ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡରେ ମଧ୍ୟ ଏକାଠି ନିର୍ବାଚନ ଲଢିବେ ଏସପି-ବିଏସପି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ନିର୍ବାଚନୀ ମେଣ୍ଟ କରିବା ପରେ  ସମାଜବାଦୀ ପାର୍ଟି (ଏସପି) ଓ ବହୁଜନ ସାମାଜପାର୍ଟି (ବିଏସପି) ପକ୍ଷରୁ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ମେଣ୍ଟ କରାଯାଇଛି । ଏହି ଦୁଇ ରାଜ୍ୟରେ ଉଭୟ. ଦଳ ମିଳିତଭାବେ ନିର୍ବାଚନ ଲଢିବେ ବୋଲି  ଘୋଷଣା କରିଛନ୍ତି । ଏସପି ଉତ୍ତରାଖଣ୍ଡର ଗଡ଼ଓ୍ବାଲରୁ ଲଢିବାକୁ ଥିବାବେଳେ ମଧ୍ୟପ୍ରଦେଶର ୩ଟି ସିଟ ବାଲାଘାଟ, ତିକରି ଓ ଖଜୁରାଓରେ  ଲଢିବ । ଏହି ଦୁଇ ରାଜ୍ୟର ଅବଶିଷ୍ଟ ଆସନରେ ବିଏସପି ଲଢିବ । ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବାବେଳେ ଉତ୍ତରାଖଣ୍ଡରେ ୫ଟି ଲୋକସଭା ଆସନ ରହିଛି ।

ପୂର୍ବରୁ ଉତ୍ତରପ୍ରଦେଶ ପାଇଁ ଦୁଇଦଳ ମଧ୍ୟରେ ଆସନ ବୁଝାମଣା ହୋଇସାରିଛି । ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ୩୭ଟି ଲୋକସଭା ଆସନରେ ଲଢିବା ନେଇ ନିଷ୍ପତ୍ତି ଚୁଡାନ୍ତ ହୋଇଛି । ସେହିପରି  ମାୟାବତୀଙ୍କ ବହୁଜନ ସମାଜପାର୍ଟି ଭାଗରେ ପଡିଛି ୩୮ଟି ଲୋକସଭା ଆସନ । ତେବେ ଉତ୍ତରପ୍ରଦେଶରେ କଂଗ୍ରେସ ପାଇଁ ଦୁଇଟି ଆସନ ଛାଡିଛନ୍ତି ଏସପି-ବିଏସପି ମେଣ୍ଟ । ଆମେଥି ଓ ରାୟବରେଲି ଆସନ ପାଇଁ ମେଣ୍ଟ ପକ୍ଷରୁ ପ୍ରାର୍ଥୀ ଦିଆଯିବ ନାହିଁ । ଉଭୟ ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର