ଶଗଡ଼ଭଙ୍ଗାରେ ରଜ ମହୋତ୍ସବରେ ଐତିହାସିକ ରାମ ନାଟକ

ସିକୋ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡ଼ଭଙ୍ଗା ଗାଁରେ ରଜ ମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅନେକ ଦଶନ୍ଧୀ ଧରି ମଂଚସ୍ଥ ହେଉଥିବା ରାମ ନାଟକ ପରିବେଶିତ ହୋଇଯାଇଛି। ସ୍ଥାନୀୟ ବାବା ବାଲୁଙ୍କେଶ୍ୱର ଦେବ ମନ୍ଦିର ପରିସରରେ ଅନୁଷ୍ଠିତ ରାମ ନାଟକର ଲବ-କୁଶ ଜନ୍ମ ଉପାଖ୍ୟାନ ଅନୁଷ୍ଠିତ ହୋଇଥିଲା। ଏହାକୁ ଦେଖିବାକୁ ଆଖପାଖର ଶତାଧିକ ଶ୍ରଦ୍ଧାଳୁ ଓ ଦର୍ଶକ ଜମା ହୋଇଥିଲେ। ରାମ ନାଟକୁ ମନୋଜ କୁମାର ବିଶ୍ୱାଳ ପରିଚାଳନା କରିଥିବା ବେଳେ ରତ୍ନାକର ନିର୍ଦେଶନା ଦେଇଥିଲେ।

ରୂପ ସଜ୍ଜାରେ ଭଗବାନ ସାହୁ ଓ ଅଭିନୟରେ ରିଙ୍କି ମହାପାତ୍ର, ସନ୍ତୋଷ ବିଶ୍ୱାଳ, ପ୍ରଭାତ ପରିଡ଼ା ଓ ଅନ୍ୟ କଳାକାରଗଣ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସରପଞ୍ଚ ଲିଲା ସ୍ୱାଇଁ, ଅରୁଣାନ୍ଦ୍ର ଛୋଟରାୟ, ଗୋବିନ୍ଦ ଚନ୍ଦ୍ର ସୁବୁଦ୍ଧି, ଭାସ୍କର ସୁନ୍ଦରାୟ, ଅବନୀ ସାମନ୍ତରାୟ, ସନ୍ତୋଷ କୁମାର ସ୍ୱାଇଁ, ପ୍ରଫୁଲ୍ଲ ସ୍ୱାଇଁ, ସୌଭାଗ୍ୟ ସ୍ୱାଇଁ, ଜିତୁ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର