କୋଣାର୍କ: ଓଡ଼ିଆ ଜାତିର ଗର୍ବ ଗୌରବ ତଥା ଐତିହ୍ୟ ଓ ଅସ୍ମିତାର ପ୍ରତୀକ ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ ସୂର୍ଯ୍ୟମନ୍ଦିର ମନ୍ଦିରର ଉପଯୁକ୍ତ ସଂରକ୍ଷଣ ଓ ପ୍ରତି ଶନିବାର ମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ ଦାବିରେ ରବିବାର କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବ ହିନ୍ଦୁ ପରିଷଦ ମିଳିତ ଆନୁକୁଲ୍ୟରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏକ ଶାନ୍ତିପୂର୍ଣ୍ଣ ଗଣ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି। କୋଣାର୍କ ସୁରକ୍ଷା ସମିତିର ସଭାପତି ସୌମ୍ଯସୌରଭ ଦାସଙ୍କ ଅଧ୍ୟକ୍ଷତାରେ ଏହି ଗଣ ସତ୍ୟାଗ୍ରହରେ ବିଶ୍ବହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମା ଶଙ୍କର ଆଚାର୍ଯ୍ୟ, ସମିତିର ମୁଖ୍ୟ ଉପଦେଷ୍ଟା ବାବା ଶକ୍ତିଦେବ ଶତପଥୀ, ସମ୍ପାଦକ ରାମକୃଷ୍ଣ ମହାନ୍ତି, କୋଣାର୍କ ବିଶ୍ଵହିନ୍ଦୁ ପରୀସଦର ସଭାପତି ଭାଗିରଥୀ ସ୍ଵାଇଁ, ସହ ସମ୍ପାଦକ ନିରଞ୍ଜନ ତ୍ରିପାଠୀଙ୍କ ସମେତ ୧୦୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ।
ଚଳିତ ବର୍ଷ ଏହି ଆନ୍ଦୋଳନ ୨୮ ବର୍ଷରେ ପଦାର୍ପଣ କରିଛି । ପ୍ରତି ଶନିବାର ସୂର୍ଯ୍ୟ ମନ୍ଦିରକୁ ମୁକ୍ତ ପ୍ରବେଶ ଛାଡ, ଭବ୍ୟ ନବଗ୍ରହ ନିର୍ମାଣ, ମନ୍ଦିରର ଉପଯୁକ୍ତ ସଂରକ୍ଷଣ, ସୂର୍ଯ୍ୟ ମନ୍ଦିର ପରିକ୍ରମା, ଆଦି ଦାବିନେଇ ଏହି ସତ୍ୟାଗ୍ରହ ଅନୁଷ୍ଠିତ ହୋଇଛି। ସୁରକ୍ଷା ସମିତିର ଏକ ପ୍ରତିନିଧୀ ମଣ୍ଡଳୀ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସହ ସମ୍ପାଦକ ଉମା ଶଙ୍କର ଆଚାର୍ଯ୍ୟ ଓ ପବିତ୍ର ମୋହନ ସ୍ଵାଇଁଙ୍କ ନେତୃତ୍ଵରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଚାରିଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2024/11/17/ocENCediQ0KYiat83c1x.jpeg)