ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ଆଉ ବିବାହ ପରେ ମହିଳା କରିବେନି ଧର୍ମ ପରିବର୍ତ୍ତନ

ବିବାହ ପରେ ମହିଳାଙ୍କ ସାଙ୍ଗିଆ(ସରନେମ) ବଦଳିବା ସହ ଧର୍ମ ବଦଳିବାକୁ ନେଇ ସୁପ୍ରିମକୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି। ବିବାହପରେ ପତ୍ନୀଙ୍କ ଧର୍ମ ପତିଙ୍କ ଧର୍ମ ଏବଂ ସାଙ୍ଗିଆ ମୁତାବକ ଯୋଡି ହେଲାଭଳି ନିୟମ କୌଣସି ଆଇନରେ ନାହିଁ ବୋଲି ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି।

ଅନ୍ୟ ସମ୍ପ୍ରଦାୟରେ ବିବାହ କରିଥିବା ପାର୍ସି ମହିଳାଙ୍କୁ ‘ଟାଓତବର ଅଫ ସାଇଲେନ୍‌ସ’ରେ ପ୍ରବେଶ କରିବାକୁ ‘ବାଲସାଦ ଜୋରାଷ୍ଟ୍ରଆନ ଟ୍ରଷ୍ଟ’ବାରଣକୁ ନେଇ ଏହି ମାମଲା ଉପୁଜିଥିଲା। ନିଜ ପିତାମାତାଙ୍କର ଶେଷକୃତ୍ୟ କରିବାକୁ ମହିଳାଙ୍କୁ ଅନୁମତି ଦିଆଯାଇନଥିଲା। ଏହି ନିଷ୍ପତ୍ତିର ପୁନଃବିଚାର କରିବାକୁ ସୁପ୍ରିମକୋର୍ଟ ‘ବାଲସାଦ ଜୋରାଷ୍ଟ୍ରିଆନ ଟ୍ରଷ୍ଟ’କୁ ଅନୁରୋଧ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏକେ ସିକ୍ରି, ଏ ଏମ ଖାନୱିଲକର, ଡି ୱାଇ ଚନ୍ଦ୍ରଚୂଡ ଏବଂ ଅଶୋକ ଭୂଷଣଙ୍କୁ ନେଇ ଅନୁଷ୍ଠିତ ଖଣ୍ଡପୀଠ ଏହାକୁ ସ୍ୱେଚ୍ଛାଚାରୀ ବୋଲି କହିଛନ୍ତି। ଭିନ୍ନ ସମ୍ପ୍ରଦାୟରେ ବିବାହ କରିଥିବା ପୁରୁଷଙ୍କୁ ଯଦି ସମସ୍ତ କ୍ଷେତ୍ରରେ ପ୍ରବେଶକୁ ନେଇ ଯଦି କୌଣସି ନିଷିଦ୍ଧତା ନାହିଁ ତେବେ ମହିଳାଙ୍କ ପାଇଁ ଏପରି କୌଣସି ନିୟମ ନଥିବା ଖଣ୍ଡପୀଠରେ ଆଲୋଚନା କରାଯାଇଛି ଏବଂ ବିବାହ ଭିତ୍ତିରେ ଜଣେ ମହିଳାଙ୍କର ନାଗରିକ ଅଧିକାର କଦାପି ଛିନ୍ନ କରାଯାଇପାରିବ ନାହିଁ ବୋଲି ଏହି ଆଲୋଚନାରେ କୁହାଯାଇଛି।

ଗୁଲରୋଖ ଏମ ଗୁପ୍ତଙ୍କ ତରଫରୁ ଲଢୁଥିବା ବରିଷ୍ଠ ଆଡୋଭୋକେଟ ଇନ୍ଦିରା ଜୟସିଂହଙ୍କ ଯୁକ୍ତିକୁ ପ୍ରଶଂସା କରିଛନ୍ତି। ଖଣ୍ଡପୀଠ କହିଛନ୍ତି ଯେ ବିବାହ ଅର୍ଥ ନୁହେଁ ଯେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ପାଖେ ବନ୍ଧା ପଡିଛନ୍ତି। ବମ୍ବେ ହାଇକୋର୍ଟ ଘୋଷଣା କରିଥିବା ଏହି ମିଶ୍ରଣ ନୀତିକୁ ଗ୍ରହଣ କରୁନଥିବା ଖଣ୍ଡପୀଠ ପ୍ରତ୍ୟୁତ୍ତର ଦେଇଛନ୍ତି।

ସମ୍ବନ୍ଧିତ ଖବର