ମୋଦିଙ୍କୁ ପ୍ରିୟଙ୍କା ଦୁର୍ଯ୍ୟୋଧନ ସହ ତୁଳନା କରିବା ପରେ ଏପରି ଜବାବ ରଖିଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ : କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହାଭାରତର ମୁଖ୍ୟ ଖଳନାୟକ ଦୁର୍ଯ୍ୟୋଧନ ସହିତ ତୁଳନା କରିଥିବାରୁ, ତାଙ୍କୁ କଡ଼ା ଜବାବ ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସୁଷମା କହିଛନ୍ତି ଯେ ମୋଦିଙ୍କୁ ଅହଙ୍କାରୀ କହୁଥିବା ପ୍ରିୟଙ୍କା ନିଜେ ଜାଣିରଖିବା ଉଚିତ ଯେ ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ହିଁ ସବୁଠୁ ବଡ଼ ଅହଙ୍କାରୀ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରି ବ୍ୟକ୍ତିଙ୍କୁ ମଧ୍ୟ ଅପମାନିତ କରିଥିଲେ । ଗଣମାଧ୍ୟମରେ ସମ୍ମୁଖରେ ମନମୋହନ ସରକାରର ଅର୍ଡିନାନ୍ସ (ଅଧ୍ୟାଦେଶ) ଚିରିବା କଥା କଣ ପ୍ରିୟଙ୍କା ଭୁଲିଗଲେଣି କି ବୋଲି ସ୍ୱରାଜ ପ୍ରଶ୍ନ କରିଛନ୍ତି ।

ଗତକାଲି ପ୍ରିୟଙ୍କା ଗାନ୍ଧି କହିଥିଲେ ଯେ ଏ ଦେଶରେ କେବେ ମଧ୍ୟ ଅହଙ୍କାରକୁ ସହ୍ୟ କରାଯାଇନାହିଁ । ମହାଭାରତରେ ମଧ୍ୟ ମହାମାନୀ ଦୁର୍ଯ୍ୟୋଧନର ଅହଙ୍କାରକୁ ଭଗବାନ କୃଷ୍ଣ ସହ୍ୟ କରିନଥିଲେ । ଠିକ ସେହିପରି ଅହଙ୍କାରର ପ୍ରଦର୍ଶନ କରି ମୋଦି ତାଙ୍କ ପିତା (ରାଜୀବ ଗାନ୍ଧୀ)ଙ୍କୁ ଅପମାନିତ କରିଛନ୍ତି ବୋଲି ପ୍ରିୟଙ୍କା କହିଥିଲେ ।

ସମ୍ବନ୍ଧିତ ଖବର