ରାଉରକେଲା: ‘ଧର୍ତି ଆବା’ଭାବେ ପରିଚିତ ମହାନ ସ୍ବାଧୀନତା ସଂଗ୍ରାମୀ ଜନନାୟକ ବୀର ବିର୍ସା ମୁଣ୍ଡା ବ୍ରିଟିସ ଶାସନକୁ ବିରୋଧକରି ଆଦିବାସୀଙ୍କ ହିତ ପାଇଁ ଲଢ଼େଇ କରିଥିଲେ। ଝାଡ଼ଖଣ୍ଡ ଖୁଣ୍ଟି ଜିଲ୍ଲାର ଉଲିହାତୁ ଗାଁରେ ଜନ୍ମଗ୍ରହଣ କରିବା ବୀର୍ସା ହେଉଛନ୍ତି ‘ଉଲ୍ଗୁଲାନ୍’ ଆନ୍ଦୋଳନର ଜନକ। ଅଦମ୍ୟ ସାହସ ଓ ସଂଗ୍ରାମ ଯୋଗୁଁ ସେ ଆଞ୍ଚଳିକତାରୁ ଊର୍ଦ୍ଧ୍ବରେ ସେ ଜଣେ ସର୍ବଭାରତୀୟ ମହାନ ସଂଗ୍ରାମୀ। ୧୮୭୫ ମସିହାରେ ଜନ୍ମିତ ବିର୍ସା ମୁଣ୍ଡାଙ୍କ ୧୯୦୦ ମସିହାରେ ରାଞ୍ଚି ଜେଲ୍ରେ ମାତ୍ର ୨୫ ବର୍ଷ ବୟସରେ ଅକାଳରେ ମୃତ୍ୟୁ ହୋଇଥିଲା। ଯଦିଓ ତାଙ୍କର ସୁନ୍ଦରଗଡ଼ ଗସ୍ତକୁ ନେଇ ଠୋସ୍ ପ୍ରମାଣ ନାହିଁ; ତଥାପି ସୁନ୍ଦରଗଡ଼ ଜିଲ୍ଲା ସ୍ମାରକୀ, ଅନୁଷ୍ଠାନ ଏବଂ ମୁଣ୍ଡା ଜନଜାତିର ଉପସ୍ଥିତି ମାଧ୍ୟମରେ ବିର୍ସା ମୁଣ୍ଡାଙ୍କ ଐତିହ୍ୟ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ରଖିଛି। ଅପରପକ୍ଷରେ ବିର୍ସା ମୁଣ୍ଡା ଜୀବନକାଳରେ ସୁନ୍ଦରଗଡ଼ ଜିଲ୍ଲାକୁ ଆସିଥିବା ଐତିହାସିକମାନେ ମତ ଦିଅନ୍ତି। ବିର୍ସା ମୁଣ୍ଡାଙ୍କ କାର୍ଯ୍ୟକଳାପର ପ୍ରମୁଖ କ୍ଷେତ୍ର ଛୋଟନାଗପୁର ଅଞ୍ଚଳରେ କେନ୍ଦ୍ରିତ ଥିଲା, ଯାହା ବର୍ତ୍ତମାନ ଝାଡ଼ଖଣ୍ଡ ରାଜ୍ୟରେ ଅବସ୍ଥିତ। ତେବେ ସେତେବେଳେ ଗଡ଼ଜାତ ରାଜ୍ୟ ଗାଙ୍ଗପୁର ଓ ବଣାଇ ଛୋଟନାଗପୁର ଅନ୍ତର୍ଗତ ରହିଥିଲା। ଏଣୁ ସେ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଅବସ୍ଥିତ ଜଙ୍ଗଲରେ ଆଶ୍ରୟ ନେଇଥିବା କହାଯାଏ। ତାଙ୍କ ଆନ୍ଦୋଳନର ପ୍ରଭାବ ଓଡ଼ିଶାର କିଛି ଅଂଶ ସମେତ ପଡ଼ୋଶୀ ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ପର୍ଯ୍ୟନ୍ତ ବିସ୍ତାର କରିଥିଲା। ଆନ୍ଦୋଳନ ପାଇଁ ସମର୍ଥନ ସଂଗ୍ରହ କରିବା ପାଇଁ ତାଙ୍କର ଯାତ୍ରା ସମୟରେ, ସେ ସୁନ୍ଦରଗଡ଼ କିମ୍ବା ନିକଟବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଥିବା କହାଯାଏ।
ବିର୍ସା ମୁଣ୍ଡାଙ୍କ ନାଁରେ ସୁନ୍ଦରଗଡ଼ ଜିଲ୍ଲାରେ ଏକାଧିକ ପ୍ରକଳ୍ପ ରହିଛି। ରାଉରକେଲାରେ ବିର୍ସା ଛକ ଓ ପ୍ରତିମୂର୍ତ୍ତି, ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିର୍ସା ମୁଣ୍ଡା ଆଥ୍ଲେଟିକ ଷ୍ଟାଡିୟମ, ରାଜଗାଙ୍ଗପୁର ରାଣୀବନ୍ଧ ଛକରେ ପ୍ରତିମୂର୍ତ୍ତି, କୁତ୍ରା ଗଇରବାହାଲରେ ବୀର ବିର୍ସା ମୁଣ୍ଡା ସୀମାନ୍ତ ମହାବିଦ୍ୟାଳୟ ଆଦି ସ୍ଥାପନ କରାଯାଇଛି। ଏତଦ୍ବ୍ୟତୀତ ରାଉରକେଲାରେ ତାଙ୍କର ୧୫୦ ଫୁଟ ବିଶିଷ୍ଟ ବିଶାଳ ପ୍ରତିମୂର୍ତ୍ତି, ପାର୍କ, ସଂଗ୍ରହାଳୟ ଆଦି ନିର୍ମାଣ ପାଇଁ ପରିକଳ୍ପନା କରାଯାଇଛି।

ଐତିହାସିକ ଡ. ପ୍ରଭାତ ମଲ୍ଲିକ କୁହନ୍ତି, ସଂପ୍ରତି ଆଦିବାସୀ ସଂପ୍ରଦାୟ ଯେଉ ଜଙ୍ଗଲ, ଜମି ଅଧିକାର ଦାବି କରୁଛନ୍ତି, ପ୍ରକୃତରେ ତା’ର ଜନକ ହେଉଛନ୍ତି ଭଗବନା ବିର୍ସା ମୁଣ୍ଡା। ସେ ୧୯୮୯ ମସିହାରେ ଏହି ଆନ୍ଦୋଳନ ମୂଳଦୂଆ ପକାଇଥିଲେ। ତାଙ୍କର ଓଡ଼ିଶା ସଂପୃକ୍ତି ଥିଲା। ୧୯୩୯ରେ ବୀରମିତ୍ରପୁରରେ ସଂଘଟିତ ଆନ୍ଦୋଳନ ହେଉ କିମ୍ବା ପରବର୍ତ୍ତୀ ସମୟର ସମସ୍ତ ଆଦିବାସୀ ଆନ୍ଦୋଳନ, ତାଙ୍କଠାରୁ ଅନୁପ୍ରାଣିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/15/untitled-2025-08-15-08-29-22.png)