ବ୍ରହ୍ମପୁର: ଗଞ୍ଜାମଜିଲ୍ଲା କୋଟିନଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ଜ୍ୱାଇଁ ନିଜ ଶ୍ୱଶୁରଙ୍କ ବେକ କାଟିଦେଇଛନ୍ତି। ଏହାଫଳରେ ଗୁରୁତର ଆହତ ହେଉଛନ୍ତି ଗୁଡ଼ିସର ଗାଁର ୪୭ ବର୍ଷ ବୟସ୍କ କଂଗ୍ରେସ ନାହାକ।
କୌଣସି କଥାକୁ ନେଇ ଗତକାଲି ଜ୍ୱାଇଁ ଏକ ଧାରୁଆ ଅସ୍ତ୍ରରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ। ଶ୍ବଶୁରଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ କଂଗ୍ରେସ ନାହାକଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର। ତେବେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏପଟେ ଖବର ପାଇ ଗୁଡ଼ିସର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି।
ସୂଚନା ଅନୁଯାୟୀ, କୌଣସି କଥାକୁ ନେଇ ଗତକାଲି ଜ୍ୱାଇଁ ଏକ ଧାରୁଆ ଅସ୍ତ୍ରରେ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ। ଶ୍ବଶୁରଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ଅଭିଯୁକ୍ତ ଜ୍ୱାଇଁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ କଂଗ୍ରେସ ନାହାକଙ୍କୁ ପ୍ରଥମେ ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ ପରିବାର। ତେବେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏପଟେ ଖବର ପାଇ ଗୁଡ଼ିସର ଥାନା ପୁଲିସ ଘଟଣାର ତଦନ୍ତ ଚଳାଇବା ସହ ଅଭିଯୁକ୍ତ ଜୁମର ନାହାକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/mkcg.jpg)