ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଜାତିଗତ ବୈଷମ୍ୟ ପରିଭାଷା ସମ୍ପର୍କିତ ନୂଆ ନିୟମକୁ ସ୍ଥଗିତ ରଖିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ୟୁଜିସିର ନୂଆ ନିୟମକୁ ଚାଲେଞ୍ଜ କରି ଦାୟର ହୋଇଥିବା ଜନସ୍ବାର୍ଥ ମାମଲାର ଶୁଣାଣି କରି କେନ୍ଦ୍ର ସରକାର ଓ ୟୁଜିସିକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାର୍ଚ୍ଚ ୧୯ ତାରିଖକୁ ଧାର୍ଯ୍ୟ କରିବା ସହିତ ଏହି ସମୟ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ଉଚ୍ଚଶିକ୍ଷା ସମାନତା ପ୍ରୋତ୍ସାହନ ନିୟମାବଳୀ, ୨୦୨୬ କେବଳ ଏସ୍ସି, ଏସ୍ଟି ଓ ଓବିସି ବର୍ଗ ପାଇଁ ଜାତିଭିତ୍ତିକ ଭେଦଭାବ ଅଭିଯୋଗ ବ୍ୟବସ୍ଥାକୁ ସୀମିତ କରିଛି।
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗ୍ଚିଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଶିକ୍ଷାନୁଷ୍ଠାନଗୁଡ଼ିକରେ ମୁକ୍ତ, ସମାନ ଏବଂ ଅନ୍ତର୍ଭୁକ୍ତିମୂଳକ ପରିବେଶ ଚାହୁଥିବା କହିଥିଲେ। କୋର୍ଟ ଆହୁରି ମଧ୍ୟ କହିଥିଲେ ଯେ, ନୂତନ ନିୟମାବଳୀ ସମାଜକୁ ବିଭାଜିତ କରିବାରେ ସକ୍ଷମ। ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୧୨ ନିୟମାବଳୀ ବର୍ତ୍ତମାନ ପାଇଁ କାର୍ଯ୍ୟକାରୀ ହେବ। ଶୁଣାଣିବେଳେ ଆବେଦନକାରୀମାନେ ୟୁଜିସି ନୂଆ ନିୟମଗୁଡ଼ିକ ଅନୁଚିତ ଏବଂ ଏଥିରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥାର ଅଭାବ ରହିଛି ବୋଲି ଦର୍ଶାଇବା ସହିତ ସମ୍ଭାବ୍ୟ ଅପବ୍ୟବହାର ନେଇ ଆଶଙ୍କା ବ୍ୟକ୍ତ କରିଥିଲେ।
ଆହୁରି ପଢନ୍ତୁ: Skill Development Workshop ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା
ସାଧାରଣ ବର୍ଗ ପକ୍ଷରୁ କୋର୍ଟଙ୍କ ସମ୍ମୁଖରେ ଦାଖଲ ହୋଇଥିବା ଆବେଦନଗୁଡ଼ିକରେ ଅଭିଯୋଗ କରାଯାଇଥିଲା ଯେ, ୟୁଜିସି ଜାତିଭିତ୍ତିକ ଭେଦଭାବ ପରିଭାଷା କିଛି ବର୍ଗକୁ ସାଂସ୍ଥାଗତ ସୁରକ୍ଷାରୁ ବାଦ୍ ଦେଇଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେଟାଙ୍କୁ ପ୍ରଶ୍ନ କରି କହିଥିଲେ ଯେ, ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ଆମେ ସମାଜକୁ ଜାତିବାଦରୁ ମୁକ୍ତ କରିପାରିନାହାନ୍ତି। ଏବେ କ’ଣ ନୂଆ ନିୟମ ଦ୍ବାରା ଆମେ ଆହୁରି ପଛକୁ ଯାଉଛନ୍ତି।
ଆହୁରି ପଢନ୍ତୁ: 20 Years Imprisonment ବ୍ରହ୍ମପୁରରେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ
ଖଣ୍ଡପୀଠ ଏହି ପ୍ରସଙ୍ଗରେ ସାମାଜିକ ମୂଲ୍ୟବୋଧ ଏବଂ ସାମାଜିକ ଚ୍ୟାଲେଞ୍ଜକୁ ବୁଝିଥିବା ପ୍ରଖ୍ୟାତ ଆଇନ ବିଦ୍ବାନଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ୟୁଜିସି ଚଳିତ ବର୍ଷ ଜାନୁଆରି ୧୩ରେ ଏହି ନୂତନ ନିୟମକୁ ସୂଚିତ କରିଥିଲା। ୟୁଜିସିର ଏହି ନିୟମକୁ ଦେଶବ୍ୟାପୀ ସାଧାରଣବର୍ଗ ଛାତ୍ର ଓ ଉଚ୍ଚ ଜାତିର ଲୋକ ତୀବ୍ର ବିରୋଧ କରଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/01/29/untitled-2026-01-29-15-30-17.jpeg)