ଜଗତସିଂହପୁର: ପାରାଦୀପ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ) ବର୍ଥରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ପିଆଇସିଟି ଫାଟକ ଆଗରେ ଆନ୍ଦୋଳନ ଜାରି ରହିଛି। ୩୦ ଘଣ୍ଟା ବିତିଥିଲେ ବି କ୍ଷତିପୂରଣ ଓ ନିଯୁକ୍ତି ଦାବି ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନରତ ଶ୍ରମିକ।
ଉକ୍ତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। କର୍ମଚାରୀଙ୍କ ମୃତଦେହକୁ କମ୍ପାନି କର୍ତ୍ତୃପକ୍ଷ ଲୁଚାଇ ରଖିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଉତ୍ତ୍ୟକ୍ତ ଲୋକ କମ୍ପାନି ଫାଟକ ଭଙ୍ଗାରୁଜା କରିବା ସହ ଢେଲାପଥର ମାଡ଼ କରିଛନ୍ତି। ମୃତଦେହକୁ ସାମ୍ନାକୁ ଆଣିବା ଦାବିରେ ଟାୟାର ଜାଳି ଦୀର୍ଘ ସମୟ ଧରି ବସି ରହିବା ଫଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ପାରାଦୀପ ଥାନା ସମେତ ଆଖପାଖ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ ଚଳାଇଛନ୍ତି।
ମୃତ କର୍ମଚାରୀ ହେଲେ ବାଲିକୁଦା ଥାନା ଧନୁହରବେଲାରିର ଭୋଳିନାଥ ସ୍ବାଇଁ(୩୮)। ସେ ଆଇବିଏଲ୍ କମ୍ପାନିରେ ସର୍ଭେୟର ଭାବେ କାମ କରନ୍ତି। ପ୍ଲାଣ୍ଟରୁ ଯେଉଁ ସାମଗ୍ରୀ ପରିବହନ ପାଇଁ ଆସେ ତାହା ଠିକ୍ ଭାବେ ପ୍ୟାକିଂ ହୋଇଛି କି ନାହିଁ, ଏହାର ଆଇଡି ନମ୍ବର ଆଦି ଯାଞ୍ଚ କରି ତାଲିକା ପ୍ରସ୍ତୁତ କରନ୍ତି ଭୋଳିନାଥ। ଗତକାଲି ପୂର୍ବାହ୍ଣରେ ସେ ଯାଞ୍ଚ କରୁଥିବା ବେଳେ ଏକ ଫୋର୍କ ଲିପ୍ଟ ତାଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କେତେକ ସାଥୀ ଶ୍ରମିକ କହିଛନ୍ତି।
ପ୍ରତିଦିନ ଭଳି ଗତକାଲି ଭୋଳିନାଥଙ୍କୁ ପତ୍ନୀ ପଙ୍କଜିନୀ ଫୋନ୍ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ। କମ୍ପାନି କର୍ତ୍ତୃପକ୍ଷଙ୍କ ନିକଟକୁ ଫୋନ୍ କରିବାରୁ କୌଣସି ଉତ୍ତର ଦେଇ ନଥିଲେ। ଏହାପରେ ସେ ଗାଁରୁ ଆସି ଖବର ନେଇଥିଲେ। ପ୍ରଥମେ କୁହାଗଲା ମୃତଦେହ ଅଠରବାଙ୍କୀସ୍ଥିତ ବିଜୁ ପଟ୍ଟନାୟକ ମେମୋରିଆଲ ହସ୍ପିଟାଲରେ ଅଛି। କିନ୍ତୁ ସେଠାକୁ ଯାଇଥିଲେ ମଧ୍ୟ କୌଣସି ଖୋଜଖବର ମିଳି ନଥିଲା। ଏହା ପରେ କୁହାଗଲା କୁଜଙ୍ଗ ଡାକ୍ତରଖାନାରେ ମୃତଦେହ ରହିଛି। କିନ୍ତୁ ସେଠାରେ ମଧ୍ୟ ମୃତଦେହ ନଥିବା ଭୋଳିନାଥଙ୍କ ସମ୍ପର୍କୀୟ ଅଜୟ ସ୍ବାଇଁ କହିଛନ୍ତି। ଘଟଣା ସଂପର୍କରେ ଭୋଳିନାଥଙ୍କ ପତ୍ନୀ ପାରାଦୀପ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ପୁଲିସ ପକ୍ଷରୁ କୁହାଯାଇଛି ଯେ ଭୋଳିନାଥଙ୍କ ଶବ କୁଜଙ୍ଗ ଡାକ୍ତରଖାନାରେ ଅଛି। ତାଙ୍କ ପରିବାର ସହ ଆଲୋଚନା ଆରମ୍ଭ ହୋଇଛି।
ପିଆଇସିଟି ବର୍ଥରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ: ୩୦ ଘଣ୍ଟା ଧରି ଆନ୍ଦୋଳନ ଜାରି
ପାରାଦୀପ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାସନାଲ କାର୍ଗୋ ଟର୍ମିନାଲ) ବର୍ଥରେ ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଘଟଣାକୁ ପିଆଇସିଟି ଫାଟକ ଆଗରେ ଆନ୍ଦୋଳନ ଜାରି ରହିଛି। ୩୦ ଘଣ୍ଟା ବିତିଥିଲେ ବି କ୍ଷତିପୂରଣ ଓ ନିଯୁକ୍ତି ଦାବି ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନରତ ଶ୍ରମିକ।
/sambad/media/media_files/Ttj1pFXrnsJ7yr7sx7BA.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)