ଦଶପଲ୍ଲା: କିଛିଦିନ ତଳେ କନ୍ଧମାଳଜିଲ୍ଲା ଟିକାବାଲିରେ ଦୁଇଜଣ ନବମ ଶ୍ରେଣୀର ଛାତ୍ର ମଦ ପିଇ ବଜାରରେ ଅଚେତ ହୋଇ ପଡ଼ିଥିବା ଖବର ତ ଆପଣ ଜାଣିଥିବେ । ଏବେ ସେମିତି ଆଉ ଏକ ବିଦ୍ୟାଳୟର ଘଟଣା ସାମ୍ନାକୁ ଆସିଛି | ନୟାଗଡ ଜିଲ୍ଲା ଦଶପଲ୍ଲା ଏନସି ଅନ୍ତର୍ଗତ ଦଶପଲ୍ଲା ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଦୁଇ ଛାତ୍ର ମଦ୍ୟପାନ କରି ଆସିଥିବା ବେଳେ ଚେତାଶୂନ୍ୟ ହୋଇପଡିଛନ୍ତି |

Advertisment

ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଭିଭାବକମାନଙ୍କୁ ଡାକିବା ସହ ଦୁଇ ଛାତ୍ରଙ୍କୁ ବିଦ୍ୟାଳୟରୁ ବାହାର କରିଛନ୍ତି | ପରିବାର ଲୋକ ଆସିବା ପରେ ସେମାନଙ୍କୁ ହସ୍ତାନ୍ତର କରାଯାଇଛି | ସେପଟେ ନିଶାସକ୍ତ  ଛାତ୍ରଙ୍କ ମା ଅଭିଯୋଗ କରିଛନ୍ତି ପୁଅ ଘରୁ ମଦ ପିଇକି ଆସିନାହିଁ ବିଦ୍ୟାଳୟରେ କିଛି ପିଲାଙ୍କ ସହିତ ମିଶି ମଦ୍ୟପାନ କରିଛି |

ତେବେ ପ୍ରଧାନଶିକ୍ଷକ ଏହାକୁ ଖଣ୍ଡନ କରିଛନ୍ତି | ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ସାହୁ କହିଛନ୍ତି ସେସବୁ ପିଲା ଘରୁ ମଦ ପିଇକି ଆସିଛନ୍ତି | ବିଦ୍ୟାଳୟରେ ଜଣାପଡ଼ିବା ପରେ ସେମାନଙ୍କ ଘର ଲୋକଙ୍କୁ ଡକାଯାଇଥିଲା | ସେମାନଙ୍କର ଏବେ ଚେତା ଫେରିବା ପରେ ଘରକୁ ଯାଇଛନ୍ତି |