ଭୁବନେଶ୍ୱର: ରାଜ୍ୟରେ ୪ଟି ପର୍ଯ୍ୟାୟର ନିର୍ବାଚନ ସମାପ୍ତ ହୋଇଛି। ସମୁଦାୟ ୨୧ଟି ଲୋକସଭା ଓ ୧୪୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଶେଷ ହୋଇଛି(କେନ୍ଦ୍ରପଡ଼ା ଜିଲ୍ଲା ପାଟକୁରାରେ ମତଦାନ ହୋଇନାହିଁ)।
ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୪ଟି ପର୍ଯ୍ୟାୟରେ ହୋଇଥିବା ସମୁଦାୟ ମତଦାନ ହାର ରହିଛି ୭୩.୦୮ ପ୍ରତିଶତ। ଲୋକସଭା ନିର୍ବାଚନ ପାଇଁ ସର୍ବାଧିକ ମତଦାନ ନବରଙ୍ଗପୁରରେ ହୋଇଥିବା ବେଳେ ସର୍ବନିମ୍ନ ମତଦାନ ହୋଇଛି ଭୁବନେଶ୍ୱରରେ। ନବରଙ୍ଗପୁରରେ ୭୮.୮ ପ୍ରତିଶତ ମତଦାନ ହୋଇଥିବା ବେଳେ ଭୁବନେଶ୍ୱରରେ ୫୯.୬୦ ପ୍ରତିଶତ ମତଦାତା ମତ ସାବ୍ୟସ୍ତ କରିଛନ୍ତି ବୋଲି ସୂଚନା ରହିଛି।
ସେହିପରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ମତଦାନ କୋଟପାଡ଼ରେ ହୋଇଥିବା ବେଳେ ସର୍ବନିମ୍ନ ମତ ଗ୍ରହଣ ହୋଇଛି ଭୁବନେଶ୍ୱରରେ। କୋଟପାଡ଼ରେ ମତଦାତାଙ୍କ ସଂଖ୍ୟା ୮୬.୮୩ ରହିଥିବା ବେଳେ ଭୁବନେଶ୍ୱରରେ ସମୁଦାୟ ୪୩.୦୪ ପ୍ରତିଶତ ଲୋକେ ମତଦାନ କରିଛନ୍ତି।