ସଇଁତଳା: କାହିଁକି ନାହିଁ ଆମ ନେତାଙ୍କ ନାମ? କିଛି ଏମିତି କହି ଉଦଘାଟନ ହେଉ ହେଉ ଫଳକ ଭାଙ୍ଗିଲେ ସମର୍ଥକ | ବାସ୍ତବରେ ଆଜି ବଲାଙ୍ଗୀରଜିଲ୍ଲା ସଇଁତଲା ବ୍ଲକରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟିତ ହୋଇଯାଇଛି | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭିଡିଓ କନଫରେନସିଂ ମାଧ୍ୟମରେ ଉଦଘାଟନ କରିଥିଲେ |
ଫଳକରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଓ ସରପଞ୍ଚଙ୍କ ନାମ ନ ଥିବାରୁ ଫଳକକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି | କିଛି ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିବା ସହ ଫଳକ ଭାଙ୍ଗି ଦେଇଥିଲେ |
ଯାହାକୁ ନେଇ ବସଷ୍ଟାଣ୍ଡରେ ଉତ୍ତେଜନା ଲାଗି ରହିଥିଲା | କାହିଁକି ସ୍ଥାନୀୟ ବ୍ଲକ ଅଧକ୍ଷ ଓ ସରପଞ୍ଚଙ୍କ ନାମ ଦିଆଗଲା ନାହିଁ ଓ ଅନ୍ୟ ବ୍ୟକ୍ତିଙ୍କ ନାମ କାହିଁକି ରହିଲା ବୋଲି ସମର୍ଥକମାନେ କହିଥିଲେ | ସେଥିପାଇଁ ସମର୍ଥକମାନେ ବସଷ୍ଟାଣ୍ଡର ଉଦଘାଟନ ହେବା ମାତ୍ରେ ସାଙ୍ଗେ ସାଙ୍ଗେ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2026/01/12/aaaa-2026-01-12-18-34-43.png)