ନିକଟରେ ଏକ ହାଇକୋର୍ଟ ରାୟ ଦେଇଛନ୍ତି, ପିତୃତ୍ବ ନିର୍ଦ୍ଧାରଣ ଲାଗି ଡିଏନ୍‌ଏ ପରୀକ୍ଷା ପାଇଁ ବାଧ୍ୟ କରାଯାଇପାରିବ ନାହିଁ। ପିତୃତ୍ବ ନେଇ ସେତେବେଳେ ସନ୍ଦେହ ପ୍ରକାଶ ପାଏ ଯେତେବେଳେ ସମାଜ ଯାହାକୁ ପିଲାର ମାଆର ସ୍ବାମୀ ବୋଲି ଜାଣିଛି, ସେ ପିଲାର ଅସଲ ପିତା ନ ହୋଇ ଅନ୍ୟ ଜଣେ ହୋଇଥିବା ନେଇ ଦାବି କରାଯାଏ। ଯେତେବେଳେ ବି ଏପରି ଦାବି ଉଠେ ଏବଂ କୋର୍ଟ ବ୍ୟକ୍ତିଗତ ଗୋପନୀୟତା ଆଳ ଦେଖାଇ ଡିଏନ୍‌ଏ ପରୀକ୍ଷା କରିବାକୁ ମନା କରିଦିଅନ୍ତି, ସେତେବେଳେ ଉଭୟ ପରିବାର, ପାଖ ପଡ଼ୋଶୀ ଓ ସମାଜର ସାଧାରଣ ଜନତା ସମସ୍ତେ ଦାବିକୁ ଶତ ପ୍ରତିଶତ ସତ ବୋଲି ଧରିନିଅନ୍ତି। ସତଟାକୁ ଆଇନଗତ ଭାବେ ଲୁଚାଇବାକୁ ଚେଷ୍ଟା କଲେ ବି ସତ କେବେ ଲୁଚେ ନାହିଁ। ଏହାଦ୍ବାରା ସମ୍ମାନହାନି ଯାହା ହବା କଥା ତ ହୁଏ, କିନ୍ତୁ କୋର୍ଟ ଏଭଳି ରାୟ ଦେଇ କାହାର କ’ଣ କ୍ଷତି କରନ୍ତି, ତାହା ଚିନ୍ତା ବି କରନ୍ତି ନାହିଁ। ଜଣକ ପ୍ରତି ବିଶ୍ବସ୍ତ ରହିବି ବୋଲି ବିବାହ ମଣ୍ଡପରେ ଉପସ୍ଥିତ ଜନସାଧାରଣ, ବନ୍ଧୁବାନ୍ଧବ, ଅଗ୍ନି ଓ ଦେବତାଙ୍କୁ ସାକ୍ଷୀ ରଖି ଯେଉଁ ଶପଥ ନିଆଯାଇଥାଏ, ତାହାର ଭଙ୍ଗ ହୁଏ। କୋର୍ଟଙ୍କ ଏପରି ରାୟ ପ୍ରକୃତ ପୀଡ଼ିତ ପ୍ରତି ଅନ୍ୟାୟ ହେଲେ ବି କୋର୍ଟ ନିଶ୍ଚୟ ସମ୍ବିଧାନ ଅନୁସାରେ ରାୟ ଦେଇଥିବେ। ମୁଁ ଦୃଢ଼ ଭାବରେ କହିପାରେ, ସମ୍ବିଧାନରେ ଯଦି ଗୋପନୀୟତା ଅଧିକାର ନାମରେ ଏପରି ଅନ୍ୟାୟକୁ ସମର୍ଥନ କରିବାକୁ ଲେଖା ଅଛି, ତେବେ ସେ ସମ୍ବିଧାନର ସଂଶୋଧନ ହେବା ଉଚିତ। 

Advertisment

କାରଣ ଏହାଦ୍ବାରା ପ୍ରକୃତ ପୀଡ଼ିତମାନେ ନ୍ୟାୟ ପାଇ ନ ଥାନ୍ତି। ମନେକର ଗୋଟିଏ ବାପାର ୫ ପୁଅ ଓ ୫ ଏକର ଜମି ଅଛି। ସେଥିମଧ୍ୟରୁ ଗୋଟିଏ ପୁଅ ତା’ ନିଜର ଓ ଅନ୍ୟ ୪ ପୁଅ ଅନ୍ୟ କେଉଁ ଜାର ପୁରୁଷର। ଯେତେ ଲୁଚାଇଲେ ବି ସତ ଦିନେ ନା ଦିନେ ଜଣାପଡ଼ିଥାଏ। ଅନେକ ସମୟରେ ଜାରଜ ସନ୍ତାନମାନେ ତାଙ୍କ ଅସଲ ପିତାର ଚେହେରା ଓ ଗୁଣ ବି ପାଇଥାନ୍ତି। ମନେକର ଶେଷରେ ସତ ଜଣାପଡ଼ିବା ପରେ ପୈତୃକ ସମ୍ପତ୍ତି ଭାଗବଣ୍ଟା ସମୟରେ କେସ୍ ହେଲା। କୋର୍ଟ ଡିଏନ୍‌ଏ ପରୀକ୍ଷାକୁ ମନା କରି ପରୋକ୍ଷରେ ଦୋଚାରୁଣୀ ସ୍ତ୍ରୀ ଓ ଜାରଜ ସନ୍ତାନମାନଙ୍କ ସପକ୍ଷରେ ରାୟ ଦେଲେ। ଏହାଦ୍ବାରା କିଏ କ୍ଷତିଗ୍ରସ୍ତ ହେଲା?

ପ୍ରଥମତଃ ପର ପିଲାକୁ ନିଜ ପିଲା ଭାବି ବାପା ଲକ୍ଷ ଲକ୍ଷ ଟଙ୍କା ସେମାନଙ୍କ ଭରଣପୋଷଣ ଓ ପାଠପଢ଼ାରେ ଖର୍ଚ୍ଚ କଲେ। ସ୍ବାମୀ ସ୍ତ୍ରୀ ଦ୍ବାରା ବିଶ୍ବାସଘାତକତାର ଶିକାର ହେଲେ। ଏହାର ଅର୍ଥ ନିର୍ଯାତନା ବି। ଏକ ବିଶ୍ବାସଘାତିନୀ ସ୍ବୀ ସ୍ବାମୀର ସେବା କରିବା ଦୂରେ ଥାଉ, ତା’ର କ୍ଷତି କରେ ଓ ତା’ଠାରୁ କିଛି ବିପଦ ଆଶଙ୍କା ସୃଷ୍ଟି ହେଲେ ହତ୍ୟା କରିବାକୁ ବି ପଛାଏ ନାହିଁ। କୋର୍ଟ ଏ ଧରଣର ଅନାଚାର ସପକ୍ଷରେ ରାୟ ଦେଇ ପରୋକ୍ଷରେ ଏ ପ୍ରକାର ନିର୍ଯାତନା ଓ ହତ୍ୟା ଘଟଣା ବୃଦ୍ଧିରେ ବି ସହାୟକ ହେଉଛନ୍ତି। 

ପୂର୍ବୋକ୍ତ ଉଦାହରଣରେ ଅସଲି ପୁଅ ଜଣେ ଓ ନକଲି ୪ ଜଣ। ତେଣୁ କେବଳ ଜଣେ ପୁଅ, ଯିଏ ଅସଲି, ସେ ବାପାର ସମସ୍ତ ୫ ଏକର ଜମି ପାଇବା କଥା। କିନ୍ତୁ ଡିଏନ୍‌ଏ ପରୀକ୍ଷାକୁ କୋର୍ଟ ମନା କରିବା ଅର୍ଥ ଅସଲି ପୁଅ ତା’ ହକ୍‌ରୁ ବଞ୍ଚିତ ହେବା। ନକଲି ପୁଅମାନେ ପାଇବେ ୪ ଏକର ଜମି ଓ ଅସଲି ପୁଅ ଭାଗରେ ପଡ଼ିବ ମାତ୍ର ୧ ଏକର ଜମି। ବାପା ନିଜର ପୁଅ ନୁହଁ ବୋଲି ଜାଣିବା ପରେ ମଧ୍ୟ ଶତ୍ରୁମାନଙ୍କୁ ନିଜ ଜମିର ବଡ଼ ଭାଗ ଦେବାକୁ ବାଧ୍ୟ ହେବେ। ଜାରଜ ପୁଅ ଅନେକ ସମୟରେ ଶତ୍ରୁ ପରି ବ୍ୟବହାର କରିଥାଏ ଓ ଶତ୍ରୁ ହିଁ ହୋଇଥାଏ। ମହାଭରତ ଯୁଗର କଂସ ଏହାର ପୌରାଣିକ ଉଦାହରଣ, ଯିଏ ଅସଲରେ ଦ୍ରୁମିଲା ନାମକ ରାକ୍ଷସର ପୁଅ ଥିଲା। ରାଜା ଉଗ୍ରସେନ ତାକୁ ନିଜ ପୁଅ ଭାବି ଲାଳନପାଳନ କରି ବଡ଼ କଲା ପରେ ସେ ବାପାକୁ ଦରୱାନ ବନେଇ ନିଜେ ରାଜା ହେଲା। ଆଧୁନିକ ଯୁଗରେ କଂସମାନଙ୍କ ଖବର ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶ ପାଇବା ନୂଆକଥା ନୁହେଁ। ପୂରା ପରିବାର ଏହାଦ୍ବାରା କ୍ଷତିଗ୍ରସ୍ତ ହୋଇପାରନ୍ତି। ସମାଜ ବି କ୍ଷତିଗ୍ରସ୍ତ ହୁଏ। ସେହି ଜାରଜ ସନ୍ତାନମାନେ ଭୁଲ୍ ବଂଶ ପରିଚୟ, ଭୁଲ ଜାତି-ବର୍ଣ୍ଣର ପରିଚୟ ଓ ଭୁଲ୍ ଗୋତ୍ର ପରିଚୟ ନେଇ ଚାଲେ। ଜାରଜମାନେ ଶୁଦ୍ଧ କୁଳୀନ (ପିଓର ବ୍ରିଡ୍‌)ର ମିଥ୍ୟା ପରିଚୟ ନେଇ ବଞ୍ଚନ୍ତି  ଏବଂ ସମାଜ ଓ ଅନ୍ୟ ଲୋକମାନେ ତା’ଦ୍ବାରା ପ୍ରତାରିତ ହୁଅନ୍ତି। 

କେହି କହିପାରନ୍ତି, ଏଥିରେ ବିଚରା ଜାରଜ ସନ୍ତାନମାନଙ୍କର ଦୋଷ କ’ଣ? ସେମାନେ ତାଙ୍କ ଅଧିକାରରୁ ବଞ୍ଚିତ ‌ହେବେ କାହିଁକି? ଠିକ୍ କଥା। ଡିଏନ୍‌ଏ ପରୀକ୍ଷା ହେଲେ ସେମାନଙ୍କ ଅସଲ ପିତାର ପରିଚୟ ଜଣାପଡ଼ିବ। ତା’ପରେ ସେମାନେ ତାଙ୍କ ଅସଲ ପିତାଙ୍କ ସମ୍ପତ୍ତିରୁ ଭାଗ ପାଇପାରିବେ। ସେମାନେ ଅଧିକାରରୁ ବଞ୍ଚିତ ହେବାର ପ୍ରଶ୍ନ ଉଠିବନି। ପୁଣି ପ୍ରଶ୍ନ ଉଠିପାରେ- ସମ୍ପତ୍ତି ସିନା ମିଳିବ, କିନ୍ତୁ ସେମାନେ ଯେଉଁ କଳଙ୍କ ମୁଣ୍ଡେଇବେ ତା’ର ପୁଣି କ’ଣ ହେବ? ସେମାନେ ବିନା ଦୋଷରେ କାହିଁକି କଳଙ୍କ ମୁଣ୍ଡେଇ ଚାଲିବେ?

ଏହାର ଉତ୍ତର ହେଉଛି, ଯିଏ ଯାହା ତାକୁ ତାହା କହିବାରେ ଦୋଷ କେଉଁଠି ରହିଲା? ପୁଣି ଡିଏନ୍‌ଏ ପରୀକ୍ଷା ନ ହେଲେ ବି କଳଙ୍କ ଲାଗିବ ହିଁ ଲାଗିବ କାରଣ ଥରେ ବିବାଦ ଉଠିବା ପରେ ସମାଜର ଲୋକମାନେ ଅଭିଯୋଗକୁ କେବଳ ସତ ବୋଲି ବିଶ୍ବାସ କରିବେ। ଆମ ସମାଜରେ ସତ୍ୟ ପ୍ରକାଶକାରୀକୁ ସମ୍ମାନ ମିଳିଥାଏ। ଆମେ ଜାଣୁ ପରାଶର ଋଷି ଜଣେ କୈବର୍ତ୍ତ କନ୍ୟା ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ସହ ସମ୍ପର୍କ ରଖି ବ୍ୟାସଦେବଙ୍କୁ ଜନ୍ମ ଦେଲେ। ସ୍ବୟଂ ବ୍ୟାସଦେବ ନିଜ ଜନ୍ମର ବିବରଣୀ ମହାଭାରତ ଓ ଅଷ୍ଟାଦଶ ପୁରାଣରେ ବର୍ଣ୍ଣନା କରିଛନ୍ତି। ସେ ସତ୍ୟ ପ୍ରକାଶ କରିଥିବାରୁ ହିଁ ଆମେ ବ୍ୟାସଦେବଙ୍କୁ ଭଗବାନଙ୍କ (ଶକ୍ତ୍ୟାବେଶ) ଅବତାର ବୋଲି ମାନୁଛୁ ଓ ତାଙ୍କ ଜନ୍ମଦିନକୁ ଗୁରୁଦିବସ (ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା) ଭାବେ ପାଳନ କରୁଛୁ। ସେହିପରି ଭାରତବର୍ଷ ଯେଉଁ ମହାପୁରୁଷଙ୍କ ନାମରେ ନାମିତ, ସେ ହେଉଛନ୍ତି ରାଜା ଭରତ। ଭରତ ହେଉଛନ୍ତି ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପୁତ୍ର। ଶକୁନ୍ତଳା ହେଉଛନ୍ତି ବିଶ୍ବାମିତ୍ର ଋଷି ଓ ସ୍ବର୍ଗର ବେଶ୍ୟା ମେନକାଙ୍କ କନ୍ୟା। ବିଶ୍ବାମିତ୍ର ତାଙ୍କ ସ୍ଖଳିତ ଚରିତ୍ରକୁ ଲୁଚାଇଥିଲେ କି? ଯଦି ଲୁଚାଇଥାନ୍ତେ ତେବେ ସେ ରାଜର୍ଷିରୁ ବ୍ରହ୍ମର୍ଷି ହୋଇପାରି ନ ଥାନ୍ତେ ଓ ତାଙ୍କୁ ଆମେ ଆଜି ପୂଜା କରୁ ନ ଥାନ୍ତେ। ଗଣେଶ ଚତୁର୍ଥୀର ପରଦିନକୁ ଋଷି ପଞ୍ଚମୀ ଭାବେ ପାଳନ କରାଯାଏ, ଯେଉଁଦିନ ବ୍ରହ୍ମର୍ଷି ବିଶ୍ବାମିତ୍ରଙ୍କ ପୂଜା କରାଯାଏ। ବେଦର ପ୍ରସିଦ୍ଧ ଗାୟତ୍ରୀ ମନ୍ତ୍ରର ସ୍ରଷ୍ଟା ଓ ଦ୍ରଷ୍ଟା ହେଉଛନ୍ତି ବିଶ୍ବାମିତ୍ର ଋଷି। କିନ୍ତୁ ଏ କଳିଯୁଗରେ ଆଶାରାମ ବାପୁଙ୍କ ପରି ଚରିତ୍ର ସତ୍ୟକୁ ଲୁଚାଇବାରୁ ଆଜି ଅଶୀତିପର ବୟସରେ ଜେଲର ଚାରିକାନ୍ଥ ଭିତରେ ଶଢ଼ୁଛନ୍ତି। କେହି ତାଙ୍କୁ ସମ୍ମାନ ଦେଉନାହାନ୍ତି। 

ଏଠାରେ ସତ୍ୟକାମ ଜାବାଳଙ୍କ ବିଷୟରେ ଦୁଇପଦ ଲେଖିବା ଉଚିତ ହେବ। ଛାନ୍ଦୋଗ୍ୟ ଉପନିଷଦରେ ପ୍ରଦତ୍ତ ବର୍ଣ୍ଣନା ଅନୁସାରେ ବାଳକ ଜାବାଳ ଗୌତମ ଋଷିଙ୍କ ଗୁରୁକୁଳରେ ପାଠ ପଢ଼ିବା ଉଦ୍ଦେଶ୍ୟରେ ତାଙ୍କ ଦ୍ବାରସ୍ଥ ହେବାରୁ ଗୌତମ ତାଙ୍କର ବର୍ଣ୍ଣ ପରିଚୟ ଜାଣିବାକୁ ଚାହିଥିଲେ। କାରଣ ସେ କେବଳ ବ୍ରାହ୍ମଣ ସନ୍ତାନଙ୍କୁ ଶିଷ୍ୟ ରୂପେ ଗ୍ରହଣ କରୁଥିଲେ। ଜାବାଳ ତାଙ୍କର ମାତା ଜାବାଳଙ୍କୁ ନିଜର ପିତା କିଏ ବୋଲି ପ୍ରଶ୍ନ କଲେ। ମାତା ଜାବାଳା ପୁଅକୁ କହିଥିଲେ: ମୁଁ ତୋ’ର ପିତା କିଏ ଜାଣେ ନାହିଁ। ମୋର ଯୌବନ ସମୟରେ ଜଣେ ସେବିକା ଭାବରେ ମୋତେ କାମ କରିବାକୁ ପଡ଼ୁଥିଲା। ସେହି ସମୟରେ ମୁଁ ବହୁ ପୁରୁଷଙ୍କ ସଂସ୍ପର୍ଶରେ ଆସିଥିଲି ଓ ମୋ ଗର୍ଭରେ ତୋ’ର ସଞ୍ଚାର ଘଟିଥିଲା। ତେଣୁ ତୁ କେଉଁ ପିତାର ସନ୍ତାନ, ତାହା ମୋତେ ଜଣାନାହିଁ। ଜାବାଳ ଯେତେବେଳେ ଏହି ଚରମ ସତ୍ୟ ଗୁରୁ ଗୌତମ ଆଗରେ ପ୍ରକାଶ କଲେ, ସେତେବେଳେ ଗୌତମ କହିଲେ- ତୁମେ ନିଶ୍ଚିତ ରୂପରେ ବ୍ରାହ୍ମଣ ସନ୍ତାନ। ନ ହେଲେ ଏଭଳି କଟୁ ସତ୍ୟ ପ୍ରକାଶ କରିପାରି ନ ଥାନ୍ତ। ତୁମେ ଆଜିଠାରୁ ମୋର ଶିଷ୍ୟ ହେଲ। ସତ୍ୟ ପ୍ରକାଶ କରିବାର ସାହସ ରଖିଥିବାରୁ ସେହିଦିନଠାରୁ ଜବାଳାଙ୍କ ପୁତ୍ର ଜାବାଳଙ୍କୁ ଗୌତମ ‘ସତ୍ୟକାମ’ ବୋଲି ନାମ ଦେଇଥିଲେ।  

ଯିଏ ଯାହା ତାକୁ ତାହା କହିବାରେ ଦୋଷ କେଉଁଠି ରହିଲା? ପୁଣି ଡିଏନ୍‌ଏ ପରୀକ୍ଷା ନ ହେଲେ ବି କଳଙ୍କ ଲାଗିବ ହିଁ ଲାଗିବ କାରଣ ଥରେ ବିବାଦ ଉଠିବା ପରେ ସମାଜର ଲୋକମାନେ ଅଭିଯୋଗକୁ କେବଳ ସତ ବୋଲି ବିଶ୍ବାସ କରିବେ। ଆମ ସମାଜରେ ସତ୍ୟ ପ୍ରକାଶକାରୀକୁ ସମ୍ମାନ ମିଳିଥାଏ। ଆମେ ଜାଣୁ ପରାଶର ଋଷି ଜଣେ କୈବର୍ତ୍ତ କନ୍ୟା ମତ୍ସ୍ୟଗନ୍ଧା (ସତ୍ୟବତୀ)ଙ୍କ ସହ ସମ୍ପର୍କ ରଖି ବ୍ୟାସଦେବଙ୍କୁ ଜନ୍ମ ଦେଲେ। ସ୍ବୟଂ ବ୍ୟାସଦେବ ନିଜ ଜନ୍ମର ବିବରଣୀ ମହାଭାରତ ଓ ଅଷ୍ଟାଦଶ ପୁରାଣରେ ବର୍ଣ୍ଣନା କରିଛନ୍ତି। ସେ ସତ୍ୟ ପ୍ରକାଶ କରିଥିବାରୁ ହିଁ ଆମେ ବ୍ୟାସଦେବଙ୍କୁ ଭଗବାନଙ୍କ (ଶକ୍ତ୍ୟାବେଶ) ଅବତାର ବୋଲି ମାନୁଛୁ ଓ ତାଙ୍କ ଜନ୍ମଦିନକୁ ଗୁରୁଦିବସ (ବ୍ୟାସ ପୂର୍ଣ୍ଣିମା ବା ଗୁରୁ ପୂର୍ଣ୍ଣିମା) ଭାବେ ପାଳନ କରୁଛୁ। ସେହିପରି ଭାରତବର୍ଷ ଯେଉଁ ମହାପୁରୁଷଙ୍କ ନାମରେ ନାମିତ, ସେ ହେଉଛନ୍ତି ରାଜା ଭରତ। ଭରତ ହେଉଛନ୍ତି ଶକୁନ୍ତଳା ଓ ଦୁଷ୍ମନ୍ତଙ୍କ ପୁତ୍ର। ଶକୁନ୍ତଳା ହେଉଛନ୍ତି ବିଶ୍ବାମିତ୍ର ଋଷି ଓ ସ୍ବର୍ଗର ବେଶ୍ୟା ମେନକାଙ୍କ କନ୍ୟା। ବିଶ୍ବାମିତ୍ର ତାଙ୍କ ସ୍ଖଳିତ ଚରିତ୍ରକୁ ଲୁଚାଇଥିଲେ କି? ଯଦି ଲୁଚାଇଥାନ୍ତେ ତେବେ ସେ ରାଜର୍ଷିରୁ ବ୍ରହ୍ମର୍ଷି ହୋଇପାରି ନ ଥାନ୍ତେ ଓ ତାଙ୍କୁ ଆମେ ଆଜି ପୂଜା କରୁ ନ ଥାନ୍ତେ। ଗଣେଶ ଚତୁର୍ଥୀର ପରଦିନକୁ ଋଷି ପଞ୍ଚମୀ ଭାବେ ପାଳନ କରାଯାଏ, ଯେଉଁଦିନ ବ୍ରହ୍ମର୍ଷି ବିଶ୍ବାମିତ୍ରଙ୍କ ପୂଜା କରାଯାଏ। ବେଦର ପ୍ରସିଦ୍ଧ ଗାୟତ୍ରୀ ମନ୍ତ୍ରର ସ୍ରଷ୍ଟା ଓ ଦ୍ରଷ୍ଟା ହେଉଛନ୍ତି ବିଶ୍ବାମିତ୍ର ଋଷି। କିନ୍ତୁ ଏ କଳିଯୁଗରେ ଆଶାରାମ ବାପୁଙ୍କ ପରି ଚରିତ୍ର ସତ୍ୟକୁ ଲୁଚାଇବାରୁ ଆଜି ଅଶୀତିପର ବୟସରେ ଜେଲର ଚାରିକାନ୍ଥ ଭିତରେ ଶଢ଼ୁଛନ୍ତି। କେହି ତାଙ୍କୁ ସମ୍ମାନ ଦେଉନାହାନ୍ତି। 

ଯେଉଁମାନେ କିଛି ଭୁଲ୍ କାମ କରୁଛନ୍ତି, ସେମାନେ ଯଦି ପରାଶର ଓ ବିଶ୍ବାମିତ୍ରଙ୍କ ପରି ସତ୍ୟ ପ୍ରକାଶ କରିବାର ସାହସ ରଖନ୍ତେ ଏବଂ ଜାରଜ ସନ୍ତାନମାନେ ଯଦି ସତ୍ୟକା‌ମ ଜାବାଳ ଓ ବ୍ୟାସଦେବଙ୍କ ପରି ନିଜ ଜନ୍ମର ବିବରଣୀ ପ୍ରକାଶ କରନ୍ତେ ତେବେ ସେମାନେ ଅନେକାଂଶରେ କଳଙ୍କରୁ ରକ୍ଷା ପାଇପାରନ୍ତେ। ଯଦି ସେମାନେ ସତ୍ୟ ଲୁଚାନ୍ତି, ତେବେ ବିବାଦ ସୃଷ୍ଟି ହେବା ପରେ ସତ୍ୟକୁ ଉଜାଗର କରିବା ପାଇଁ ଡିଏନ୍‌ଏ ପରୀକ୍ଷା ହେବା ଉଚିତ। ତା’ହେଲେ ପୀଡ଼ିତମାନେ ନ୍ୟାୟ ପାଇପାରିବେ। ସତ୍ୟକୁ ଲୁଚାଇବା ପାଇଁ ଯଦି କିଛି ଆଇନ ଅଛି, ତା’ର ସଂଶୋଧନ ହେବା ଉଚିତ ନୁହେଁ କି? 

ଜ୍ୟୋତିର୍ବିଦ୍ ଦୋଳଗୋବିନ୍ଦ ପଣ୍ଡା, ମୋ- ୭୦୦୮୯୬୦୫୦୨