ରାଉରକେଲା/ମାଲକାନଗିରି/ ନାଲକୋ ନଗର: ଆଜି ରାଜ୍ୟବ୍ୟାପୀ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଧର୍ମଘଟ କରାଯାଇଛି | ଆଜି ରାଉରକେଲାରେ ୨୪ ଘଣ୍ଟିଆ ଧର୍ମଘଟ ଆରମ୍ଭ ହୋଇଯାଇଛି। ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ଓ ଜନ ବିରୋଧୀ ନୀତି ପ୍ରତିବାଦ, କଳା ଶ୍ରମ କୋଡ ବାତିଲ, ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ନିୟନ୍ତ୍ରଣ, ମାସିକ ସର୍ବନିମ୍ନ ଦରମା ୨୬ ହଜାର ଟଙ୍କା, ରାଷ୍ଟ୍ରାୟତ ସଂପଦର ସୁରକ୍ଷା, ଛଟେଇ ବନ୍ଦ ଓ ନିଯୁକ୍ତି ସୁଯୋଗ ପ୍ରଦାନ, ସ୍କିମ ଶ୍ରମିକମାନଙ୍କୁ ଶ୍ରମିକର ମାନ୍ୟତା ଓ ସାମାଜିକ ସୁରକ୍ଷା, ଚାଷୀ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଓ ଆଇନଗତ ଗ୍ୟାରେଣ୍ଟି ଆଦି ୧୭ ଦଫା ଦାବିରେ ୨୪ ଘଣ୍ଟିଆ ଆନ୍ଦୋଳନ ଚାଲିଛି।
/filters:format(webp)/sambad/media/media_files/2025/07/09/6d149abd-d86c-4a6d-90da-3b79a7591242-2025-07-09-11-12-03.jpg)
ବସ ଚଳାଚଳ ସହ ଦୋକାନ ବଜାର ବନ୍ଦ ରହିଛି। ସେହିପରି ନାଲକୋ ନଗରରେ ବି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନର ମିଳିତ ମଞ୍ଚର ଆହ୍ୱାନରେ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି | ସେହିପରି ମାଲକାନଗିରି ଜିଲ୍ଲାରେ ପରିବହନ ବ୍ଯବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଗୋଟିଏ ପଟେ ଟ୍ରେଡ ୟୁନିୟନର ବନ୍ଦ ଡାକରା ସାଙ୍ଗକୁ ଡ୍ରାଇଭର ସଂଘର ଆନ୍ଦୋଳନ ଫଳରେ ମାଲକାନଗିରି ଜିଲ୍ଲାରେ ସମସ୍ତ ଘରୋଇ ବସ ଚଳାଚଳ ବନ୍ଦ ସାଙ୍ଗକୁ ସରକାରୀ ବସ ଚଳାଚଳ ମଧ୍ଯ ପ୍ରଭାବିତ ହୋଇଛି। ଯାତ୍ରୀମାନେ ବସଷ୍ଟାଣ୍ଡ ଆସି ଗାଡି ମୋଟର ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/07/09/9983db30-ec4e-4710-b458-4af4d7b2bed0-2025-07-09-11-11-46.jpg)