୩୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କ ସହିତ ଶରୀରିକ ସମ୍ପର୍କ ରଖିବାକୁ ଚାହୁଁଥଲେ ଛାତ୍ର , ବିଫଳ ହେବାରୁ କଲେ ଏହି କାର୍ଯ୍ୟ

ଭଦୋଦରା: ନିଜର ୩୬ ବର୍ଷୀୟା ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାରମ୍ବାର ଉଦ୍ୟମକରି ବିଫଳ ହେବା ପରେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରିଛି ଜଣେ ଛାତ୍ର। ସମ୍ପୃକ୍ତ ବିଧବା ଶିକ୍ଷୟିତ୍ରୀଙ୍କ ଫେସବୁକ ଆକାଉଣ୍ଟ ଖୋଲି ତାଙ୍କୁ ବଦନାମ କରିଛି ସମ୍ପୃକ୍ତ ଛାତ୍ର। ଏପରି ଏକ ଘଟଣା ଏବେ ଗୁଜରାଟର ଭଦୋଦରା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଭଦୋଦରା ସାଇବର ପୁଲିସ ତଦନ୍ତ କରି ଅଭିଯୁକ୍ତ ଛାତ୍ର ଯିଏ ଏବେ ଏକ ବ୍ୟାଙ୍କରେ କ୍ୟାସିୟର ଭାବେ କାର୍ଯ୍ୟ କରୁଛନ୍ତି ତାଙ୍କୁ ଚିହ୍ନଟ କରିଛନ୍ତି। ମାତ୍ର ସମ୍ପୃକ୍ତ ଛାତ୍ର ଜଣକ ଏହି ସୂଚନା ପାଇ ଫେରାର ହୋଇ ଯାଇଛନ୍ତି।
ଭଦୋଦରାର ଜଣେ ୩୬ ବର୍ଷୀୟା ବିଧବା ମହିଳା ନିଜ ଭାଇ ସହିତ ଆସି ଭଦୋଦରା ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କ ଫଟୋ ଲଗାଇ କେହି ବ୍ୟକ୍ତି ସାମାଜିକ ଗଣମାଧ୍ୟମ ଏକ ଜାଲି ଫେସବୁକ୍‌ ଆକାଉଣ୍ଟ ଖୋଲିଛି। ଏଥିରେ ତାଙ୍କ ମୋବାଇଲ ଫୋନ ମଧ୍ୟ ଦେଇ ଦିଆଯାଇଛି। ଫଳରେ ସେ ବିଭିନ୍ନ ଲୋକଙ୍କ ଠାରୁ ଅଶ୍ଳୀଳ ଫୋନ କଲ୍‌ ପାଉଛନ୍ତି। ଏପରିକି ବ୍ୟକ୍ତିଜଣକ ଏହି ଫେକ୍‌ ଆକାଉଣ୍ଟରେ ତାଙ୍କ ୧୫ ବର୍ଷୀୟ ଝିଅର ଫଟୋ ମଧ୍ୟ ଅପ୍‌ଲୋଡ କରିଛନ୍ତି। ଏହି ସୂଚନା ପାଇ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଦାୟିତ୍ୱ ଭଦୋଦରା ସାଇବର ସେଲକୁ ପ୍ରଦାନ କରାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଦର୍ଜି ନାମକ ଜଣେ ଯୁବକ ଏହି ଫେକ୍‌ ଆକାଉଣ୍ଟ ଖୋଲିିଛନ୍ତି। ସମ୍ପୃକ୍ତ ମହିଳାଙ୍କ ଦର୍ଜିଙ୍କୁ ଚିହ୍ନିଛନ୍ତି ବୋଲି ପଚାରିବାରୁ ସେ କହିଥିଲେ ଯେ କିଛି ବର୍ଷ ତଳେ ସେ ଯେଉଁ କୋଚିଂ ସେଣ୍ଟରରେ ପଢ଼ାଉଥିଲେ ସେଠାରେ ଦର୍ଜି ଜଣେ ଛାତ୍ର ଭାବେ କୋଚିଂ ନେଉଥିଲେ। ମାତ୍ର ଗତ ଦୁଇ ବର୍ଷ ହେବ ଦର୍ଜି ବିଭିନ୍ନ ବାହାନାରେ ତାଙ୍କୁ ଭେଟିବାକୁ ଚାହୁଁଥିଲେ ଓ ତାଙ୍କୁ ପିଛା କରୁଥିଲେ। ଏପରିକି ଥରେ ସେ ଏକୁଟିଆ ବଜାରକୁ ଯାଇଥିିବା ବେଳେ ଦର୍ଜି ତାଙ୍କ ପାଖରେ ପହଞ୍ଚି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବଧ୍ୟ କରିଥିଲେ। ମାତ୍ର ଏହାକୁ ବିରୋଧ କରି ମହିଳା ଜଣକ ସେଠାରୁ ପଳାଇ ଆସିଥିଲେ। ଏହା ପରେ ଦର୍ଜି ତାଙ୍କୁ ବିଭିନ୍ନ ଭାବେ ହଇରାଣ ହରକତ କରୁଥିଲେ ବୋଲି ମହିଳା ଜଣକ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଅଭିଯୁକ୍ତ ଦର୍ଜିଙ୍କୁ ଖୋଜିବାକୁ ସେ ଚାକିରି କରୁଥିବା ବ୍ୟାଙ୍କରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ଦର୍ଜି ଫେରାରା ହୋଇ ଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର