ଭୁବନେଶ୍ୱର: ଆଜି ହେଉଛି ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତିଙ୍କର ଜନ୍ମଦିନ। ସେ ଆଜିର ତାରିଖରେ ଜନ୍ମ ଗ୍ରହଣ କରିଥଲେ। ଠିକ୍ ସେହିପରି ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା ଓ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କର ବି ଅକ୍ଟୋବର ୧୨ ହେଉଛି ଜନ୍ମ ତାରିଖ। ଉଉୟେ ବେଶ୍ ଚର୍ଚ୍ଚିତ। ଆଉ ସବୁଠାରୁ ବଡ଼ କଥା ହେଲା ଯେ ଏ ଦୁହେଁ ତିନିଟି ଓଡ଼ିଆ ଛବିରେ ଏକାଠି କାମ ମଧ୍ୟ କରିଥିଲେ।
ଶିଶିର ମିଶ୍ର ଓ ରାଜୁ ମିଶ୍ରଙ୍କ ଭଳି ଦୁଇ ଦିଗ୍ଗଜଙ୍କ ସହକାରୀ ଓ ସହଯୋଗୀ ଭାବେ ଅଭିଜ୍ଞତା ହାସଲ କରିବା ପରେ ହର ପଟ୍ଟନାୟକ ସ୍ବାଧୀନ ଭାବେ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ। ଆଉ ତାଙ୍କର ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’। ଏଥିରେ ସେ ଅକ୍ଷୟ ମହାନ୍ତିଙ୍କୁ ହିଁ ସ୍ବର ସଂଯୋଜନା କରିବା ଲାଗି ଅନୁରୋଧ କରିଥିଲେ, ଯାହାକୁ ବି ରକ୍ଷା କରିଥିଲେ ଖୋକା ଭାଇ ଓରଫ ଅକ୍ଷୟ ମହାନ୍ତି। ଏହି ଫିଲ୍ମର ଗୀତଗୁଡ଼ିକ ବି ସୁପରହିଟ୍ ହୋଇଥିଲା। ଏଥିମଧ୍ୟରେ ଥିଲା ‘ସମୟ ଚକ ଯାଏ..., ଢେଉ ପରେ ଢେଉ.. ଓ ଆ ମୋ ପାଖକୁ ଆ..ଆଦି ଗୀତ ଆଜି ବି ଲୋକପ୍ରିୟ। ଆଉ ଉଲ୍ଲେଖନୀୟ କଥା ହେଲା ଯେ ଏହି ଛବିର ଏକ ଗୀତ ପାଇଁ କଣ୍ଠଶିଳ୍ପୀ ସୁବାସ ଦାଶ ପାଇଥିଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର।
ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଦଇବ ଦଉଡ଼ି’। ଏଥିରେ ସେ ଅକ୍ଷୟ ମହାନ୍ତିଙ୍କୁ ହିଁ ସ୍ବର ସଂଯୋଜନା କରିବା ଲାଗି ଅନୁରୋଧ କରିଥିଲେ, ଯାହାକୁ ବି ରକ୍ଷା କରିଥିଲେ ଖୋକା ଭାଇ ଓରଫ ଅକ୍ଷୟ ମହାନ୍ତି। ଏହି ଫିଲ୍ମର ଗୀତଗୁଡ଼ିକ ବି ସୁପରହିଟ୍ ହୋଇଥିଲା। ଏଥିମଧ୍ୟରେ ଥିଲା ‘ସମୟ ଚକ ଯାଏ..., ଢେଉ ପରେ ଢେଉ.. ଓ ଆ ମୋ ପାଖକୁ ଆ..ଆଦି ଗୀତ ଆଜି ବି ଲୋକପ୍ରିୟ। ଆଉ ଉଲ୍ଲେଖନୀୟ କଥା ହେଲା ଯେ ଏହି ଛବିର ଏକ ଗୀତ ପାଇଁ କଣ୍ଠଶିଳ୍ପୀ ସୁବାସ ଦାଶ ପାଇଥିଲେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର। ଏହାପରେ ହର ଓ ଅକ୍ଷୟ ଏକାଠି ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଚକାଡୋଳା କରୁଚି ଲୀଳା’ ଓ ଜ୍ଞାନ ପଟ୍ଟନାୟକଙ୍କ ପ୍ରଯୋଜିତ ‘କପାଳ ଲିଖନ’ରେ ଏକାଠି କାମ କରିଥିଲେ। ‘ଚକାଡୋଳା କରୁଚି ଲୀଳା’ର ଚୋଖା ଚୋଖା ଚେହେରା ଉପରଦେଖା.. ଓ ଚକାଡୋଳା ତୋର ଲୀଳା ଏବଂ ‘କପାଳ ଲିଖନ’ର କାଳିଆ ସୁନାରେ କାଳିଆ ସୁନା.. ଏବଂ ସାଥୀ ମୋ ଜୀବନସାଥୀ, ତୁମେ ଥିଲେ ସବୁ ରାତି ଚାନ୍ଦିନୀରାତି...ଭଳି ଶ୍ରୁତିମଧୁର ଗୀତ ଉପହାର ଦେଇଥିଲେ ଅକ୍ଷୟ ମହାନ୍ତି।
ଏହାପରେ ହର ଓ ଅକ୍ଷୟ ଏକାଠି ଅମୀୟ ପଟ୍ଟନାୟକଙ୍କ ପ୍ରଯୋଜିତ ‘ଚକାଡୋଳା କରୁଚି ଲୀଳା’ ଓ ଜ୍ଞାନ ପଟ୍ଟନାୟକଙ୍କ ପ୍ରଯୋଜିତ ‘କପାଳ ଲିଖନ’ରେ ଏକାଠି କାମ କରିଥିଲେ। ‘ଚକାଡୋଳା କରୁଚି ଲୀଳା’ର ଚୋଖା ଚୋଖା ଚେହେରା ଉପରଦେଖା.. ଓ ଚକାଡୋଳା ତୋର ଲୀଳା ଏବଂ ‘କପାଳ ଲିଖନ’ର କାଳିଆ ସୁନାରେ କାଳିଆ ସୁନା.. ଏବଂ ସାଥୀ ମୋ ଜୀବନସାଥୀ, ତୁମେ ଥିଲେ ସବୁ ରାତି ଚାନ୍ଦିନୀରାତି...ଭଳି ଶ୍ରୁତିମଧୁର ଗୀତ ଉପହାର ଦେଇଥିଲେ ଅକ୍ଷୟ ମହାନ୍ତି।
କ୍ରମାଗତ ଭାବେ ଉପରୋକ୍ତି ତିନିଟି ଛବି ପରେ ଆଉ ନିର୍ଦ୍ଦେଶକ ହର ପଟ୍ଟନାୟକ ସଙ୍ଗୀତକାର ଅକ୍ଷୟ ମହାନ୍ତିଙ୍କ ସହ କାମ କରିନଥିଲେ।