ଜହ୍ନ।ପଙ୍କ: ବୌଦ୍ଧ ବ୍ଲକ୍ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗତୀ ନିକଟସ୍ଥ ଗନ୍ଧରାଡ଼ିଠାରେ ଦେବାଳୟ ଓ ଐତିହସ୍ଥଳୀ ସ୍ୱଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗଦେଇ ଓଡ଼ିଆ ପକ୍ଷ ଅବସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଅଷ୍ଟମ ଶତାବ୍ଦୀରେ ନିର୍ମିତ ଶୈବ ଓ ବୈଷ୍ଣବ ଧର୍ମର ମିଳନସ୍ଥଳୀ ଗନ୍ଧରାଡ଼ି ପୀଠ ତଥା ଚାରିଶମ୍ଭୁ ମନ୍ଦିର ପରିସର ସଫେଇ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଚାର୍ଲ୍ସ୍ ନାଏକ,ଜିଲ୍ଲା ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ,ବୌଦ୍ଧ ବିଡିଓ ଯୁଧିଷ୍ଠିର ମେହେର, ପୁର୍ବତନ ବ୍ଲକ୍ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ, ଲକ୍ଷ୍ମୀପ୍ରସାଦ ସରପଞ୍ଚ ଶ୍ରୀମତୀ ଭାରତୀ ପୁରୋହିତ, ପିଇଓ ଶରତ ପୁରୋହିତ, ସମିତି ସଭ୍ୟ ସୁନୀଲ କୁମାର ସେଠି, ମୁଣ୍ଡାପଡା ଭାରପ୍ରାପ୍ତ ସରପଞ୍ଚ ସୁମନ୍ତ କୁମାର ନାଏକ, ମୁଣ୍ଡାପଡା ସ୍ବେଛାସେବୀ ଅନୁଷ୍ଠାନ କାର୍ଡର ସମ୍ପାଦକ ଧର୍ମୁଧର ପୋଢ଼, ସ୍ବେଛାସେବୀ ସୁଶୀଲ ହୋତା, ବିକ୍ରମ ପ୍ରଧାନ, ପିଇଓ ସୁଦାମ ପ୍ରଧାନ, ହିମାଂଶୁ ପ୍ରଧାନ,କନିଷ୍ଠ ଯନ୍ତ୍ରୀ ଯୋଗ ଦେଇଥିଲେ | ସେହିପରି ସ୍ଥାନୀୟ ଅଞ୍ଚଳର ମିଶନ୍ ଶକ୍ତିର ଏମବିକେ, ସିଆରପି, ମନ୍ଦିରର ସେବାୟତ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଜନସାଧାରଣ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ |