ତେଲକୋଇ: ବରିଷ୍ଠ ନାଗରିକ, ଅସହାୟ, ଦିବ୍ୟାଙ୍ଗଙ୍କୁ ସାମାଜିକ ନିରାପତ୍ତା ​ଯୋଗାଇଦେବାକୁ ସରକାର ଭତ୍ତା ଯୋଜନା କରିଛନ୍ତି। ବୟସ୍କ ତଥା ଅକ୍ଷମ ଥିବା ବରିଷ୍ଠ ନାଗରିକଙ୍କ ଘରେ ଭତ୍ତା ଟଙ୍କା ପହଞ୍ଚାଇବାକୁ ସରକାର କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ତେବେ ପଞ୍ଚାୟତସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ। ଫଳ​ରେ ବୟସ୍କ ହିତାଧିକାରୀମାନେ ଏଥିପାଇଁ ଦହଗଞ୍ଜ ହେଉଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟକୁ ଧାଉଁଛନ୍ତି। ରାଇସୁଆଁ ମହ୍ଲାର ସାହିର ୮୦ ବର୍ଷର ବୃଦ୍ଧା ପଥୁରି ଦେହୁରୀଙ୍କୁ ଭତ୍ତା ଅର୍ଥ ଆଣିବା ପାଇଁ ଘରୁ ପ୍ରାୟ ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଉଥିବାର ଦୃଶ୍ୟ ସମସ୍ତଙ୍କ ବିସ୍ମିତ କରିଛି। ଭତ୍ତା ଆଣିବାକୁ ପଥୁରି କାଦୁଅ ପଚପଚ ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଆସୁଥିବାର ବିକଳ ଚିତ୍ର ଦେଖିବା ପରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି।
ସେହିପରି ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମର ଦିବ୍ୟାଙ୍ଗ ମାଧବ ଜାମୁଦା ମଧ୍ୟ ବ୍ୟାଙ୍କକୁ ଧାଇଁ ଧାଇଁ ହତୋତ୍ସାହିତ ହୋଇଛନ୍ତି। ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ​ସେ ତେଲକୋଇର ଏକ ବ୍ୟାଙ୍କ୍କୁ ଦୌଡୁଛନ୍ତି ବୋଲି କହିଛନ୍ତି। ରାଇସୁଆଁ ଓ ଖୁଣ୍ଟାପଡା ବ୍ୟତୀତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଏନେଇ ରାଇସୁଆଁ ପିଇଓ କହ୍ନେଇ ଚରଣ ସାହୁଙ୍କୁ ପଚାରିବାରେ ସେ ବୃଦ୍ଧା ପଥୁରି ଗୁରୁଣ୍ଡି ଗୁରୁଣ୍ଡି ଆସୁଥିବା କଥାକୁ ସ୍ବୀକାର କରିଛନ୍ତି। ସରପଞ୍ଚ ବାଗୁନ ଚାମ୍ପିଆ କହିଛନ୍ତି ଯେ ଘଟଣା ସମ୍ପର୍କରେ ଜାଣିବା ପରେ ଆସନ୍ତା ମାସରୁ ତାଙ୍କ ଘରେ ଭତ୍ତା ଅର୍ଥ ଓ ରାସନ ସାମଗ୍ରୀ ପ୍ରଦାନ ପାଇଁ ପିଇଓ ତଥା ଯୋଗାଣ ସହାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏ ସମ୍ପର୍କରେ ତେଲକୋଇ ବିଡ଼ିଓ ଗୀତା ମୁର୍ମୁଙ୍କୁ ମଧ୍ୟ ସେ ଅବଗତ କରାଇଛନ୍ତି। ଏହାର ପୁନରାବୃତ୍ତି ନ ହେବା ସହିତ ହିତାଧିକାରୀଙ୍କୁ ଭତ୍ତା ଅର୍ଥ ପ୍ରଦାନ ନେଇ ଉପଯୁକ୍ତ ଯତ୍ନ ନେବାକୁ ପିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଞ୍ଚାୟତରେ ବ୍ୟାଙ୍କ ଗୁଡିକ କାର୍ଯ୍ୟକ୍ଷମ ହେଲେ ଏଭଳି ସମସ୍ୟା ଆଉ ରହିବ ନାହିଁ। ଏଥି ସହିତ ପଥୁରିକୁ ଏକ ଟ୍ରାଇସାଇକେଲ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ନିର୍ଦ୍ଦେଶକୁ ସରକାରୀ ଅଧିକାରୀମାନେ ସଠିକ୍ ଭାବେ ପାଳନ କରୁନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସମାଜସେବୀ ନିରଞ୍ଜନ ସାହୁ ଅଭିଯୋଗ କରିଛନ୍ତି। ଦାୟିତ୍ବରେ ଅବହେଳା ପ୍ରଦର୍ଶନ କରୁଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି।
ଭତ୍ତା ପାଇଁ ଗୁରୁଣ୍ଡିଲେ ୮୦ ବର୍ଷର ବୃଦ୍ଧା ପଥୁରି
ରାଇସୁଆଁ ମହ୍ଲାର ସାହିର ୮୦ ବର୍ଷର ବୃଦ୍ଧା ପଥୁରି ଦେହୁରୀଙ୍କୁ ଭତ୍ତା ଅର୍ଥ ଆଣିବା ପାଇଁ ଘରୁ ପ୍ରାୟ ଏକ କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଉଥିବାର ଦୃଶ୍ୟ ସମସ୍ତଙ୍କ ବିସ୍ମିତ କରିଛି।
/sambad/media/media_files/CsPVeFHiPDkt3mZvDZVE.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)