ରାଉରକେଲା: କିଛି ଅସାଧୁ ବ୍ୟବସାୟୀଙ୍କ ଟାର୍ଗେଟରେ ରହିଛି ସହରର ଜନଗହଳିପୂର୍ଣ୍ଣ, ଗୁରୁତ୍ବପୂର୍ଣ୍ଣ ସ୍ଥାନ ଓ ପ୍ରମୁଖ ଛକ। ଫୁଟ୍ପାଥ ପାର୍ଶ୍ବ ହେଉ ଅବା ଉପରେ ଠେଲା ପକାଇ ମାଡ଼ିବସିଲେ। ଦୋକାନ ଖୋଲିଲେନି କି ବେପାର କଲେନି। ମାସ ମାସ ଧରି ସେମିତି ପଡ଼ିରହିଲା। ରାସ୍ତା ପାର୍ଶ୍ବ ଉଠାଦୋକାନୀଙ୍କ ତାଲିକାରେ ଯୋଡିହେଲେ। ପରେ ଭିତିରି ସଲାସୁତୁରା କରି ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) ଦୋକାନ ହାତେଇଲେ। ଗୋଟିଏ କି ଦୁଇଟି ନୁହେଁ ଏମିତି ୨/୩ଟି ଲେଖାଏଁ ଦୋକାନ ହାତଉଛନ୍ତି। ପରେ ସେସବୁ ଦୋକାନଗୁଡ଼ିକୁ ଅନ୍ୟକୁ ଭଡାରେ ଦେଇ ମାସକୁ ମାସ ମୋଟା ଅଙ୍କର ରୋଜଗାର କରୁଛନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ଆର୍ଏମ୍ସି କର୍ତ୍ତୃପକ୍ଷ ଏ ଦିଗରେ ଧ୍ୟାନ ଦେଉ ନଥିବାରୁ ବାସ୍ତବରେ ଠେଲାପକାଇ ବେପାର କରୁଥିବା କିଛି ଦୋକାନୀମାନଙ୍କୁ ଏହାର ଫଳ ଭୋଗିବାକୁ ପଡୁଛି। ସେମାନଙ୍କୁ ଦୋକାନ ମିଳୁନି, ଅଥଚ୍ ଯେଉଁମାନେ ଠେଲାପକାଇ ଜାଗା ମାଡ଼ିବସୁଛନ୍ତି ସେମାନଙ୍କୁ ସହଜରେ ଦୋକାନ ମିଳିଯାଉଛି।
ସହରରେ କିଛି ଅସାଧୁ ବ୍ୟବସାୟୀ ଏଭଳି ବେଆଇନ କାରକାର କରିଆସୁଥିଲେ ହେଁ, ଧରାପଡୁନାହାନ୍ତି। ସହରର ହାଇଟେକ୍ ମେଡ଼ିକାଲ କଲେଜ ସମ୍ମୁଖ ଫୁଟ୍ପାଥ ରାସ୍ତା, ଛେଣ୍ଡକଲୋନି ସାଇନ୍ସ ପାର୍କ ସମ୍ମୁଖ, ପାନପୋଷ କଲେଜ ସମ୍ମୁଖ ଫୁଟ୍ପାଥ, ମ୍ୟୁଜିକ୍ ସର୍କଲ ସମ୍ମୁଖ, ଏସ୍ଟିଆଇ ଓ ଆଇଟିଆଇଛକରେ କିଛି ଅସାଧୁ ବ୍ୟବସାୟୀ ଠେଲାଗୁଡ଼ିକୁ ପକାଇ ରଖିଛନ୍ତି। ଛେଣ୍ଡ ସାଇନ୍ସ ପାର୍କ ନିକଟରେ ଆର୍ଏମ୍ସି ପକ୍ଷରୁ ଫୁଡ୍ କୋର୍ଟ କରାଯାଇଛି। ଏହା ପାର୍ଶ୍ବରେ ପ୍ରାୟ ୩୦ରୁ ଅଧିକ ଠେଲା ପଡିଛି। ଏଥି ମଧ୍ୟରୁ ୧୦% ଠେଲାରେ ବେପାର ହେଉଛି। ଅବଶିଷ୍ଟ ୯୦% ଠେଲା ସେମିତି ବେଆଇନ ଭାବେ ପଡିଛି। ସାଇନ୍ସ ପାର୍କ ଉଦ୍ଘାଟନ ପୂର୍ବରୁ ଠେଲାଦୋକାନୀଙ୍କୁ ଥଇଥାନ କରାଯିବାର ଯୋଜନା ରହିଥିବାରୁ ଅସାଧୁ ବ୍ୟବସାୟୀମାନେ ଦୋକାନ ହାତେଇବାକୁ ଏଭଳି ପନ୍ଥା ଆପଣେଇଛନ୍ତି। ହାଇଟେକ୍ ମେଡିକାଲ୍ କଲେଜ ସମ୍ମୁଖରେ ସମାନସ୍ଥିତି ଉପୁଜିଛି। ଏଠି ଯେତିକି ଠେଲା ପଡିଛି, ତା’ର ୫୦% ଦୋକାନ ଖୋଲୁଛି। ଅନ୍ୟ ଠେଲାଗୁଡ଼ିକ ମାସ ମାସ ଧରି ସେମିତି ଫୁଟ୍ପାଥ୍ ଉପରେ ପଡି ରହିଛି। ଉଭୟ ସରକାର ଓ ହାଇଟେକ୍ ମେଡ଼ିକାଲ ଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି। ଅନୁରୂପ ପାନପୋଷ କଲେଜ ସମ୍ମୁଖ ଫୁଟ୍ପାଥ୍ କିଛି ମାସ ପୂର୍ବରୁ ଖାଲି ଥିଲା। ଏବେ ୫୦ରୁ ଅଧିକ ଦୋକାନ ଓ ଠେଲା ପଡିଛି। ସହରର ପ୍ରମୁଖ ଛକ ଓ କଲେଜ ପାର୍ଶ୍ବରେ ଏଭଳି ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିଥିଲେ ହେଁ, କୌଣସି ପଦକ୍ଷେପ ନେଉନାହାନ୍ତି।
