ନୂଆଦିଲ୍ଲୀ : ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ  ପରେ ଏବେ ମହାରାଷ୍ଟ୍ରରେ ସମାଜବାଦୀ ପାର୍ଟି (ସପା) ଓ ବହୁଜନ ସମାଜ ପାର୍ଟି (ବସପା) ମେଣ୍ଟ ଘୋଷଣା କରିଛନ୍ତି । ଦୁଇ ଦଳ ମଧ୍ୟରେ ହୋଇଥିବା ଆସନ ବୁଝାମଣା ଅନୁସାରେ ଉଭୟ ଦଳ ରାଜ୍ୟର ୪୮ଟି ଆସନରେ ନିଜର ପାର୍ଥୀ ଦେବେ । ତେବେ ଏ ବେସୁଦ୍ଧା ଆସନ ବୁଝାମଣା ଚୂଡାନ୍ତ ହୋଇନାହିଁ । ଆସନ ବୁଝାମଣା ପାଇଁ ଦୁଇଦଳ ମିଶି ଏକ କମିଟି ଗଠନ କରିଛନ୍ତି ବୋଲି ସପା ନେତା ଆବୁ ଆଜମୀ କହିଛନ୍ତି ।

Advertisment

୨୦୧୯ ଲୋକସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟି (ବସପା) ଏବଂ ସମାଜବାଦୀ ପାର୍ଟି (ସପା) ୩୮ଟି ଲେଖାଏଁ ଆସନରେ ଲଢ଼ିବାକୁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ । ରାଜ୍ୟର ୮୦ଟି ଲୋକସଭା ଆସନରୁ ଉଭୟ ଦଳ ମୋଟ ୭୬ ଆସନରେ ଲଢ଼ିବେ ଏବଂ ଆମେଥି ଏବଂ ରାୟବରେଲି ଆସନରେ ପ୍ରାର୍ଥୀ ଦେବେ ନାହିଁ ବୋଲି ପୂର୍ବରୁ ଘୋଷଣା କରିଥିଲେ ମଧ୍ୟ ଏବେ କଂଗ୍ରେସ ସହିତ ମତଭେଦ କାରଣରୁ ଏହି ଦୁଇଟି ସିଟରେ ମଧ୍ୟ ପ୍ରାର୍ଥୀ ଦେବାକୁ ମେଣ୍ଟ ସଂକେତ ଦେଇଛି। ଆଉ ୨ଟି ଆସନ କ୍ଷୁଦ୍ର ସହଯୋଗୀଙ୍କ ପାଇଁ ଛାଡ଼ିଦିଆଯିବ ବୋଲି ଘୋଷଣା କରାଯାଇଛି।