ଆଡଭାନୀ, ଜୋଷୀଙ୍କ ପରେ ସୁମିତ୍ରା ମହାଜନଙ୍କର ଟିକେଟ ବି କଟିପାରେ

ନୂଆଦିଲ୍ଲୀ : ଭାଜପାର ବରିଷ୍ଠ ନେତାମାନଙ୍କ ଟିକେଟ କଟିବାରେ ଲାଗିଛି । ପ୍ରଥମେ ବିଜେପିର ବରିଷ୍ଠତମ ନେତା ଲାଲକୃଷ୍ଣ ଆଡଭାନୀ , ତାପରେ ମୂରଲୀ ମନୋହର ଜୋଷୀଙ୍କ ପରେ ଏବେ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ପାଳି ପଡିପାରେ ବୋଲି ଆଲୋଚନା ହେଉଛି । ବିଜେପି ପକ୍ଷରୁ ପ୍ରକାଶିତ ପ୍ରାରମ୍ଭିକ ପ୍ରାର୍ଥୀ ତାଲିକାରେ ମହାଜନଙ୍କ ନାଁ ନାହିଁ । ଏଥିରୁ ଅନୁମାନ କରାଯାଉଛି ଯେ ବିଜେପି ତାଙ୍କୁ ଇନ୍ଦୋର ଆସନରୁ ଛିଡା କରିନପାରେ ।

କଂଗ୍ରେସ ପକ୍ଷରୁ ଏହି ଆସନରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଛିଡା କରିବାର ସମ୍ଭାବନା ରହିଛି । ଏକ ଦଳୀୟ ନିଷ୍ପତ୍ତିକ୍ରମେ ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନଙ୍କୁ ଟିକେଟ ଦେଉନାହିଁ । ଏହା ପୂର୍ବରୁ ବିଜେପି ଆଡଭାନୀଙ୍କ ଗାନ୍ଧିନଗର ସିଟକୁ ଦଳର ସଭାପତି ଅମିତ ଶାହାକୁ ପ୍ରଦାନ କରିଥିଲା । ଏହାକୁ ନେଇ ୯୨ ବର୍ଷୀୟ ଆଡଭାନୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେହିପରି ଆଜି ପ୍ରକାଶିତ ୟୁପିର ୨୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକାରେ ୭୮ ବର୍ଷୀୟ ମୂରଲୀ ମୋନୋହର ଜୋଷୀଙ୍କ ନାଁ ନାହିଁ । ଏହି କ୍ରମରେ ୭୬ ବର୍ଷିୟା ସୁମିତ୍ରାଙ୍କ ଟିକେଟ ମଧ୍ୟ କଟାଯାଇପାରେ ।

ସମ୍ବନ୍ଧିତ ଖବର