ଆଜି ଭୋଟ୍‌ ଗଣନା ଚାଲିଥିବା ୫ଟି ରାଜ୍ୟରେ ୨୦୧୭ ବିଧାନସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳର କ’ଣ ଥିଲା ସ୍ଥିତି?

ନୂଆଦିଲ୍ଲୀ: ନିର୍ଦ୍ଧାରିତ ସମୟ ସକାଳ ୮ଟା ବେଳେ ଆଜି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ୨୦୨୨ର ଭୋଟ୍‌ ଗଣନା ଆରମ୍ଭ ହୋଇଛି। ଆସନ୍ତୁ ଜାଣିବା ଗତ ବିଧାନସଭା ନିର୍ବାଚନରେ ଉକ୍ତ ରାଜ୍ୟମାନଙ୍କରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ରାଜନୈତିକ ଦଳମାନଙ୍କର ସ୍ଥିତି।

ମୋଟ୍ ୪୦୩ ଆସନ ଥିବା ଉତ୍ତର ପ୍ରଦେଶ ରାଜ୍ୟ ବିଧାନସଭାରେ ୨୦୧୭ରେ ଅନୁଷ୍ଠିତ ନିର୍ବାଚନରେ ବିଜେପି ୩୧୨ଟି ଆସନରେ ଜିତିଥିଲା।

ସେହିପରି, ସମାଜବାଦୀ ପାର୍ଟି ୪୭ଟି ଆସନ, ବହୁଜନ ସମାଜ ପାର୍ଟି (ବିଏସପି) ୧୯ଟି ଆସନ,ଆପ୍ନା ଦଳ ୯ଟି ଆସନ ଓ କଂଗ୍ରେସ ୭ଟି ଆସନରେ ବିଜୟ ଲାଭ କରିଥିଲା

୨୦୧୭ରେ ଉତ୍ତରପ୍ରଦେଶରେ ଅନ୍ୟାନ୍ୟ ଦଳଙ୍କ ଖାତାକୁ ଯାଇଥିଲା ସମୁଦାୟ ୯ଟି ଆସନ।

Image Courtesy of DNA India

ପଞ୍ଜାବ ବିଧାନସଭାରେ ମୋଟ୍ ଆସନ ସଂଖ୍ୟା ୧୧୭। ୨୦୧୭ରେ ସେଥିରୁ କଂଗ୍ରେସ ୭୭ଟି ଆସନ, ଆମ୍ ଆଦ୍‌ମୀ ପାର୍ଟି ୨୦ଟି ଆସନ, ଶିରୋମଣି ଅକାଳୀ ଦଳ ୧୫ଟି ଆସନ ଓ ବିଜେପି ୩ଟି ଆସନରେ ବିଜୟ ଲାଭ କରିଥିଲେ। ୨୦୧୭ରେ ପଞ୍ଜାବରେ ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଥିଲେ।

ମଣିପୁର ବିଧାନସଭାରେ ମୋଟ ଆସନ ସଂଖ୍ୟା ୬୦। ୨୦୧୭ରେ ମଣିପୁରରେ କଂଗ୍ରେସ ୨୮ଟି ଆସନ, ବିଜେପି ୨୧ଟି ଆସନ, ନାଗା ପିପୁଲ୍ସ ଫ୍ରଣ୍ଟ୍‌ ୪ଟି ଆସନ, ନ୍ୟାସନାଲ ପିପୁଲ୍ସ ପାର୍ଟି ୪ଟି ଆସନ,  ତୃଣମୂଳ କଂଗ୍ରେସ ୧ଟି ଆସନ, ଲୋକ ଜନଶକ୍ତି ପାର୍ଟି ୧ଟି ଆସନ ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ୧ଆସନରେ ବିଜୟ ଲାଭ କରିଥିଲେ।

ଗୋଆର ମୋଟ୍ ବିଧାନସଭା ଆସନ ସଂଖ୍ୟା ୪୦। ୨୦୧୭ରେ ସେଠାରୁ କଂଗ୍ରେସ ୧୭ଟି ଆସନ, ବିଜେପି ୧୩ଟି ଆସନ, ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି ୩ ଆସନ ଗୋଆ ଫରୱାର୍ଡ ପାର୍ଟି ୩ଟି ଆସନ, ଏନ୍‌ସିପି ୧ଟ ଆସନ ଓ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟ ଲାଭ କରିଥିଲେ।

ଉତ୍ତରାଖଣ୍ଡରେ ମୋଟ୍ ବିଧାନସଭା ଆସନ ସଂଖ୍ୟା ୭୦। ୨୦୧୭ ବିଧାନସଭା ନିର୍ବାଚନରେ ସେଠରେ ବିଜେପି ୫୭ଟି ଆସନ, କଂଗ୍ରେସ ୧୧ଟି ଆସନ ଓ ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ।

ସମ୍ବନ୍ଧିତ ଖବର