ଲକ୍ଷ୍ମୀପୁର: ମୋଟର ସାଇକେଲ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଆନ୍ଧ୍ର ପ୍ରଦେଶର ସନ୍ଦିୱାଲସା ଗାଁ ନିକଟରେ ଦୁର୍ଘଟଣା ଘଟି ଜ୍ୱାଇଁ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। କୋରାପୁଟଜିଲ୍ଲା ବନ୍ଧୁଗାଁ ବ୍ଲକର ରମେଶ ହୁଇକା ନାମକ ବ୍ୟକ୍ତି ଶଶୁର ଘରକୁ ଯାଇଥିଲେ।
ମୋଟର ସାଇକେଲ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକା ହେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଆନ୍ଧ୍ର ପ୍ରଦେଶର ସନ୍ଦିୱାଲସା ଗାଁ ନିକଟରେ ଦୁର୍ଘଟଣା ଘଟି ଜ୍ୱାଇଁ ଓ ଶ୍ୱଶୁରଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ରମେଶ ହୁଇକା ନାମକ ବ୍ୟକ୍ତି ଶଶୁର ଘରକୁ ଯାଇଥିଲେ। ଶ୍ୱଶୁର ଘରେ ପହଞ୍ଚିବା ପରେ ଜ୍ୱାଇଁ ଶ୍ୱଶୁର ମିଶି କିଛି ସଉଦା କରିବା ସକାଶେ ବଜାରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକ ଜ୍ୱାଇଁ ରମେଶ ହୁଇକାଙ୍କର ଘର ବନ୍ଧୁଗାଁ ଥାନା ଝାଙ୍କାରକାର୍ଲି ଗାଁରେ ହୋଇଥିବା ବେଳେ ଶ୍ୱଶୁର ଆପନା ପିଡ଼ିକାଙ୍କ ଘର ଆନ୍ଧ୍ର ପ୍ରଦେଶର ସନ୍ଧି ବାଲସା ଗାଁରେ ବୋଲି ଜଣାଯାଇଛି।
ଶ୍ୱଶୁର ଘରେ ପହଞ୍ଚିବା ପରେ ଜ୍ୱାଇଁ ଶ୍ୱଶୁର ମିଶି କିଛି ସଉଦା କରିବା ସକାଶେ ବଜାରକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ମୃତକ ଜ୍ୱାଇଁ ରମେଶ ହୁଇକାଙ୍କର ଘର ବନ୍ଧୁଗାଁ ଥାନା ଝାଙ୍କାରକାର୍ଲି ଗାଁରେ ହୋଇଥିବା ବେଳେ ଶ୍ୱଶୁର ଆପନା ପିଡ଼ିକାଙ୍କ ଘର ଆନ୍ଧ୍ର ପ୍ରଦେଶର ସନ୍ଧି ବାଲସା ଗାଁରେ ବୋଲି ଜଣାଯାଇଛି। ଉଭୟଙ୍କ ଶବ ପାର୍ବତୀପୁର ଡାକ୍ତରଖାନା ପରିସରରେ ରହିଛି।
accident
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/01/NfgtDMBs9bJBMRS7DNbg.jpg)