ସହରରେ କିଛି ଅସାଧୁ ବ୍ୟବସାୟୀ ଏଭଳି ବେଆଇନ କାରକାର କରିଆସୁଥିଲେ ହେଁ, ଧରାପଡୁନାହାନ୍ତି। ସହରର ହାଇଟେକ୍ ମେଡ଼ିକାଲ କଲେଜ ସମ୍ମୁଖ ଫୁଟ୍ପାଥ ରାସ୍ତା, ଛେଣ୍ଡକଲୋନି ସାଇନ୍ସ ପାର୍କ ସମ୍ମୁଖ, ପାନପୋଷ କଲେଜ ସମ୍ମୁଖ ଫୁଟ୍ପାଥ, ମ୍ୟୁଜିକ୍ ସର୍କଲ ସମ୍ମୁଖ, ଏସ୍ଟିଆଇ ଓ ଆଇଟିଆଇଛକରେ କିଛି ଅସାଧୁ ବେପାରି ଠେଲାଗୁଡ଼ିକୁ ପକାଇ ରଖିଛନ୍ତି। ଛେଣ୍ଡ ସାଇନ୍ସ ପାର୍କ ନିକଟରେ ଆର୍ଏମ୍ସି ପକ୍ଷରୁ ଫୁଡ୍ କୋର୍ଟ କରାଯାଇଛି। ଏହା ପାର୍ଶ୍ବରେ ପ୍ରାୟ ୩୦ରୁ ଅଧିକ ଠେଲା ପଡିଛି। ଏଥି ମଧ୍ୟରୁ ୧୦% ଠେଲାରେ ବେପାର ହେଉଛି। ଅବଶିଷ୍ଟ ୯୦% ଠେଲା ସେମିତି ବେଆଇନ ଭାବେ ପଡିଛି। ସାଇନ୍ସ ପାର୍କ ଉଦ୍ଘାଟନ ପୂର୍ବରୁ ଠେଲାଦୋକାନୀଙ୍କୁ ଥଇଥାନ କରାଯିବାର ଯୋଜନା ରହିଥିବାରୁ ଅସାଧୁ ବ୍ୟବସାୟୀମାନେ ଦୋକାନ ହାତେଇବାକୁ ଏଭଳି ପନ୍ଥା ଆପଣେଇଛନ୍ତି। ହାଇଟେକ୍ ମେଡିକାଲ୍ କଲେଜ ସମ୍ମୁଖରେ ସମାନସ୍ଥିତି ଉପୁଜିଛି। ଏଠି ଯେତିକି ଠେଲା ପଡିଛି, ତା’ର ୫୦% ଦୋକାନ ଖୋଲୁଛି। ଅନ୍ୟ ଠେଲାଗୁଡ଼ିକ ମାସ ମାସ ଧରି ସେମିତି ଫୁଟ୍ପାଥ୍ ଉପରେ ପଡି ରହିଛି। ଉଭୟ ସରକାର ଓ ହାଇଟେକ୍ ମେଡ଼ିକାଲ ଥିବାରୁ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଉପୁଜିଛି। ଅନୁରୂପ ପାନପୋଷ କଲେଜ ସମ୍ମୁଖ ଫୁଟ୍ପାଥ୍ କିଛି ମାସ ପୂର୍ବରୁ ଖାଲି ଥିଲା। ଏବେ ୫୦ରୁ ଅଧିକ ଦୋକାନ ଓ ଠେଲା ପଡିଛି। ସହରର ପ୍ରମୁଖ ଛକ ଓ କଲେଜ ପାର୍ଶ୍ବରେ ଏଭଳି ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଜାଣିଥିଲେ ହେଁ, କୌଣସି ପଦକ୍ଷେପ ନେଉନାହାନ୍ତି।
ବାସନ୍ତୀକଲୋନିର ନିର୍ମାଣଧୀନ ଦୋକାନ ହାତେଇବାକୁ କିଛି ବ୍ୟବସାୟୀ ସେହି ସମାନପନ୍ଥା ଆପଣେଇଛନ୍ତି। ଅସାଧୁ ବ୍ୟବସାୟୀମାନେ ଯେନତେନ ପ୍ରକାରେ ଦୋକାନ ହାତେଇବା ପରେ ତା’କୁ ୧୦ ଗୁଣା ଅର୍ଥାତ୍ ୨୦ରୁ ୩୦ ଲକ୍ଷ ଟଙ୍କାରେ ଅନ୍ୟକୁ ବିକ୍ରି କରି ଦେଉଛନ୍ତି। ସହରରେ ମାତିଥିବା ଏଭଳି ଅସାଧୁ ଠେଲାବ୍ୟବସାୟୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।
rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/06/17/wgHfWAdni4k6p5QHtaDp.jpg)