ଆସନ୍ତାକାଲି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ଆସନ ୯୫, ପ୍ରାର୍ଥୀ ୧,୬୩୮, ମତଦାତା ୧ କୋଟି ୪୦ ଲକ୍ଷ

ନୂଆଦିଲ୍ଲୀ: ରାତିପାହିଲେ ନେତାଙ୍କ ଭାଗ୍ୟ ର୍ନିଦ୍ଧାରଣ କରିବେ ଜନତା। ଲୋକସଭା ର୍ନିବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଦେଶର ୯୫ଟି ଲୋକସଭା ଆସନରେ ର୍ନିବାଚନ ହେବ। ୧୨ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ଏହି ର୍ନିବାଚନ ହେବ। ଏଥିପାଇଁ ଷ୍ଟ୍ରଂଗ ରୁମରୁ ଇଭିଏମ ଓ ମତଦାନ ପାଇଁ ଆବଶ୍ୟକ ସରଞ୍ଜାମ ଧରି ପୁଲିଂ ପାର୍ଟି ଗୁଡିକ ବୁଥ ଗୁଡିକରେ ପହଞ୍ଚି ସାରିଛନ୍ତି। କଡ଼ା ସୁରକ୍ଷାରେ ପୁଲିଂ ପାର୍ଟି ଗୁଡିକୁ ମତଦାନ କେନ୍ଦ୍ରକୁ ପଠାଯାଇଛି। ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ରାଜ୍ୟର ୯୭ଟି ଆସନରେ ମତଦାନ ଗ୍ରହଣ କରିବାକୁ ଧାର୍ଯ୍ୟ କରାଯାଇଥିଲା। ତେବେ ତାମିଲନାଡୁ ଓ ତ୍ରିପ୍ରୁରାର ଗୋଟିଏ ଲେଖାଏଁ ଆସନରେ ହେବାକୁ ଥିବା ମତଦାନକୁ ରଦ୍ଦ କରାଯାଇଛି।

ଆସନ୍ତାକାଲି ତାମିଲନାଡୁର ୩୮ଟି ଆସନ, କର୍ଣ୍ଣାଟକର ୧୪ଟି, ମହାରାଷ୍ଟ୍ରର ୧୦ଟି, ଉତ୍ତରପ୍ରଦେଶର ୮ଟି, ଓଡିଶା, ବିହାର ଓ ଆସାମରେ ୫ଟି ଲେଖାଏଁ , ଛତିଶଗଡ ଓ ପଶ୍ଚିମବଙ୍ଗରେ ୩ଟି ଲେଖାଏଁ, ଜମ୍ମୁ-କଶ୍ମୀରରେ ୨ଟି ଏବଂ ମଣିପୁର ଓ ପୁଡୁଚେରିରେ ଗୋଟିଏ ଲେଖାଏଁ ଆସନରେ ଭୋଟ ହେବ। ଆଇନଶୃଙ୍ଖଳା ପାଇଁ ପୂର୍ବ ତ୍ରିପୁରା ଓ ତାମିଲାନାଡୁର ଭେଲୋର ଆସନରେ ବ୍ୟାପକ ଟଙ୍କା କାରବାର ଯୋଗୁଁ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନକୁ ବାତିଲ କରାଯାଇଛି।

ସମ୍ବନ୍ଧିତ ଖବର