ଡେରାଡୁନ୍: ମା’ ଓ ସନ୍ତାନର ସମ୍ପର୍କର ଖୁବ୍ ମଧୁର। ତେବେ ନିକଟରେ ଜଣେ ସାବତ ମା’ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ସଉତୁଣୀର ଝିଅକୁ ଶୋଇଥିବା ଅବସ୍ଥାରେ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ସାବତ ମା’ ମିନୁ କୋରଙ୍କ ଝିଅ ପ୍ରାପ୍ତି ସିଂହ(୨୧)ଙ୍କ ମଧ୍ୟରେ କୌଣସି କାରଣରୁ ନେଇ ଝଗଡ଼ା ହୋଇଥିଲା। ଫଳରେ ଝିଅ ନଖାଇ ଶୋଇପଡ଼ିଥିଲା। ଏଥିରେ ମିନୁଙ୍କ ରାଗ ଶାନ୍ତ ହେଲା ନାହିଁ ଯେ ଝିଅ ଶୋଇଥିବା ଅବସ୍ଥାରେ ଏକ ଇଟା ସାହାଯ୍ୟ ଛେଚି ଛେଚି ତାକୁ ହତ୍ୟା କରିଥିଲେ। ଏହାପରେ ଝିଅର ମୃତଦେହକୁ ଉଠାଇ ବାଥରୁମ୍କୁ ନେଇଯାଇଥିଲେ। ସେଠାରେ ଚାରିଘଣ୍ଟା ପର୍ଯ୍ୟନ୍ତ ମୃତଦେହ ପାଖରେ ବସି ଏକ ଛୁରୀ ସାହାଯ୍ୟରେ ଖଣ୍ଡଖଣ୍ଡ କରି କାଟି ରାଗକୁ ଶାନ୍ତ କରୁଥିଲେ। ଝିଅର ଶବକୁ ଲୁଚାଇବା ପାଇଁ ଚାହିଁଥିଲେ ମିନୁ, ପୁଣି ଭାବିଲେ ଏହି କାମ ଏକାକି ସମ୍ଭବ ନୁହେଁ। ତେଣୁ ସେ ପୁଲିସକୁ ଫୋନ୍ କରି ଝିଅ ନିଖୋଜ ହୋଇଯାଇଛି ବୋଲି ସୂଚନା ଦେଇଥିଲେ। ଏହାପରେ ପ୍ରାପ୍ତିର ଫୋନ୍କୁ ସୁଇଜ ଅଫ୍ କରିଦେଇଥିଲେ। ତାଙ୍କୁ କାଳେ କିଏ ସନ୍ଦେହ କରିବ ସେଥିପାଇଁ ପାଖ ପଡୋଶୀଙ୍କ ଘରକୁ ଓ ଝିଅ ଏୟାର ହଷ୍ଟେସ୍ କୋର୍ସ କରୁଥିବା ସ୍ଥାନକୁ ଯାଇ ଖୋଜିଥିଲେ। ପୁଲିସକୁ ମିନୁଙ୍କ ହାବଭାବ ଦେଖି ସନ୍ଦେହ ହୋଇଥିଲା।
ତେଣୁ ମିନୁକୁ ପୁଲିସ ଷ୍ଟେସନ୍ ଆଣି ଘରର ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ମୃତ ପ୍ରାପ୍ତିର ଫୋନ୍ ଟ୍ରାକ୍ କରିବା ପରେ ଘଟଣାର ସତ୍ୟତା ଜଣାପଡ଼ିଥିଲା। ମିନୁ ମଧ୍ୟ ଝିଅ ପ୍ରାପ୍ତିକୁ ହତ୍ୟା କରିଥିବା କଥା ସ୍ୱୀକାର କରିଥିଲା। ତେବେ ଝିଅକୁ ହତ୍ୟା କରିବା କଥାରେ ସେ ତିଳେମାତ୍ର ପଶ୍ଚ୍ୟତାପ କରିବାକୁ ଚାହାନ୍ତି ନାହିଁ ବୋଲି କହିଥିଲେ। କାରଣ ପ୍ରାପ୍ତି ପାଇଁ ତାଙ୍କ ଜୀବନ ନଷ୍ଟ ହୋଇ ଯାଇଛି ବୋଲି ସେ ପୁଲିସ ନିକଟରେ କହିଥିଲେ।