ଟ୍ରୋଲ୍ ହେଲା ସୋନୁ ସୁଦଙ୍କ ମହାଶିବରାତ୍ରି ଟୁଇଟ୍

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ସର୍ବଦା ଅଭାବ-ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ନେଇ ଚର୍ଚ୍ଚାରେ ରହି ଥାଆନ୍ତି। ସୋନୁ ସୁଦଙ୍କୁ ଲୋକମାନେ ବାସ୍ତବ ଜୀବନର ହିରୋ ବୋଲି ଆଖ୍ୟା ଦେଇଥିବା ବେଳେ ମହାଶିବରାତ୍ରି ଦିନ ହଠାତ ସେ ‌ସୋସିଆଲ ମିଡିଆରେ ଟ୍ରୋଲ ହୋଇଥିଲେ। ଏଥିସହିତ ଟୁଇଟରରେ ତୁମେ କିଏ ସୋଦୁ ସୁଦ ଟ୍ରେଣ୍ଡ କରିବାକୁ ଲାଗିଥିଲା।

ସୋନୁ ସୁଦ ମହାଶିବରାତ୍ରିରେ ଟୁଇଟ କରି ଲେଖିଥିଲେ, ଶିବ ଭଗବାନଙ୍କ ଫଟୋକୁ ଫରୱାର୍ଡ କରି ନୁହେଁ ବରଂ କାହାକୁ ସାହାଯ୍ୟ କରି ମହାଶିବରାତ୍ରି ପାଳନ କରାଯାଉ। ଓମ ନମଃ ଶିବାୟ।

ସୋନୁଙ୍କ ଏହି ଟୁଇଟକୁ ନେଇ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ସୋସିଆଲ ମିଡିଆରେ ସୋନୁଙ୍କ ଏହି ଟୁଇଟକୁ ନେଇ ବ୍ୟବହାରକାରୀ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

କେବଳ ଯେ ସମସ୍ତେ ସୋନୁଙ୍କ ବିରୋଧରେ ଲେଖିଛନ୍ତି ତାହା ନୁହେଁ,  ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ଇଏ ସେହି ବ୍ୟକ୍ତି ଯିଏକି ମହାମାରୀ କରୋନା ସମୟରେ ପ୍ରବାସୀଙ୍କୁ ସାହାଯ୍ୟ କରିଥିଲେ। ଆମେ ବାଛିଥିବା ସରକାର କରୋନା କାଳରେ ପ୍ରବାସୀଙ୍କୁ ମରିବା ପାଇଁ ଛାଡ଼ି ଦେଇଥିବା ବେଳେ ଲୋକଙ୍କ ପାଖରେ ଦେବଦୂତ ସାଜି ପହଞ୍ଚିଥିଲେ ସୋନୁ। ମୁଁ ସିନେମା ଦେଖେ ନାହିଁ ତେଣୁ ସୋନୁଙ୍କ ଅଭିନୟ ଅଭିଜ୍ଞତା ବିଷୟରେ ଜାଣି ନାହିଁ କିନ୍ତୁ ସୋନୁ ବାସ୍ତବରେ ସଚ୍ଚୋଟ ଇଣ୍ଡିଆନ୍ ଆଇଡଲ।

ସମ୍ବନ୍ଧିତ ଖବର