ବିରୋଧୀ ଦଳ କର୍ମୀ ସାଜିଛନ୍ତି ଚୌକିଦାର, ଇଭିଏମ ଥିବା ଷ୍ଟ୍ରଙ୍ଗରୁମ ଉପରେ ସତର୍କ ଦୃଷ୍ଟି ରଖିଛନ୍ତି

ମିରଟ : ଆସନ୍ତା କାଲି ଦେଶରେ ଭୋଟ ଗଣତି ହେବ । ଏହା ପୂର୍ବରୁ ଗତ ୧୯ ତାରିଖରେ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ ପୋଲ ବା ବୁଥ ବାହୁଡା ମତାମତ ସର୍ଭେ ପ୍ରକାଶ ପାଇଛି । ଏଥିରେ ଏନଡିଏ ବିପୁଳ ବହୁମତ ସହ ସରକାରକୁ ଫେରୁଥିବା କୁହାଯାଇଛି । ତେବେ ଏହାକୁ ନେଇ ହତାଶ ହୋଇପଡିଛନ୍ତି ବିରୋଧୀ ଦଳ । ଏଥିଲାଗି ଇଭିଏମ ପ୍ରସଙ୍ଗକୁ ଆହୁରି ଜୋରଦାର କରିଛନ୍ତି । ପ୍ରାୟ ୨୨ଟି ବିରୋଧୀ ଦଳ ଇଭିଏମର ସଠିକତା ଉପରେ ପ୍ରଶ୍ନ ଉଠାଇବା ସହ ସରକାର ଇଭିଏମ ଟ୍ୟାମ୍ପରିଂ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ।

କିନ୍ତୁ ବିରୋଧୀ ଦଳମାନଙ୍କ ଏହି ଅଭିଯୋଗକୁ ନିର୍ବାଚନ ଆୟୋଗ ଓ ସୁପ୍ରିମକୋର୍ଟ ବିଶେଷ ଗୁରୁତ୍ୱ ଦେଉନଥିଲେ ମଧ୍ୟ ଦଳୀୟ କର୍ମୀମାନେ ଏହାକୁ ଅତ୍ୟନ୍ତ ଗୁରତର ଭାବେ ନେଇଛନ୍ତି । ଉତ୍ତରପ୍ରଦେଶର ମିରଟରେ ସପା ଓ ବସପାର କର୍ମୀମାନେ ଷ୍ଟ୍ରଙ୍ଗରୁମ ନିକଟରେ ନିଜର ଏକ ସ୍ୱତନ୍ତ୍ର ଶିବିର ପକାଇ ଦୂରବୀନ ସାହାଯ୍ୟରେ ନଜର ରଖିଛନ୍ତି । ଗତ ଏପ୍ରିଲ ୧୧ରୁ ହିଁ ସପା ଓ ବସପା କର୍ମୀମାନେ ଇଭିଏମ ଉପରେ ନଜର ରଖିଛନ୍ତି । ସେପଟେ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କର୍ମୀମାନେ ଷ୍ଟ୍ରଙ୍ଗରୁମ ଉପରେ ନଜର ରଖିଛନ୍ତି ।

ସମ୍ବନ୍ଧିତ ଖବର