ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପେଟ ଜନିତ ସମସ୍ୟା ଯୋଗୁଁ ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ ସେ ବର୍ତ୍ତମାନ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗରେ ଭର୍ତ୍ତି ହୋଇଛନ୍ତି ଏବଂ ଡାକ୍ତରଙ୍କ ନିରୀକ୍ଷଣରେ ଅଛନ୍ତି। ଏହି ମାସ ଆରମ୍ଭରେ, ୭୮ ବର୍ଷୀୟ ସୋନିଆ ଗାନ୍ଧୀ ଅସହଜ ଅନୁଭବ କରିବା ପରେ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ (IGMC) ହସ୍ପିଟାଲରେ ଏମାରଆଇ ସ୍କାନ କରିଥିଲେ।

Advertisment

ପୂର୍ବରୁ ଜୁନ୍ ୭ ତାରିଖରେ, ଉଚ୍ଚ ରକ୍ତଚାପ ସମସ୍ୟା ପରେ ଶନିବାର ସୋନିଆ ଗାନ୍ଧୀଙ୍କୁ ସିମଲାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ନିଆଯାଇଥିଲା। ଏଠାକାର ଡାକ୍ତର କହିଥିଲେ ଯେ ସୋନିଆଙ୍କ ରକ୍ତଚାପ ବଢିଯାଇଥିଲା, କିନ୍ତୁ ଏବେ ଅବସ୍ଥା ଠିକ ଅଛି |  ଏହା ବାଦ ଫେବୃୟାରୀ ମାସରେ ବି ପେଟ ସମସ୍ୟା ଯୋଗୁଁ ତାଙ୍କୁ ସାର୍ ଗଙ୍ଗା ରାମ  ମେଡିକାଲରେ ଭର୍ତ୍ତି କରାଯାଇଥିଲା | ଉଲ୍ଲେଖ ଥାଉ କି ଗତ ୪ରୁ ୫ ବର୍ଷ ମଧ୍ୟରେ ଅନେକ ଥର ସୋନିଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଯାଇଛି ଓ ବାରମ୍ବାର ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଛି | ଏହାପୂର୍ବରୁ ଶ୍ଵାସଜନିତ ସମସ୍ୟାରେ ମଧ୍ୟ ସେ ପୀଡିତ ଅଛନ୍ତି | ୨୦୨୨ ମସିହାରେ ସେ କାରଣ ସଂକ୍ରମିତ ହେବ ପରେ ବି ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା |