ଭଞ୍ଜନଗର: ଓପିଏସ୍ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସୁନୀଲ ସାଇ ଦେବାଶିଷ୍। ସେ ସହର ଉପକଣ୍ଠ ଲଣ୍ଡେଇ ସାହି ୟୁନିଟ୍ ୬ ର ବାସୀନ୍ଦା। ସୁନୀଲ ୧୯୩ ନମ୍ବର ରୢାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ଏହି ଖବର ଜଣାପଡିବା ପରେ ସାଙ୍ଗସାଥୀ ଓ ବନ୍ଧୁବର୍ଗଙ୍କ ପକ୍ଷରୁ ତାଙ୍କୁ ଶୁଭେଚ୍ଛାର ସୂଅ ଛୁଟୁଛି। ସୁନୀଲଙ୍କ ବାପା ସୁବାଷ ଚନ୍ଦ୍ର ସାହୁ ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହୋଇଥିବା ବେଳେ ମାଆ ରମିତା କୁମାରୀ ସାହୁ ମଧ୍ୟ ସହକାରୀ ଶିକ୍ଷୟତ୍ରୀ ଭାବେ ଅବସର ଗ୍ରହଣ କରିଛନ୍ତି। ପିଲାଟି ଦିନରୁ ସେ ଜଣେ ମେଧାବୀ ଛାତ୍ର ରହିଥିଲେ। ସେଷ ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ପ୍ରାଥମିକ ଶିକ୍ଷା ଠାରୁ ଦଶମ ପର୍ଯ୍ୟନ୍ତ ପଢିବା ପରେ ଯୁକ୍ତଦୁଇ ବିଜ୍ଞାନ ବିଭାଗରେ ବ୍ରହ୍ମପୁର ଖଲିକୋଟ କଲେଜ ଶିକ୍ଷା ଗ୍ରହଣ କରିଥିଲେ।
ଯୁକ୍ତଦୁଇ ପରେ ସେ କିଛି ବର୍ଷ ଏକ ଘରୋଇ କଲେଜରେ ଇଞ୍ଜିନିୟରିଂ ପଢିଥିଲେ। ଏହି ସମୟରେ ବିନ୍ଦୁ ବଳୟ ରାଉତରାୟ ଏବଂ ପ୍ରିୟବ୍ରତ ପଲକ ଦୁଇ ଜଣ ସାଙ୍ଗ ଓଏସ୍ଏ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ଏହା ତାଙ୍କୁ ବେଶ ପ୍ରଭାବିତ କରିଥିଲା। ଇଞ୍ଜିନିୟରିଂ ପାଠ ଅଧାରୁ ଛାଡି ଇଗ୍ନୋରେ କଳାରେ ସ୍ନାତୋକୋତ୍ତର ପାଠ୍ୟକ୍ରମରେ ନାମ ଲେଖାଇବା ସହ ଓପିଏସ୍ସି ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରିଥିଲେ। ପରିବାର ଲୋକ ଓ ସାଙ୍ଗ ମାନଙ୍କ ଅକୁଣ୍ଠ ସହଯୋଗ ଆଉ ପ୍ରେରଣା ବଳରେ ଏଭଳି ସଫଳତା ହାସଲ କରିଥିବା ସେ କହିଛନ୍ତି। ୩ ଟି ସୁଯୋଗ ପରେ ୪ର୍ଥ ପରୀକ୍ଷାରେ ସେ ଏଭଳି କୃତକାର୍ଯ୍ୟ ହାସଲ କରିଥିବା ବେଳେ ଅଗାମୀ ଦିନରେ ୟୁପିଏସ୍ସି ପାଇଁ ନିଜକୁ ପ୍ରସ୍ତୁତ କରୁଥିବା ପ୍ରକାଶ କରିଛନ୍ତି।
ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଭଞ୍ଜନଗରର ସୁନୀଲ ସାଇ ଦେବାଶିଷ୍
ଓପିଏସ୍ସି ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ସୁନୀଲ ସାଇ ଦେବାଶିଷ୍। ସେ ସହର ଉପକଣ୍ଠ ଲଣ୍ଡେଇ ସାହି ୟୁନିଟ୍ ୬ ର ବାସିନ୍ଦା। ସୁନୀଲ ୧୯୩ ନମ୍ବର ରୢାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।
/sambad/media/media_files/2024/10/20/v2VFOFqaHBTCmUMfLl9g.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)