ହୃଦୟସ୍ପର୍ଶୀ ଦୃଶ୍ୟ: ଏସପି ପୁଅ ଏଏସଆଇ ମା’ଙ୍କୁ କଲେ ସ୍ୟାଲୁଟ

ନୂଆଦିଲ୍ଲୀ: ସନ୍ତାନ ସଫଳତା ପାଇଲେ ମା’-ବାପାଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ଖୁସି ହୋଇଥାଏ। ନିକଟରେ ବାପାଙ୍କ ଠାରୁ କିଛି ପାଦ ଆଗେଇ ପୁଅ/ଝିଅ ଚାକିରି କରିବାର ଅନେକ ଘଟଣା ସାମ୍ନାକୁ ଆସିଥିଲା।  କିଛିଦିନ ତଳେ ଏସପି ପୁଅ ଏଏସଆଇ ମା’ଙ୍କୁ ସ୍ୟାଲୁଟ ମାରୁଥିବାର ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି।

ଦିନେଶ ଦାସା ଗୁଜୁରାଟ ଲୋକସଭା‌ ଆୟୋଗର ଚ୍ୟାୟାରମ୍ୟାନ ରହିଛନ୍ତି। ସେ ଏସପି ପୁଅ ବିଶାଳ ଏଏସଆଇ ମା’ଙ୍କ ଫଟୋକୁ ସେୟାର କରି ଟୁଇଟରରେ ଲେଖିଛନ୍ତି, ଏଏସଆଇ ମା’ଙ୍କ ପାଇଁ ଏହା ଠାରୁ ଅଧିକ ଖୁସି କ’ଣ ବା ହୋଇପାରେ।

 

ଏସପି ପଦରେ ଚାକିରି ପାଇବା ପରେ ଏଏସଆଇ ମା’ଙ୍କୁ ସ୍ୟାଲୁଟ ମାରୁଛନ୍ତି ପୁଅ। ପୁଅଙ୍କ ସ୍ୟାଲୁଟ ଦେଖି ମା’ଙ୍କ ଆଖି ଲୁହରେ ଭରି ଯାଇଥିଲ। ଲୁହା ଭରା ଆଖିରେ ପୁଅଙ୍କ ସ୍ୟାଲୁଟରେ ପ୍ରତି ସ୍ୟାଲୁଟ ଦେଉଛନ୍ତି ମା’।

 

ସମ୍ବନ୍ଧିତ ଖବର