାଜ ମହାକୁମ୍ଭମେଳାକୁ ସ୍ନାନ କରିବାକୁ ଯାଇଥିଲେ। ପ୍ରୟାଗରାଜରୁ ବନାରସ ହୋଇ ପରିବାର ସହ ରାଉରକେଲା ଫେରୁଥିଲେ। ବନାରସ୍ ଷ୍ଟେସନରୁ ଆନନ୍ଦବିହାର ଏକ୍ସପ୍ରେସ୍ରେ ରାଉରକେଲା ଫେରୁଥିଲେ। ଗୟା ଷ୍ଟେସନ ନିକଟରେ ଅଙ୍କିତଙ୍କ ହୃଦ୍ଘାତ ହୋଇଥିଲା। ଟ୍ରେନ୍ରୁ ଓହ୍ଲାଇ ପରିବାର ଲୋକ ଅଙ୍କିତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।