ଝାରସୁଗୁଡା: ପୁଣି ବିବାଦରେ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ। କର୍ମଚାରୀଙ୍କ ସହିତ ପ୍ରଶାସନିକ ଅଧିକାରୀଙ୍କୁ ଦୁର୍ବ୍ୟବହାର ଭଳି ଘଟଣାକୁ ନେଇ ବିବାଦ ଘେରରେ ରହି ଆସିଥିବା ବିମାନ ବନ୍ଦର ନିର୍ଦ୍ଦେଶକ ସନ୍ଦୀପ ତିୱାରୀ ବିମାନ ବନ୍ଦରର ବରିଷ୍ଠ ସହାୟକ ସନ୍ଦୀପ ମିଞ୍ଜଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିବା ଓ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ଏନେଇ ଶ୍ରୀ ମିଞ୍ଜଙ୍କ ସମେତ ବିମାନ ବନ୍ଦର କର୍ମଚାରୀମାନେ ବିମାନ ବନ୍ଦର ଥାନାରେ ଲିଖିତ ଏତଲା ଦେଇଛନ୍ତି।

Advertisment

ଅଭିଯୋଗ ଅନୁସାରେ ଶ୍ରୀ ମିଞ୍ଜ ଏୟାରପୋର୍ଟ ଅଥରିଟି କର୍ମଚାରୀ ସଂଘର ସଭାପତି ଭାବେ କାର୍ଯ୍ୟରତ। ଆଜି ସକାଳୁ ଶ୍ରୀ ମିଞ୍ଜ ସଙ୍ଘ ସମ୍ପର୍କୀତ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିବାକୁ ନିର୍ଦ୍ଦେଶକ ଶ୍ରୀ ତିୱାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ଆଲୋଚନା ସମୟରେ ନିର୍ଦ୍ଦେଶକ ଶ୍ରୀ ତିୱାରୀ ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଗାଳିଗୁଲଜ କରି ତାଙ୍କ ମୁହଁକୁ ୨ ମୁଥ ଓ ଗୋଇଠା ମାରିଥିଲେ ବୋଲି ଅଭିଯୋଗ ହୋଇଛି।