ଅନୁଗୁଳ: ବାଗଡ଼ିଆ ଥାନା ବରସାହି ପଞ୍ଚାୟତ ପାର୍କ ନିକଟରେ ମାତୃହନ୍ତା ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ବାଗଡ଼ିଆ ଗ୍ରାମର ଦେହୁରୀସାହି ସ୍ବର୍ଗତ ଡିଲେଶ୍ୱର ଦେହୁରୀଙ୍କ ପୁଅ ତୁଷାରକାନ୍ତ ଦେହୁରୀ(୨୮)ଙ୍କ ମୃତଦେହ ବୋଲି ପରିଚୟ ମିଳିଛି। ବର୍ଷକ ପୂର୍ବରୁ ତୁଷାର ଟଙ୍କା ପାଇଁ ନିଜ ମା ବୀଣାପାଣି ଦେହୁରୀଙ୍କୁ କାଠଫାଳିଆରେ ଆକ୍ରମଣ କରିଥିଲେ।
ଆକ୍ରମଣରେ ଘଟଣାସ୍ଥଳରେ ବୀଣାପାଣିଙ୍କର ମୃତ୍ୟୁ ହୋଇଯାଇଥିଲା । ହତ୍ୟା ଘଟଣାରେ ପୁଲିସ ତୁଷାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୭ମାସ ଜେଲରେ ରହିବା ପରେ ୪ମାସ ପୂର୍ବରୁ ଜାମିନରେ ଫେରି ବାଙ୍ଗାଲୋରରେ ଘରୋଇ ସଂସ୍ଥାରେ କାମ କରୁଥିଲେ।
ଗତ ୧୨ତାରିଖ ଦିନ ଗାଁକୁ ଆସି ବୁଲାବୁଲି କରୁଥିଲେ। ଗତକାଲି ସନ୍ଧ୍ୟାରେ ବୁଲାବୁଲି ଓ ପାଟିତୁଣ୍ଡ କରୁଥିଲେ। ଗତକାଲି ସନ୍ଧ୍ୟା ୮ଟାରେ ତୁଷାରର ମୃତଦେହ ସ୍ଥାନୀୟ ଲୋକମାନେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳେଇଛି। ଦେହରେ ଛୁରାମାଡ଼ ଦାଗ ଥିବାବେଳେ ରକ୍ତାକ୍ତ ଶରୀରରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/14/gh-2026-02-14-10-24-49.jpg)