ଚଣ୍ଡୀଗଡ଼: ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଦଳର କାର୍ଯ୍ୟ କମିଟିରେ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଦଳର ନେତା ତଥା କର୍ମୀମାନେ ତାଙ୍କ ପ୍ରତି ବିଶ୍ୱାସ ରଖିଥିବାରୁ ଓ ସବୁବେଳେ ସହଯୋଗ କରିଥିବାରୁ ସେ କୃତଜ୍ଞତା ଜଣାଉଛନ୍ତି |
ଶିରୋମଣି ଅକାଳୀ ଦଳର ନେତା ଦଲଜିତ ସିଂ ଚିମା କହିଛନ୍ତି, "ନୂତନ ଅଧ୍ୟକ୍ଷ ନିର୍ବାଚନ ପାଇଁ ରାସ୍ତା ଖୋଲିବା ପାଇଁ ଆଜି ଦଳର କାର୍ଯ୍ୟ କମିଟିରେ ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ ତାଙ୍କ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସେ ତାଙ୍କ ନେତୃତ୍ୱ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେବା ଜାରି ରଖିବେ। ଦଳର ସମସ୍ତ ନେତା ଓ କର୍ମୀଙ୍କୁ ହୃଦୟରୁ ସମର୍ଥନ ଏବଂ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । " ଆପଣଙ୍କୁ କହିରଖୁଛୁ ଯେ ୨୦୦୮ ମସିହାରେ ସୁଖବୀର ସିଂ ବାଦଲ ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ | ବାଦଲ ୧୬ ବର୍ଷ ଦୁଇ ମାସ ପାଇଁ ଶିରୋମଣି ଅକାଳୀ ଦଳ ସଭାପତି ଭାବରେ କାର୍ଯ୍ୟ କରିଥିଲେ। ସୁଖବୀର ସିଂ ବାଦଲଙ୍କ ପୂର୍ବରୁ ତାଙ୍କ ପିତା ପ୍ରକାଶ ସିଂ ବାଦଲ ଦଳର ସଭାପତି ଥିଲେ।
ନଭେମ୍ବର ୨୦ ରେ ପଞ୍ଜାବର ଚାରିଟି ବିଧାନସଭା ଆସନରେ ଉପ-ନିର୍ବାଚନ ହେବାକୁ ଯାଉଥିବା ସମୟରେ ସୁଖବୀର ସିଂ ବାଦଲ ଦଳର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ପରେ ଏବେ ଦେଖିବାକୁ ବାକି ରହିଲା କିଏ ଶିରୋମଣି ଅକାଳୀ ଦଳର ମୁଖ୍ୟ ହେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/post_attachments/wp-content/uploads/2021/10/sukhbir-badal.jpg)