ୱାସିଂଟନ: ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ବୁଚ୍ ୱିଲ୍ମୋର୍ ଫେବ୍ରୁଆରି ୨୦୨୫ରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ପୃଥିବୀକୁ ଫେରିବେ। ଆମେରିକାର ମହାକାଶ ଏଜେନ୍ସି ନାସା ଗତକାଲି ଏହି ସୂଚନା ଦେଇଥିବା ବେଳେ ଆଜି ଫେରିବା ଯାନ ସଂପର୍କରେ ଅଧିକ ତଥ୍ୟ ରଖାଯାଇଛି। ନାସା ସ୍ୱୀକାର କରିଛି ଯେ ଆଇଏସ୍ଏସ୍ରେ ୩ ମାସ ଧରି ଫସି ରହିଥିବା ଦୁଇ ମହାକାଶଚାରୀଙ୍କୁ ବୋଇଂର ନୂଆ ଷ୍ଟାରଲାଇନର କ୍ୟାପସୁଲରେ ଆଣିବା ବିପଜ୍ଜନକ ହୋଇପାରେ। ଜୁନ୍ ୫ ତାରିଖରେ ଏହି ମହାକାଶଯାନରେ ଉଭୟ ମହାକାଶଚାରୀଙ୍କୁ ଆଇଏସ୍ଏସ୍ ପଠାଯାଇଥିଲା। ଷ୍ଟାରଲାଇନର୍ କ୍ୟାପ୍ସୁଲର ଏହା ଥିଲା ପ୍ରଥମ ଉଡ଼ାଣ।
ନାସା କହିଛି ଯେ ସୁନୀତା ଏବଂ ୱିଲ୍ମୋର୍ ଫେବ୍ରୁଆରିରେ ଏଲନ୍ ମସ୍କ୍ଙ୍କ କମ୍ପାନି ସ୍ପେସ୍ ଏକ୍ସର ଡ୍ରାଗନ୍ ମହାକାଶଯାନରେ ଫେରିବେ। ସେହିପରି ଷ୍ଟାରଲାଇନର କ୍ୟାପସୁଲ ଗୋଟିଏ କିମ୍ବା ଦୁଇ ସପ୍ତାହ ମଧ୍ୟରେ ଆଇଏସ୍ଏସ୍ରୁ ଅଲଗା ହୋଇ ଅଟୋ ପାଇଲଟ ମୋଡକୁ ଫେରିବାକୁ ଚେଷ୍ଟା କରିବ। ନାସା ଅଧିକାରୀ ବିଲ୍ ନେଲସନ କହିଛନ୍ତି, ବୋଇଂର ଷ୍ଟାରଲାଇନର ବିନା କ୍ରୁ(ପ୍ରରିଚାଳକ ସଦସ୍ୟ)ରେ ପୃଥିବୀକୁ ଫେରିବ। ସୁନୀତା ଓ ୱିଲ୍ମୋର୍ ଜୁନ୍ ୧୩ତାରିଖରେ ଫେରିବାର ଥିଲା ବେଳେ, ମହାକାଶଯାନରେ ବୈଷୟିକ ତ୍ରୁଟି ଯୋଗୁଁ ସେମାନଙ୍କ ପ୍ରତ୍ୟାବର୍ତ୍ତନ ସ୍ଥଗିତ ରହିଛି। ନେଲସନ କହିଛନ୍ତି ଯେ ମହାକାଶ ଉଡାଣ ବିପଦପୂର୍ଣ୍ଣ, ଏପରିକି ଏହାର ସବୁଠାରୁ ସୁରକ୍ଷିତ ସମୟରେ ମଧ୍ୟ ଏହା ଏକ ବିପଦର ବଳୟ ଭିତରେ ରହିଥାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/ofiHqQt2cH1drDRvLo1I.jpg)