୫୩କୋଟି ଟଙ୍କାର କରଜ କରିଛନ୍ତି ସନ୍ନି ଦେଓଲ, ଅସଲ ନାଁକୁ ନେଇ ସତ୍ୟପାଠରେ ହେଲା ଖୁଲାସା

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତା ତଥା ପଞ୍ଜାବ ଗୁରୁଦାସପୁରରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ସନ୍ନି ଦେଓଲ ଗତକାଲି ନାମାଙ୍କନ ପତ୍ର ଦାଖଲ କରିଥିଲେ । ନାମାଙ୍କନ ପୂର୍ବରୁ ସେ ପ୍ରଥମେ ସ୍ୱର୍ଣ୍ଣ ମନ୍ଦିର ଯାଇ ଦର୍ଶନ କରିବା ସହ ନିଜ ସାନ ଭାଇ ବବି ଦେଓଲଙ୍କୁ ନେଇ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଇଥିବାର ଦେଖା ଯାଇଥିଲା । ତେବେ ନାମାଙ୍କନ ସମୟରେ ସନ୍ନି ଦେଓଲ ଦାଖଲ କରିଥିବା ସତ୍ୟପାଠରେ ସେ ଏବଂ ତାଙ୍କ ପତ୍ନୀ ୮୭କୋଟି ଟଙ୍କାର ମାଲିକ ବୋଲି ଜଣା ପଡ଼ିଛି । ଏହା ସହ ସନ୍ନିଙ୍କ ଉପରେ ୫୩କୋଟି ଟଙ୍କାର କରଜ ରହିଥିବା ମଧ୍ୟ ସ୍ପଷ୍ଟ ହୋଇଛି ।

oneindia.com

ତେବେ ସତ୍ୟପାଠରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସନ୍ନି ଦେଓଲଙ୍କ ଅସଲ ନାଁ ସନ୍ନି ନୁହେଁ ବରଂ ଅଜୟ ସିଂହ ଦେଓଲ ବୋଲି ଜଣା ପଡ଼ିଛି । ନିର୍ବାଚନ କମିସନଙ୍କୁ ଦିଆଯାଇଥିବା ସତ୍ୟପାଠରେ, ୨୦୧୭-୧୮ରେ ତାଙ୍କ ଆୟ ୬୩.୮୨ଲକ୍ଷ ରହିଥିବା ବେଳେ ୨୦୧୬-୧୭ରେ ତାଙ୍କ ଆୟ ଥିଲା ୯୬.୨୯ଲକ୍ଷ ଟଙ୍କା । ୨୦୧୫-୧୬ରେ ତାଙ୍କ ଆୟ ୨.୨୫କୋଟି ଟଙ୍କା ରହିଥିଲା ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର