ରାଉରକେଲା: ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି) ସ୍ଥାପନବେଳେ ବିସ୍ଥାପିତ ହୋଇଥିବା ପରିବାରଙ୍କ ଅଭିଯୋଗର ସମାଧାନ ନିମନ୍ତେ ଜାତୀୟ ଜନଜାତି ଆୟୋଗର ସଦସ୍ୟ ଜେ. ହୁସେନ ଆସନ୍ତା ୧୦ ଓ ୧୧ ତାରିଖ ଦୁଇଦିନିଆ ରାଉରକେଲା ଗସ୍ତରେ ଆସିବେ। ୧୦ରେ ସେ ବିସ୍ଥାପିତ ପରିବାର ସଦସ୍ୟଙ୍କ ସହ ଆର୍‌ଏସ୍‌ପିର ବିଭିନ୍ନ ଅଞ୍ଚଳର ପରିଦର୍ଶନ କରିବେ। ୧୧ରେ ବିସ୍ଥାପିତ ସଂଘର କର୍ମକର୍ତ୍ତାଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ବୈଠକରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଆର୍‌ଏସ୍‌ପିର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।

Advertisment

ଆର୍‌ଏସ୍‌ପି ପ୍ରତିଷ୍ଠା ସମୟରେ ବିସ୍ଥାପିତ ପରିବାରକୁ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୧୫ଟି ସ୍ଥାନରେ ଥଇଥାନ କରାଯାଇଥିଲା। ତେବେ ସେଠାରେ ମଧ୍ୟ ସେମାନେ ନାନା ସମସ୍ୟାରେ ଜର୍ଜରିତ। ଏବେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ଥିବାରୁ ସେମାନଙ୍କ ସମସ୍ୟା ଦୂର ହେବ ବୋଲି ବିସ୍ଥାପିତ ପରିବାର ଆଶା ରଖିଛନ୍ତି। ବିସ୍ଥାପିତଙ୍କ ନିଯୁକ୍ତି ସମ୍ପର୍କରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ (ଲୋକସମ୍ପର୍କ) ଓ ସଂଚାର ବିଭାଗ ମୁଖ୍ୟ ଅର୍ଚ୍ଚନା ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଜାତୀୟ ଜନଜାତି କମିସନ ସଦସ୍ୟ ଆସୁଛନ୍ତି। ବିସ୍ଥାପିତଙ୍କ ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

ବର୍ଷବର୍ଷ ଧରି ବିସ୍ଥାପିତ ପରିବାର ଜିଲ୍ଲା ପ୍ରଶାସନଠୁ ଆରମ୍ଭ କରି ବିଭାଗୀୟ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି ଜଣାଇଛନ୍ତି। ହେଲେ ସେମାନଙ୍କ ଦୁଃଖ ଦୂର ହୋଇନାହିଁ। ବିସ୍ଥାପିତମାନେ ଜାତୀୟ ଜନଜାତି ଆୟୋଗଙ୍କ ଦ୍ବାରସ୍ଥ ବି ହୋଇଥିଲେ। ଏହାର ତଦନ୍ତ ପାଇଁ ଆୟୋଗର ସଦସ୍ୟ ଏକାଧିକବାର ରାଉରକେଲା ଆସି ବିଭାଗୀୟ ଅଧିକାରୀଙ୍କ ସହ ବିସ୍ଥାପନ ସମସ୍ୟା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରିଛନ୍ତି। ବିସ୍ଥାପିତ ପରିବାରଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ସେଲ୍‌ର ବିଭାଗୀୟ ଅଧିକାରୀଙ୍କୁ ମଧ୍ୟ କହିଛନ୍ତି। ହେଲେ ଏହାର ବି ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ବୋଲି ଅଭିଯୋଗ କରିଛନ୍ତି ବିସ୍ଥାପିତ ସଂଘର ଖାଡ଼ା କୁଜୁର ଓ ଲଛୁ ଓରାମ। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଓ ବନ୍ଧମୁଣ୍ଡା ମାର୍ସଲିଂୟାର୍ଡ ବିସ୍ଥାପିତ ସଂଘର ଲଚ୍ଛୁ ଓରାମ କହିଛନ୍ତି, ଆମକୁ ବର୍ଷବର୍ଷ ଧରି ଜିଲ୍ଲା ପ୍ରଶାସନ ଓ ସେଲ୍‌ ତରଫରୁ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗ୍ୟ ବିବେଚିତ ୧୬୩ ବିସ୍ଥାପିତ ପରିବାରକୁ ପୂର୍ବତନ ମୁଖ୍ୟ ଶାସନ ସଚିବ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ଆର୍‌ଏସ୍‌ପିରେ ଜଣକୁ ହେଲେ ନିଯୁକ୍ତି ମିଳିପାରିଲା ନାହିଁ। ୭୦ ମୌଜା ବିସ୍ଥାପିତ ସଂଘର ଖାଡ଼ା ଖୁଜୁର କହିଛନ୍ତି, ଜିଲ୍ଲା ପ୍ରଶାସନ ୩ ହଜାର ୭୯୨ ବିସ୍ଥାପିତ ପରିବାରକୁ ବିଭିନ୍ନ ଆଳ ଦେଖାଇ କେବଳ ସମୟ ଗଡ଼ାଇ ଚାଲିଛି। ଜାତୀୟ ଜନଜାତି କମିସନର ତାଗିଦ କରିବା ପରେ ବି ଆମ ପରିବାରକୁ ନିଯୁକ୍ତି ମିଳୁନି କି ଅବ୍ୟବହୃତ ଜାଗା ଫେରାଇ ଦିଆଯାଉନି।

ସୂଚନାଯୋଗ୍ୟ, ଆର୍‌ଏସ୍‌ପି ପ୍ରତିଷ୍ଠା ସମୟରେ ବିସ୍ଥାପିତ ପରିବାରକୁ ସୁନ୍ଦରଗଡ଼ ଓ ଦେବଗଡ଼ ଜିଲ୍ଲାର ପ୍ରାୟ ୧୫ଟି ସ୍ଥାନରେ ଥଇଥାନ କରାଯାଇଥିଲା। ତେବେ ସେଠାରେ ମଧ୍ୟ ସେମାନେ ନାନା ସମସ୍ୟାରେ ଜର୍ଜରିତ। ଏବେ ରାଜ୍ୟ ଓ କେନ୍ଦ୍ରରେ ଗୋଟିଏ ଦଳର ସରକାର ଥିବାରୁ ସେମାନଙ୍କ ସମସ୍ୟା ଦୂର ହେବ ବୋଲି ବିସ୍ଥାପିତ ପରିବାର ଆଶା ରଖିଛନ୍ତି। ବିସ୍ଥାପିତଙ୍କ ନିଯୁକ୍ତି ସମ୍ପର୍କରେ ଆର୍‌ଏସ୍‌ପିର ମହାପ୍ରବନ୍ଧକ (ଲୋକସମ୍ପର୍କ) ଓ ସଂଚାର ବିଭାଗ ମୁଖ୍ୟ ଅର୍ଚ୍ଚନା ଶତପଥୀଙ୍କୁ ପଚାରିବାରୁ ସେ କହିଛନ୍ତି, ଜାତୀୟ ଜନଜାତି କମିସନ ସଦସ୍ୟ ଆସୁଛନ୍ତି। ବିସ୍ଥାପିତଙ୍କ ସମସ୍ୟା ଓ ଅନ୍ୟାନ୍ୟ ପ୍ରସଙ୍ଗରେ ସମୀକ୍ଷା ବୈଠକ କରିବାର କାର୍ଯ୍ୟକ୍ରମ ରହିଛି।

rourkela