ଶଙ୍ଖ ଧରିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷୋଦଗାର କଲେ ସୁବାସ; କହିଲେ, ସେ ଅହଂକାରୀ ଦୁର୍ଯ୍ୟୋଧନ

ଭୁବନେଶ୍ବର: ରାଜ୍ୟ ରାଜନୀତି ଏବେ କୁରୁକ୍ଷେତ୍ର ପାଲଟିଯାଇଛି । ରାଜନୀତି ମଇଦାନ ଏବେ କୌଣସି ରଣକ୍ଷେତ୍ର ଠାରୁ କମ୍ ନୁହେଁ । ନିର୍ବାଚନ ପାଖେଇ ଆସୁଥିବା ବେଳେ ମହାଭାରତ ଆରମ୍ଭ ହୋଇଯାଇଛି । ନିକଟରେ ଗୈରିକ ଦଳ ଛାଡ଼ିଥିବା ନେତା ସୁବାସ ଚୌହାନ୍ ରାଜନୀତିକୁ ମହାଭାରତ ଯୁଦ୍ଧରେ ପରିଣତ କରିଦେଇଛନ୍ତି । ଦଳ ଛାଡ଼ୁ ଛାଡ଼ୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ବିଷୋଦଗାର କରିଛନ୍ତି ସୁବାସ । ସେ କହିଛନ୍ତି ଏବେ କୁରୁକ୍ଷେତ୍ରରେ ଲଢେଇ ଆରମ୍ଭ ହୋଇସାରିଛି । କେଉଁ ଯୋଦ୍ଧା କାହା ପକ୍ଷ ନେବେ ନିଶ୍ଚିତ ହୋଇସାରିଛି । ସେ ଜଣେ ଯୋଦ୍ଧା ଓ ସେ ତାଙ୍କର ପକ୍ଷ ସ୍ଥିର କରିସାରିଛନ୍ତି ।

ପଦ୍ମ ଛାଡ଼ି ଶଙ୍ଖ ଶିବିରକୁ ଲମ୍ଫ ପ୍ରଦାନ କରିବା ପରେ ଧର୍ମେନ୍ଦ୍ରଙ୍କ ଉପରେ ବର୍ଷିଛନ୍ତି ସୁବାସ ଚୌହାନ୍ । ନବୀନ ପଟ୍ଟନାୟକଙ୍କ ଯୁଧିଷ୍ଠିର ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅହଂକାରୀ ଦୁର୍ଯ୍ୟୋଧନଙ୍କ ସହ ସୁବାସ ତୁଳନା କରିଛନ୍ତି । ନବୀନଙ୍କୁ ଯୁଧିଷ୍ଠିର ଭାବେ ଚିତ୍ରାୟିତ କରି ଶଙ୍ଖ ଧରିଛନ୍ତି ବୋଲି କହିଛନ୍ତି ସୁବାସ । ନବୀନ ବାବୁ ଜଣେ ଶାନ୍ତ, ସରଳ ସ୍ୱଭାବର ମଣିଷ । ଅନ୍ୟପଟେ ଧର୍ମେନ୍ଦ୍ରଙ୍କୁ ଅହଙ୍କାରୀ ଦୁର୍ଯ୍ୟୋଧନ ବୋଲି କହିଛନ୍ତି  ସୁବାସ । ଏବେ ସବୁଜ ଗଡ଼ରେ ଅଧର୍ମ ବିରୋଧରେ ଧର୍ମର ଲଢେଇ ଜାରି ରହିବ । ହଜାର ହଜାର କାର୍ଯ୍ୟକର୍ତ୍ତା ଅହଙ୍କାରରେ ପୀଡ଼ିତ ହୋଇ ଜର୍ଜରିତ ହେଉଛନ୍ତି ।

ସୂଚନାଯୋଗ୍ୟ ଟିକେଟ ମିଳିବାରୁ ବଂଚିତ ହେବା ସୁବାସ ଚୌହ୍ୱାନ ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ । ଇସ୍ତଫା ପତ୍ରରେ ସେ ଅନେକ କଡା କଥା ଲେଖିଥଲେ । ସୁବାସ କହିଥିଲେ କିଛି କୁଚକ୍ରୀ ଗୋଷ୍ଠୀ ସହ ମିଶି ତାଙ୍କ ଟିକେଟ କାଟିଛନ୍ତି । ଟିକେଟ କାଟି ତାଙ୍କୁ ଅପମାନ କରାଯାଇଛି ବୋଲି ସୁବାସ ଚୌହ୍ୱାନ ଅଭି ଯୋଗ ଆଣିଥିଲେ । ବରଗଡ ଲୋକସଭା ଆସନରୁ ସୁବାସ ଚୌହ୍ୱାନଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ଟିକେଟ ଦିଆଯାଇ ଥିଲା । ଏଥିରେ ସେ ଅସନ୍ତୋଷ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର