ରାଉରକେଲା: ରାଉରକେଲାବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାର ଆଶା ସଞ୍ଚାର ହୋଇଛି। ପାନପୋଷରେ ବ୍ରାହ୍ମଣୀ ନଦୀକୂଳ ସୌନ୍ଦର୍ଯ୍ୟୀକରଣ ପ୍ରକଳ୍ପ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଜଳ ସମ୍ପଦ ବିଭାଗ ପକ୍ଷରୁ ନିର୍ମାଣ କରାଯିବ। ସୋମବାରଠାରୁ ବିଭାଗୀୟ ସର୍ଭେ ଆରମ୍ଭ ହୋଇଯାଇଛି। ବରିଷ୍ଠ ଯନ୍ତ୍ରୀଙ୍କ ନେତୃତ୍ବରେ ଏକ ଦଳ ବ୍ରାହ୍ମଣୀ ନଦୀକୂଳ ବୁଲିଥିଲେ। ପ୍ରାୟ ଏକ ସପ୍ତାହଧରି ଚାଲିବ ସର୍ଭେ। ପ୍ରକଳ୍ପ ପାଇଁ ଆବଶ୍ୟକ ସୁବିଧା ସୁଯୋଗ, ଭତ୍ତିଭୂମି ବିକାଶ ପାଇଁ ଆବଶ୍ୟକ ଜମି ଓ ଆନୁଷଙ୍ଗିକ ଦିଗକୁ ତର୍ଜମା କରିଥିଲେ। ସର୍ଭେ ଶେଷ ହେବାପରେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହେବାପରେ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ। ତେବେ ଏହି ପ୍ରକଳ୍ପର ବ୍ୟୟ ଅଟକଳ କେତେ? କେବେଠାରୁ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ? ପ୍ରକଳ୍ପର କ’ଣ ବିଶେଷତ୍ବ ରହିବ, ତାହା ସ୍ପଷ୍ଟ ହୋଇନି।
ବାସ୍ତବରେ ୨୦୧୭ ମସିହାରେ ଏହି ପ୍ରକଳ୍ପ ପାଇଁ ପରିକଳ୍ପନା କରାଯାଇଥିଲା। ଡିପିଆର୍ ପ୍ରସ୍ତୁତ ହେବାସହ ୨୦୨୦ ମେ’ ମାସରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆର୍ଏସ୍ସିଏଲ୍) ଟେଣ୍ଡର୍ ଆହ୍ବାନ କରିଥିଲା। ପ୍ରକଳ୍ପର ମୋଟ୍ ବ୍ୟୟଅଟକଳ ଥିଲା ୩୯ କୋଟି ୫୪ ଲକ୍ଷ ୮୪ ହଜାର ୩୭ ଟଙ୍କା। ତିନି କିଲୋମିଟର ପର୍ଯ୍ୟନ୍ତ ମୋଟ୍ ୧୪୮ ଏକର ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ରହିଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ଜବରଦଖଲ ଓ ବୈଷୟିକ ସମସ୍ୟା ଦର୍ଶାଇ ଆର୍ଏସ୍ସିଏଲ୍ ପ୍ରସ୍ତାବକୁ ପ୍ରସ୍ତାବକୁ ସ୍ଥଗିତ ରଖିଥିଲା। ଏମିତିକି ୨୦୨୩ ଜୁନ ମାସରେ ଆର୍ଏସ୍ସିଏଲ୍ର ତତ୍କାଳୀନ ସିଇଓ ପାନପୋଷ ଓ ବେଦବ୍ୟାସ ମନ୍ଦିର ପରିସର ନିକଟରେ ଥିବା ବ୍ରାହ୍ମଣୀ ନଦୀକୂଳରେ ଦୁଇଟି ପ୍ରକଳ୍ପ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଏହି ପ୍ରକଳ୍ପର ଭାଗ୍ୟ ଫିଟିପାରୁନଥିଲା। ଏବେ ବିଧାୟକଙ୍କ ସମେତ ବହୁ ସାମାଜିକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରାଉରକେଲାର ପ୍ରବେଶ ଦ୍ବାର ପାନପୋଷରେ ଏହି ପ୍ରକଳ୍ପ ହେଲେ, ସହର ଏକ ନୂଆ ରୂପ ପାଇବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାସହ ସହରବାସୀଙ୍କୁ ସମୟ ଅତିବାହିତ କରିବାକୁ ଏକ ମନୋରମ ପରିବେଶ ଯୋଗାଇବ।
ବାସ୍ତବରେ ୨୦୧୭ ମସିହାରେ ଏହି ପ୍ରକଳ୍ପ ପାଇଁ ପରିକଳ୍ପନା କରାଯାଇଥିଲା। ଡିପିଆର୍ ପ୍ରସ୍ତୁତ ହେବାସହ ୨୦୨୦ ମେ’ ମାସରେ ରାଉରକେଲା ସ୍ମାର୍ଟସିଟି ଲିମିଟେଡ୍ (ଆର୍ଏସ୍ସିଏଲ୍) ଟେଣ୍ଡର୍ ଆହ୍ବାନ କରିଥିଲା। ପ୍ରକଳ୍ପର ମୋଟ୍ ବ୍ୟୟଅଟକଳ ଥିଲା ୩୯ କୋଟି ୫୪ ଲକ୍ଷ ୮୪ ହଜାର ୩୭ ଟଙ୍କା। ତିନି କିଲୋମିଟର ପର୍ଯ୍ୟନ୍ତ ମୋଟ୍ ୧୪୮ ଏକର ଜମିରେ ପ୍ରକଳ୍ପ ନିର୍ମାଣ ପାଇଁ ଯୋଜନା ରହିଥିଲା। ପରବର୍ତ୍ତୀ ସମୟରେ କିନ୍ତୁ ଜବରଦଖଲ ଓ ବୈଷୟିକ ସମସ୍ୟା ଦର୍ଶାଇ ଆର୍ଏସ୍ସିଏଲ୍ ପ୍ରସ୍ତାବକୁ ପ୍ରସ୍ତାବକୁ ସ୍ଥଗିତ ରଖିଥିଲା। ଏମିତିକି ୨୦୨୩ ଜୁନ ମାସରେ ଆର୍ଏସ୍ସିଏଲ୍ର ତତ୍କାଳୀନ ସିଇଓ ପାନପୋଷ ଓ ବେଦବ୍ୟାସ ମନ୍ଦିର ପରିସର ନିକଟରେ ଥିବା ବ୍ରାହ୍ମଣୀ ନଦୀକୂଳରେ ଦୁଇଟି ପ୍ରକଳ୍ପ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ। ତେବେ ଏହି ପ୍ରକଳ୍ପର ଭାଗ୍ୟ ଫିଟିପାରୁନଥିଲା। ଏବେ ବିଧାୟକଙ୍କ ସମେତ ବହୁ ସାମାଜିକ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ପୁନର୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ରାଉରକେଲାର ପ୍ରବେଶ ଦ୍ବାର ପାନପୋଷରେ ଏହି ପ୍ରକଳ୍ପ ହେଲେ, ସହର ଏକ ନୂଆ ରୂପ ପାଇବ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାସହ ସହରବାସୀଙ୍କୁ ସମୟ ଅତିବାହିତ କରିବାକୁ ଏକ ମନୋରମ ପରିବେଶ ଯୋଗାଇବ। ଏତଦ୍ବ୍ୟତୀତ ଆର୍ଥିକ ଅଭିବୃଦ୍ଧି ଘଟିବ। ଉଲ୍ଲେଖଯୋଗ୍ୟ, ଏହି ପ୍ରକଳ୍ପ ଅଧିନରେ ନଦୀ କୂଳରେ ବିସ୍ତୃତ ଚଳାପଥ ନିର୍ମାଣ, ପାର୍କ ଓ ସବୁଜ ସ୍ଥାନ, ରେସ୍ତୋରାଁ/କାଫେ, ସପିଂ ସେଣ୍ଟର୍, ବଜାର, ସାଂସ୍କୃତିକ ଏବଂ ମନୋରଞ୍ଜନ ବ୍ୟବସ୍ଥା, ମାରିନା ଓ ବୋଟ୍ ଡକ୍, ଡଙ୍ଗାଚାଳନା, ମାଛ ଧରିବା, ପରିବେଶ ଅନୁକୂଳ ଭିତ୍ତିଭୂମି ଯଥା,-ସବୁଜ ଛାତ, ସୌର ଆଲୋକ ଆଦି ବ୍ୟବସ୍ଥାକୁ ବିକଶିତ କରାଯିବ।